IND vs AUS Final: କାହିଁକି ଫାଇନାଲରେ ହାରିଗଲା ଟିମ୍ ଇଣ୍ଡିଆ? ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପରାଜୟର ଏହା ରହିଛି ୫ଟି ବଡ଼ କାରଣ
Advertisement
Article Detail0/zeeodisha/odisha1968692

IND vs AUS Final: କାହିଁକି ଫାଇନାଲରେ ହାରିଗଲା ଟିମ୍ ଇଣ୍ଡିଆ? ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପରାଜୟର ଏହା ରହିଛି ୫ଟି ବଡ଼ କାରଣ

IND vs AUS Final: ରବିବାର ଦିନ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । ସାରା ଦେଶରେ ନିରାଶା ଦେଖାଦେଇଛି । ଏହାର କାରଣ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ହାତରେ ଭାରତକୁ ୬ ୱିକେଟ୍ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ତେବେ ଆସନ୍ତୁ ଟିମ୍ ଇଣ୍ଡିଆର ପରାଜୟର ୫ଟି ବଡ଼ କାରଣ ଉପରେ ନଜର ପକାଇବା...

 

World Cup Final 2023 Ind vs Aus

World Cup Final 2023 Ind vs Aus: ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି । ଏହିପରି ଭାରତୀୟ ଦଳର ତୃତୀୟ ଥର ବିଶ୍ୱ ଚାମ୍ପିୟନ ହେବାର ସ୍ୱପ୍ନ ଭାଙ୍ଗିଯାଇଛି । ଅଷ୍ଟ୍ରେଲିଆ ଆଗରେ ଭାରତ ୨୪୧ ରନ୍‌ର ଲକ୍ଷ୍ୟ ରଖିଥିଲା । ଅଷ୍ଟ୍ରେଲିଆ ୪୩ ଓଭରରେ ୪ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଓପନର୍ ଟ୍ରାଭିସ୍ ହେଡ୍ ଅଷ୍ଟ୍ରେଲିଆର ବିଜୟର ହିରୋ ଥିଲେ । ବାସ୍ତବରେ, ଏକ ସମୟରେ ତିନି ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ୪୮ ରନ୍ ସ୍କୋରରେ ପ୍ୟାଭିଲିୟନକୁ ଫେରିଥିଲେ, କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ୍ ଲାବୁସାଗ୍ନେ ଟିମ୍ ଇଣ୍ଡିଆକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ କୌଣସି ସୁଯୋଗ ଦେଇନଥିଲେ ।

୧୨୦ ବଲରେ ୧୩୭ ରନ୍ ସ୍କୋର କରିବା ପରେ ଟ୍ରାଭିସ୍ ହେଡ୍ ଆଉଟ୍ ହୋଇଥିଲେ । ସେ ନିଜ ଇନିଂସରେ ୧୫ଟି ଚୌକା ଓ ୪ଟି ଛକା ମାରିଥିଲେ । ଯେତେବେଳେ କି, ମାର୍ନସ୍ ଲାବୁସାଗ୍ନେ ୧୧୦ ବଲରେ ୫୮ ରନ୍ ସଂଗ୍ରହ କରିଥିଲେ । ସେ ନିଜ ଇନିଂସରେ ୪ଟି ଚୌକା ମାରିଥିଲେ । ଟ୍ରାଭିସ୍ ହେଡ୍ ଓ ମାର୍ନସ୍ ଲାବୁସାଗ୍ନେ ମଧ୍ୟରେ ୧୯୨ ରନ୍ ର ପାର୍ଟନରସିପ କରିଥିଲେ । ଆସନ୍ତୁ ଟିମ୍ ଇଣ୍ଡିଆର ପରାଜୟର ୫ଟି ବଡ଼ କାରଣ ଉପରେ ନଜର ପକାଇବା...

