World Cup 2023: ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତକୁ ଆସିବ କି ପାକିସ୍ତାନ ଟିମ୍? ବିଲାୱାଲ ଭୁଟ୍ଟୋ ଜରଦାରୀ ଦେଲେ ଏହି ଉତ୍ତର
Advertisement

World Cup 2023: ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତକୁ ଆସିବ କି ପାକିସ୍ତାନ ଟିମ୍? ବିଲାୱାଲ ଭୁଟ୍ଟୋ ଜରଦାରୀ ଦେଲେ ଏହି ଉତ୍ତର

Bilawal Bhutto Zardari On World Cup 2023: ଏସିଆ କପ୍ ଓ ଦିନିକିଆ ବିଶ୍ୱକପ୍ ପାଇଁ ଦଳ ପଠାଇବା ନେଇ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଜାରି ରହିଛି । ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ BCCI ମନା କରିଦେଇଛି ଓ ବିଶ୍ୱକପ ପାଇଁ PCB ମଧ୍ୟ ସମାନ ଧମକ ଦେଇଛି ।

ସୌ: ସୋସିଆଲ ମିଡିଆ

ICC ODI World Cup 2023: ଚଳିତ ବର୍ଷ ଶେଷରେ ଭାରତରେ ଏକଦିବସୀୟ ବିଶ୍ୱକପ ଅନୁଷ୍ଠିତ ହେବ । ଏହି ବିଶ୍ୱକପ ହେବାକୁ ଆଉ ମାତ୍ର କିଛି ମାସ ବାକି ଅଛି କିନ୍ତୁ ଗୋଟିଏ ପ୍ରଶ୍ନ ଏବେବି ସ୍ଥିର ରହିଛି ଯେ ପାକିସ୍ତାନ କ୍ରିକେଟ୍ ଦଳ (Pakistan Team) ଟୁର୍ଣ୍ଣାମେଣ୍ଟ ପାଇଁ ଭାରତକୁ ଆସିବ କି ନାହିଁ? ଭାରତ ଓ ପାକିସ୍ତାନ (India vs Pakistan) କ୍ରିକେଟ୍ ବୋର୍ଡ ମଧ୍ୟରେ ଏସିଆ କପ୍ ଓ ବିଶ୍ୱକପକୁ ନେଇ ବିବାଦ ଲାଗି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ତରଫରୁ କୌଣସି ସମାଧାନ ମିଳିପାରି ନାହିଁ କିନ୍ତୁ ବର୍ତ୍ତମାନ ପାକିସ୍ତାନର ବୌଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କଠାରୁ (Bilawal Bhutto Zardari) ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ସାମ୍ନାକୁ ଆସିଛି । ସାଂଘାଇ ସହଯୋଗ ସଂଗଠନର ବୌଠକ ପାଇଁ ଭାରତ ଗସ୍ତରେ ଆସିଥିବା ପାକିସ୍ତାନୀ ବୌଦେଶିକ ମନ୍ତ୍ରୀ ଭୁଟ୍ଟୋ ୫ ତାରିଖ ଅର୍ଥାତ ଶୁକ୍ରବାର ଦିନ ଗୋଆରେ ପାକିସ୍ତାନୀ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ବିଶ୍ୱକପ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

