WPL 2024 Final: RCBର ବିଜୟ ପରେ ମହିଳା ଟିମ୍ କୁ ଏଭଳି ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବିରାଟ, ଦେଖନ୍ତୁ ଭିଡ଼ିଓ...
Advertisement

WPL 2024 Final: RCBର ବିଜୟ ପରେ ମହିଳା ଟିମ୍ କୁ ଏଭଳି ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବିରାଟ, ଦେଖନ୍ତୁ ଭିଡ଼ିଓ...

WPL 2024 Final: ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ (Delhi Capitals) ୭ ୱିକେଟ୍ ରେ ପରାସ୍ତ କରି ଦଳ ପ୍ରଥମ ଥର ପାଇଁ ଟାଇଟଲ ହାତେଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୩ ରନ୍ କରିଥିଲା । ଏହାର ଜବାବରେ ଆରସିବି ୩ ବଲ୍ ବାକି ଥାଇ ୨ ୱିକେଟ୍ ହରାଇ ମ୍ୟାଚ୍ କୁ କବଜ୍ଜା କରିନେଇଥିଲା ।

WPL 2024 Final: RCBର ବିଜୟ ପରେ ମହିଳା ଟିମ୍ କୁ ଏଭଳି ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବିରାଟ, ଦେଖନ୍ତୁ ଭିଡ଼ିଓ...

WPL 2024 Final: ଓମେନ୍ସ ପ୍ରିମିୟର ଲିଗ୍ ର (WPL 2024 ) ଦ୍ବିତୀୟ ସଂସ୍କରଣରେ ଚାମ୍ପଅନ୍ ଆଖ୍ୟା ଅର୍ଜନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (Royal Challengers Bangalore)। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ (Delhi Capitals) ୭ ୱିକେଟ୍ ରେ ପରାସ୍ତ କରି ଦଳ ପ୍ରଥମ ଥର ପାଇଁ ଟାଇଟଲ ହାତେଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୩ ରନ୍ କରିଥିଲା । ଏହାର ଜବାବରେ ଆରସିବି ୩ ବଲ୍ ବାକି ଥାଇ ୨ ୱିକେଟ୍ ହରାଇ ମ୍ୟାଚ୍ କୁ କବଜ୍ଜା କରିନେଇଥିଲା ।

ଫାଇନାଲ ମ୍ୟାଚ୍ ପରେ ବିରାଟ କୋହଲି ମହିଳା ଦଳ ସହିତ ଭିଡିଓ କଲ୍ ରେ କଥା ହୋଇଥିଲେ । ଭିଡିଓ କଲ୍ ରେ କିଙ୍ଗ୍ କୋହଲି ମହିଳା ଟିମ୍ ସହ ନାଚିବା ସହ ବିଜୟ ନେଇ ଅଭିନନ୍ଦନ ଜଣାଇଥିଲେ । କୋହଲି ମହିଳା ଦଳ ସହ ନାଚୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ୧୭ ବର୍ଷର ଅପେକ୍ଷା ପରେ ଆରସିବି (RCB) ଫ୍ରାଞ୍ଚାଇଜ ଟାଇଟଲ ଜିତିଛି । ପୁରୁଷ ଆରସିବି ଦଳ ଗତ ୧୬ ବର୍ଷ ଧରି ଆଇପିଏଲରେ ଟାଇଟଲ ଜିତିବାରେ ସକ୍ଷମ ହୋଇ ନ ଥିବାବେଳେ WPLର ପ୍ରଥମ ସିଜିନରେ ମହିଳା ଆରସିବି ଦଳ ମଧ୍ୟ ଟାଇଟଲ ଜିତିପାରିନଥିଲା। ଗତ ସିଜନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା, କିନ୍ତୁ ଚଳିତ ବର୍ଷ ଚତ୍ମକାର ପ୍ରଦର୍ଶନ ସହ ବାଜି ମାରିଛି ମହିଳା ଆରସିବି ଟିମ୍ । ବର୍ତ୍ତମାନ ପ୍ରଶଂସକମାନେ ଆଇପିଏଲ୍ ୨୦୨୪ରେ ପୁରୁଷ ଆରସିବି ଦଳଠାରୁ ମଧ୍ଯ ଟ୍ରଫି ଆଶା କରୁଛନ୍ତି ।

ମହିଳା ପ୍ରିମିୟର ଲିଗ୍ ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ ଓ ଆରସିବି ମଧ୍ୟରେ କମ୍ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ମାତ୍ର ୧୧୩ ରନ୍ ରେ ଅଲ ଆଉଟ୍ ହୋଇଯାଇଥିଲା । ଧୂଆଁଧାର ଖେଳ ଆରମ୍ଭ କରିଥିବା ଦିଲ୍ଲୀର ବ୍ୟାଟ୍ସମ୍ୟାନ୍ ପଡ଼ିଆରେ ବେଶ ସମୟ ତିଷ୍ଠି ପାରିନଥିଲା । ସେପଟେ ୧୧୪ ରନ୍ ର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ସେତେଟା କଷ୍ଟସାଧ୍ୟ ନଥିଲା । ଓପନିଂ ଯୋଡ଼ି ସ୍ମୃତି ମନ୍ଧନା ଓ ଶୋଫି ଡ଼ିଭାଇନ୍ ଚତ୍ମକାର ବ୍ୟାଟିଂ କରି ୪୯ ରନର ପାର୍ଚନରସିପ୍ କରିଥିଲେ । ଡ଼ିଭାଇନ୍ ୩୨ ରନ୍ କରି ଆଉଟ ହୋଇଥିଲା । ଏହାପରେ ଏଲିସ ପେରୀ କ୍ରିଜରେ ଯୋଗ ଦେଇ ମନ୍ଧନାଙ୍କ ସହ ମିଶି ସ୍କୋରକୁ ୮୨ରେ ପହଞ୍ଚାଇଥିଲେ । ମନ୍ଧନା ୩୧ ରନ୍ କରି ପାଭିଲିୟନ୍ ଫେରିଥିଲେ । ପରେ ପେରୀ ଓ ରିଚା ଘୋଷ ୩ଟି ବଲ ବାକି ଥାଇ ଦଳକୁ ଚାମ୍ପଅନ୍ କରାଇଥିଲା ।  ପେରୀ ୪ଟି ଚୌକା ବଳରେ ୩୫ ଓ ରିଚା ୧୭ ରନ୍ କରି ଅପରାଜିତ ଥିଲେ ।