Team India Squad: ବିଶ୍ୱକପ୍ ମଧ୍ୟରେ ଭାରତୀୟ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ
Advertisement
Article Detail0/zeeodisha/odisha1909196

Team India Squad: ବିଶ୍ୱକପ୍ ମଧ୍ୟରେ ଭାରତୀୟ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ICC World Cup Team India Squad 2023: ବିଶ୍ୱକପ୍ ମଧ୍ୟରେ ଆଗାମୀ ଆଫଗାନିସ୍ତାନ-ପାକିସ୍ତାନ ମ୍ୟାଚ୍ ରେ ଭାରତୀୟ ଦଳରେ ସ୍ଥାନ ପାଇପାରନ୍ତି ୨ ନୂଆ କଭର ପ୍ଲେୟାର।

Team India Squad: ବିଶ୍ୱକପ୍ ମଧ୍ୟରେ ଭାରତୀୟ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

Team India World Cup Squad 2023: ବିଜୟ ସହ ୨୦୨୩ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଆସନ୍ତା ଅକ୍ଟୋବର ୧୧ ତାରିଖ ବୁଧବାର ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମୁକାବିଲାରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ଦଳକୁ ଭେଟିବାକୁ ଯାଉଛି। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍ ଚାଲିଥିବା ସମୟରେ ଭାରତୀୟ ଦଳରେ ପରିବର୍ତ୍ତନ ହେବା ନେଇ  ଏକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ଭାରତୀୟ ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ 
ଭାରତୀୟ ଦଳର ତାରକା ଓପନର୍ (Team India Star Opener) ଶୁଭମନ ଗିଲ (Shubman Gill) ଡେଙ୍ଗୁ ରୋଗରେ ପୀଡିତ ହୋଇଛନ୍ତି। ଯଦିଓ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ହେଲେ ତଥାପି ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗିବ। ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଗିଲ୍ ସୁସ୍ଥ ହେବାକୁ ଏକ ସପ୍ତାହରୁ ଅଧିକ ସମୟ ଲାଗିବ। ଏଭଳି ପରିସ୍ଥିତିରେ ଚୟନ କମିଟି (Team India Selection Committee) ତାଙ୍କ ବଦଳରେ ଅନ୍ୟ ଜଣେ ଖେଳାଳୀଙ୍କୁ ଦଳରେ ସାମିଲ କରିବା ନେଇ ପରିଚାଳନା କମିଟି ସହ କଥା ହୋଇପାରେ। ଯଦି ଦଳ କୌଣସି ଖେଳାଳିଙ୍କୁ ଅନ୍ତର୍ଭୂକ୍ତ କରିବାକୁ ଅନୁରୋଧ କରେ, ତାହେଲେ ସେ ହେଉଛନ୍ତି ଯଶସ୍ୱୀ ଜୈସ୍ୱାଲ କିମ୍ବା ଋତୁରାଜ ଗାୟକୱାଡ (Yashasvi Jaiswal or Ruturaj Gaikwad)। ଯିଏ କଭର ପ୍ଲେୟାର (Team India Cover Player) ଭାବରେ ଦଳରେ ଯୋଗ ଦେଇପାରନ୍ତି।

ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ମଧ୍ୟ କଷ୍ଟକର
ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ (Narendra Modi Stadium Ahmedabad) ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍ (India Pakistan Match World Cup 2023 ) ରେ ଶୁଭମନ ଗିଲ ଖେଳିବା ମଧ୍ୟ କଷ୍ଟକର ହୋଇପଡିଛି। ଆପଣଙ୍କୁ କହିରଖୁଛୁ ଯେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ (India Australia World Cup Match 2023) ରେ ମଧ୍ୟ ଗିଲ ଦଳର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ହେଲେ ସେ ଆସନ୍ତାକାଲି (ଅକ୍ଟୋବର ୧୧) ଅନୁଷ୍ଠିତ ହେଉଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ (India Afghanistan World Cup Match 2023) ରୁ ଦୂରେଇ ରହିବାକୁ ଯାଉଛନ୍ତି।

୨୦୨୩ ଭାରତୀୟ ବିଶ୍ୱକପ୍ ଦଳ 
ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ସୂର୍ଯ୍ୟକୁମାର ଯାଦବ।