Wrestlers Protest: 'ହୃଦୟ ବିଦାରକ ...', ରେସଲରଙ୍କ ସମର୍ଥନରେ ବାହାରିଲେ ୧୯୮୩ ବିଶ୍ୱକପ ବିଜେତା କ୍ରିକେଟ୍ ଟିମ୍, ଜାରିକଲେ ବୟାନ
Advertisement

Wrestlers Protest: 'ହୃଦୟ ବିଦାରକ ...', ରେସଲରଙ୍କ ସମର୍ଥନରେ ବାହାରିଲେ ୧୯୮୩ ବିଶ୍ୱକପ ବିଜେତା କ୍ରିକେଟ୍ ଟିମ୍, ଜାରିକଲେ ବୟାନ

Wrestlers Protest: ବୟାନରେ କୁହାଯାଇଛି ଯେ ଚାମ୍ପିୟନ ରେସଲରଙ୍କୁ ଏଭଳି ପରିସ୍ଥିତିରେ ଦେଖି ଅତ୍ୟନ୍ତ ଖରାପ ଲାଗୁଛି । ବିଶେଷକରି, ଆମର କୁସ୍ତିଯୋଦ୍ଧାମାନେ ସେମାନଙ୍କର ପଦକ ଗଙ୍ଗାରେ ପକାଇବାକୁ ଯାଉଛନ୍ତି ଶୁଣି ଆମେ ଅଧିକ ଚିନ୍ତିତ ।

ସୌ: ସୋସିଆଲ ମିଡିଆ

Wrestlers' Protest Latest News: ବିଜେପି ସାଂସଦ ତଥା ରେସଲିଂ ଆସୋସିଏସନ ସଭାପତି ବ୍ରିଜ ଭୂଷଣଙ୍କ (Brij Bhushan) ବିରୋଧରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ ବର୍ତ୍ତମାନ ୧୯୮୩ ବିଶ୍ୱ ଚାମ୍ପିୟନ ଭାରତୀୟ ଦଳର ଖେଳାଳୀଙ୍କ (1983 World Cup winning team members) ସମର୍ଥନ ପାଇଛନ୍ତି । ବିଜେତା ଦଳର ସଦସ୍ୟ ମଦନ ଲାଲ (Madan Lal) କହିଛନ୍ତି ଯେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ (Bajrang Punia), ସାକ୍ଷି ମଲିକ (Sakshi Malik), ବିନେଶ ଫୋଗାଟ ଓ (Vinesh Phogat) ଅନ୍ୟାନ୍ୟ କୁସ୍ତିଯୋଦ୍ଧାମାନେ ଗଙ୍ଗାରେ ପଦକ ବିସର୍ଜନ କରବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ହୃଦୟ ବିଦାରକ । ପଦକ ହାସଲ କରିବା ସହଜ ନ ଥିବାରୁ ଆମେ ସେମାନଙ୍କ ପଦକ ଫିଙ୍ଗିବା ସପକ୍ଷରେ ନାହୁଁ ଓ ସରକାରଙ୍କୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ଅନୁରୋଧ କରୁଛୁ ।