'ରାଜନୀତିର ବନ୍ଧକ ନେହେଉ ଖେଳ'
ପାନଜୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଭୁଟ୍ଟୋଙ୍କୁ ପଚରାଯାଇଥିଲା ଯେ ତାଙ୍କ ସରକାର ପାକିସ୍ତାନୀ କ୍ରିକେଟ୍ ଦଳକୁ ବିଶ୍ୱକପ ପାଇଁ ଭାରତ ପଠାଇବେ କି? ଏହାର ଜବାବରେ ବୌଦେଶିକ ମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଦ୍ୱାରା କ୍ରୀଡ଼ା ପ୍ରଭାବିତ ହେବା ଉଚିତ୍ ନୁହେଁ ଓ ବିଶ୍ୱକପ ପ୍ରସଙ୍ଗରେ ସେ ମଧ୍ୟ ଏପରି କରିବାକୁ ପ୍ରଚେଷ୍ଟା କରିବେ । ଭୁଟ୍ଟୋ କହିଛନ୍ତି ଯେ ସେ କେବଳ ଆଶା କରୁଛନ୍ତି ଯେ ଏଭଳି ପରିସ୍ଥିତି ସୃଷ୍ଟି ହେଉ ଯେ କ୍ରୀଡାକୁ ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡୁ । କ୍ରୀଡାକୁ ରାଜନୀତିରେ ବନ୍ଧକ ରଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ଟିମ୍ ପରସ୍ପରର ଦେଶରେ ପାଦ ରଖି ନାହାଁନ୍ତି । ପାକିସ୍ତାନୀ ଦଳ ଶେଷ ଥର ପାଇଁ ୨୦୧୬ ଟି-୨୦ ବିଶ୍ୱକପ ସମୟରେ ଭାରତ ଆସିଥିଲା । ଅନ୍ୟପକ୍ଷରେ ୨୦୦୭ ମସିହାରୁ ଭାରତୀୟ ଦଳ ପାକିସ୍ତାନ ଯାଇନାହିଁ । ୨୦୧୨-୧୩ ପରଠାରୁ ଉଭୟଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ହୋଇନାହିଁ ଓ ଉଭୟ ଦଳ କେବଳ ବିଶ୍ୱକପ କିମ୍ବା ଏସିଆ କପ୍‌ରେ କ୍ରିକେଟ ମୈଦାନରେ ନଜର ଆସୁଛନ୍ତି ।

BCCI-PCB ମଧ୍ୟରେ ଜାରିରହିଛି ବିବାଦ
ତେବେ ଗତ କିଛି ମାସ ମଧ୍ୟରେ ଉଭୟ ବୋର୍ଡ ମଧ୍ୟରେ ବିବାଦ ଲାଗି ରହିଥିଲା । ଚଳିତ ବର୍ଷ ପାକିସ୍ତାନରେ ପ୍ରସ୍ତାବିତ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ପଠାଇବାକୁ ବିସିସିଆଇ ସଚିବ ଜୟ ଶାହା ମନା କରି ଦେଇଛନ୍ତି । ଏସୀୟ କ୍ରିକେଟ୍ ପରିଷଦର ସଭାପତି ଭାବରେ ଶାହା ଏହା ମଧ୍ୟ କହିଛନ୍ତି ଯେ ଏକ ନିରପେକ୍ଷ ସ୍ଥାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହାର ପ୍ରତିବାଦରେ ପାକିସ୍ତାନୀ ବୋର୍ଡ ବିଶ୍ୱକପ ପାଇଁ ଭାରତକୁ ନିଜ ଦଳ ପଠାଇବ ନାହିଁ ବୋଲି ମଧ୍ୟ ଧମକ ଦେଇଛି ।

ଏହା ବି ପଢ଼ନ୍ତୁ: World Cup 2023: ଏହି ଷ୍ଟାଡିୟମରେ ହେବ ଭାରତ ବନାମ ପାକିସ୍ତାନ ବିଶ୍ୱକପ ମ୍ୟାଚ୍, ପ୍ରସ୍ତୁତି ଆରମ୍ଭ କଲା ବିସିସିଆଇ!

ଏହା ବି ପଢ଼ନ୍ତୁ: MS Dhoni On Retirement: କ୍ରିକେଟରୁ ଅବସରକୁ ନେଇ ଏପରି ମତ ରଖିଲେ ଏମଏସ ଧୋନି; କହିଲେ- କେବେ ହେବ ତାଙ୍କର ଶେଷ ମ୍ୟାଚ୍?