World Cup 2023 Points Table: ପାକିସ୍ତାନକୁ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ଦେଖନ୍ତୁ ଅନ୍ୟ ଦଳ ମାନଙ୍କର କ'ଣ ରହିଛି ସ୍ଥିିତି
Advertisement
Article Detail0/zeeodisha/odisha1915597

World Cup 2023 Points Table: ପାକିସ୍ତାନକୁ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ଦେଖନ୍ତୁ ଅନ୍ୟ ଦଳ ମାନଙ୍କର କ'ଣ ରହିଛି ସ୍ଥିିତି

World Cup 2023: ପାକିସ୍ତାନ ବିପକ୍ଷରେ ସାତୋ ୱିକେଟରେ ବିଶାଳ ବିଜୟ ସହିତ ଭାରତ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡକୁ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛି । ବିଶ୍ୱକପରେ ଭାରତ ନିଜର ତିନୋଟି ମ୍ୟାଚକୁ ଜିତି ନେଇଛି । ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଭାରତ ପରି ନିଜର ପ୍ରଥମ ତିନୋଟି ମ୍ୟାଚ୍ ଜିତିଛି ।

 

World Cup 2023 Points Table

World Cup 2023 Points Table: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ର ଦ୍ୱାଦଶ ମ୍ୟାଚରେ ଭାରତ ପାକିସ୍ତାନକୁ ସାତ ୱିକେଟରେ ପରାସ୍ତ କରିଛି । ଏହା ସହ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି । ଭାରତ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛି । ବିଶ୍ୱକପରେ ଭାରତ ଏହାର ତିନୋଟି ମ୍ୟାଚ୍ ଜିତିଛି । ନ୍ୟୁଜିଲ୍ୟାଣ୍ଡ ମଧ୍ୟ ନିଜର ପ୍ରଥମ ତିନୋଟି ମ୍ୟାଚ୍ ଜିତିଛି । ତେବେ ନେଟ୍ ରନ୍ ହାର ଆଧାରରେ ଭାରତ ଏହି ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି ।

ଏହି ମ୍ୟାଚ୍ ପୂର୍ବରୁ ବିଶ୍ୱକପ ୨୦୨୩ ର ପଏଣ୍ଟ ଟେବୁଲରେ ଭାରତ ତୃତୀୟ ସ୍ଥାନରେ ଥିଲା । ସମସ୍ତ ଦୁଇଟି ମ୍ୟାଚ୍ ଜିତିବା ପରେ ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା । ବର୍ତ୍ତମାନ ଟେମ୍ବା ବାଭୁମାଙ୍କ ଦଳ ତୃତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ବିଷୟରେ କହିବାକୁ ଗଲେ ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ ସଂଗ୍ରହ କରିଥିଲା । ଟାର୍ଗେଟକୁ ପିଛାକରି ଟିମ୍ ଇଣ୍ଡିଆ ୩୧ ତମ ଓଭରରେ ଏହି ମ୍ୟାଚକୁ ଜିତି ନେଇଥିଲା ।

fallback

ତାସ୍ ର ପତା ପରି ଭୁଶୁଡ଼ି ପଡ଼ିଥିଲା ପାକିସ୍ତାନର ବ୍ୟାଟିଂ
ରୋହିତ ଶର୍ମା ଟସ୍ ଜିତି ଆଜି ପାକିସ୍ତାନ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଥିଲେ । ଭାରତୀୟ ଅଧିନାୟକଙ୍କ ଏହି ନିଷ୍ପତ୍ତି ସଠିକ ବୋଲି ପ୍ରମାଣିତ ହୋଇଛି । ଏକ ସମୟରେ ପାକିସ୍ତାନ ଦଳ ଭଲ ଖେଳୁଥିଲା । ୧୫୫ ରନରେ ତୃତୀୟ ୱିକେଟ୍ ବାବର ଆଜାମଙ୍କ ରୂପରେ ଆଉଟ୍ ହେବା ପରେ ପାକିସ୍ତାନର ବ୍ୟାଟିଂ ଭୁଶୁଡି ପଡିଥିଲା । ଏଠାରୁ କୌଣସି ବ୍ୟାଟ୍ସମ୍ୟାନ୍ ଆଗକୁ ବ୍ୟାଟିଂ କରିବାକୁ ସକ୍ଷମ ହୋଇନଥିଲେ । ତାସ୍ ର ପତା ପରି ପାକିସ୍ତାନ ଦଳ ଭୁଶୁଡି ପଡିଥିଲା । ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଁଏ ୱିକେଟ୍ ନେଇଥିଲେ ।

ରୋହିତ ଦେଇନଥିଲେ ପ୍ରତ୍ୟାବର୍ତ୍ତନ ପାଇଁ ସୁଯୋଗ 
ଟାର୍ଗେଟକୁ ପିଛା କରିବା ସମୟରେ କ୍ୟାପଟେନ ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇଥିଲେ । ଏହି ବ୍ୟାଟ୍ସମ୍ୟାନ ୬୩ଟି ବଲରେ ୮୬ ରନର ଏଖ ଚମତ୍କାର ଇନିଂସ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ୬ଟି ଚୌକା ଓ ସମାନ ସଂଖ୍ୟକ ଛକା ମାରିଥିଲେ । ନମ୍ବର -୪ ରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ୍ ଆୟର ମଧ୍ୟ ଅପରାଜିତ ୫୩ ରନ୍ ସ୍କୋର କରି ଭାରତର ବିଜୟ ନିଶ୍ଚିତ କରିଥିଲେ ।