ଚାମ୍ପିୟନ ରେସଲରମାନେ ବଢାଇଛନ୍ତି ଦେଶର ସମ୍ମାନ 
୧୯୮୩ କ୍ରିକେଟ୍ ବିଶ୍ୱକପ୍ ବିଜେତା ଦଳ କୁସ୍ତିଯୋଦ୍ଧାମାନଙ୍କ ଉପରେ ଏକ ବୟାନ ଜାରି କରିଛନ୍ତି । କପିଲ ଦେବଙ୍କ ନେତୃତ୍ୱରେ ଦଳର ଅଂଶ ଗ୍ରହଣ କରିଥିବା ମଦନ ଲାଲ, ସୁନୀଲ ଗାଭାସ୍କର, ବିସିସିଆଇ ସଭାପତି ରୋଜର ବିନି, ଦିଲୀପ ଭେଙ୍ଗସକରଙ୍କ ସମେତ ଅନେକ ଖେଳାଳି କହିଛନ୍ତି ଯେ ଚାମ୍ପିୟନ କୁସ୍ତିଯୋଦ୍ଧାଙ୍କ ଉପରେ ହୋଇଥିବା ମାରପିଟରେ ଆମ ବିବ୍ରତ । ଆମେ ମଧ୍ୟ ଅଧିକ ଚିନ୍ତିତ ଯେ ସେମାନେ ସେମାନଙ୍କର କଷ୍ଟ ଉପାର୍ଜିତ ଜିନିଷ ଗଙ୍ଗା ନଦୀରେ ବିସର୍ଜନ କରିବାକୁ ଚିନ୍ତା କରୁଛନ୍ତି । ସେହି ପଦକଗୁଡ଼ିକରେ ବର୍ଷ ବର୍ଷର ପ୍ରୟାସ, ବଳିଦାନ, ନିଷ୍ଠା ସାମିଲ ଥାଏ ଓ ତାହା କେବଳ ତାଙ୍କ ପାଇଁ ନୁହେଁ ଦେଶ ପାଇଁ ଗର୍ବ ।

୧୯୮୩ ବିଶ୍ୱକପ ବିଜେତା କ୍ରିକେଟ୍ ଟିମ୍ ମିଳିତ ବୟାନରେ କହିଛନ୍ତି ଯେ ଆମେ କୁସ୍ତିଯୋଦ୍ଧାମାନଙ୍କୁ ଅନୁରୋଧ କରୁଛୁ ଯେ ଏହି ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନ ନିଅନ୍ତୁ ଓ ଆଶା କରୁଛୁ ଯେ ସେମାନଙ୍କର ଅଭିଯୋଗ ଶୀଘ୍ର ଶୁଣାଯିବ ଏବଂ ସମାଧାନ ହେବ । ଦେଶର ଆଇନକୁ କାର୍ଯ୍ୟକରି ହେବାକୁ ଦିଆଯାଉ ।

୫ ଜୁନରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ମହା ରାଲି ବାତିଲ
ଅଯୋଧ୍ୟାରେ ହେବାକୁ ଥିବା ମେଗା ରାଲିକୁ ବ୍ରିଜ ଭୂଷଣ ଶରଣ ସ୍ଥଗିତ ରଖିଛନ୍ତି । WFI ର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ଏହି ସୂଚନା ନିଜ ଫେସବୁକରେ ସେୟାର କରିଛନ୍ତି । ତାଙ୍କ ବିରୋଧରେ ପୋଲିସର ତଦନ୍ତ ଚାଲିଥିବାରୁ ବ୍ରିଜ ଭୂଷଣ ଶରଣ ସିଂ ଘୋଷଣା କରିଛନ୍ତି ଯେ ଅଯୋଧ୍ୟାରେ ୫ ଜୁନ୍ ତାରିଖ ଦିନ ଧାର୍ଯ୍ୟ ହୋଇଥିବା 'ଜନ ଚେତନା ମହରାଲୀ, ଅଯୋଧ୍ୟା ଚାଲୋ' କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି ।

ଏହା ବି ପଢନ୍ତୁ: Asia Cup 2023: ପିସିବିକୁ ଏକ ବଡ଼ ଝଟକା, ପାକିସ୍ତାନ ବାଦ୍ ଦେଇ ଖେଳାଯିବ ଏସିଆ କପ୍!

ଏହା ବି ପଢନ୍ତୁ: WTC Final 2023: ଟିମ୍ ଇଣ୍ଡିଆ ହାରିଯିବ କି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍? ଆଇସିସିର ଏହି ନିଷ୍ପତ୍ତି ରୋହିତ ଟିମକୁ ଦେଲା ବଡ଼ ଟେନସନ