ଖରାପ ଫିଲ୍ଡିଂ ଓ ରନ୍ ଆଉଟ୍ ସୁଯୋଗ ଛାଡ଼ିବା
ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ମାତ୍ର ୨୪୦ ରନ୍ ସ୍କୋର କରିପାରିଥିଲେ । ଏଭଳି ପରିସ୍ଥିତିରେ ଭାରତୀୟ ଫିଲ୍ଡରଙ୍କଠାରୁ କଡ଼ା ଫିଲ୍ଡିଂ ଆଶା କରାଯାଉଥିଲା । କିନ୍ତୁ ଟିମ୍ ଇଣ୍ଡିଆର ଫିଲ୍ଡରମାନେ ବଡ଼ ମ୍ୟାଚରେ ନିରାଶ କରିଥିଲେ । ଭାରତୀୟ ଫିଲ୍ଡରମାନେ ରନ୍ ଆଉଟ୍ କରିବାର ଅନେକ ସୁଯୋଗ ହାତଛଡ଼ା କରିଥିଲେ, ଫଳ ସ୍ୱରୂପ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଶାମି, ବୁମ୍ରା, ଜାଡେଜା ସମେତ ଫ୍ଲପ୍ ହୋଇଥିଲେ ସମସ୍ତ ବୋଲର
ଏହି ବିଶ୍ୱକପ୍‌ରେ ଭାରତୀୟ ବୋଲରମାନେ ବହୁତ ପ୍ରଭାବିତ ହୋଇଥିଲେ ମଧ୍ୟ ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲେ । ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ନିରାଶ କରିଥିଲେ । ଟିମ୍ ଇଣ୍ଡିଆର ବୋଲରମାନେ ଟାଇଟଲ୍ ମ୍ୟାଚ୍ ରେ ଲାଚାର ଥିବା ଦେଖାଯାଉଥିଲେ ।

ନିରାଶ କରିଥିଲେ ବ୍ୟାଟ୍ସମ୍ୟାନ୍... ବେପରୁଆ ସଟ୍ ଖେଳି ହୋଇଥିଲେ ଆଉଟ୍
ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ମାନେ ନିୟମିତ ବ୍ୟବଧାନରେ ବେପରୁଆ ସଟ୍ ଖେଳି ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ଅଷ୍ଟ୍ରେଲୀୟ ବୋଲରମାନେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ, କିନ୍ତୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ମାନେ ଅନେକ ବେପରୁଆ ସଟ୍ ଖେଳି ନିଜ ୱିକେଟ୍ ଦେଇଥିଲେ । ଟିମ୍ ଇଣ୍ଡିଆ ପାଇଁ କେବଳ ବିରାଟ କୋହଲି ଓ କେ.ଏଲ୍ ରାହୁଲ ପଚାଶ ରନ୍ ମାର୍କ ଛୁଇଁ ପାରିଥିଲେ, ଏହା ବ୍ୟତୀତ ବାକି ବ୍ୟାଟ୍ସମ୍ୟାନ୍ ମାନେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ ।

ଭାରତୀୟ ବୋଲରମାନେ ଦେଇଥିବ ଅନେକ ଅତିରିକ୍ତ ରନ୍
ଭାରତୀୟ ବୋଲରମାନେ ବହୁତ ଅତିରିକ୍ତ ରନ୍ ଦେଇଥିଲେ । ବିଶେଷକରି ପ୍ରାରମ୍ଭିକ ଓଭରରେ ମହମ୍ମଦ ଶାମି ନିଜ ଲାଇନ୍ ଆଣ୍ଡ ଲେନ୍ଥରୁ ବିଚ୍ୟୁତ ହେବା ପରି ମନେ ହେଉଥିଲେ । ଏହା ବ୍ୟତୀତ ଅନ୍ୟ ବୋଲରଙ୍କ ଅବସ୍ଥା ମଧ୍ୟ ସମାନ ରହିଥିଲା । ଟିମ୍ ଇଣ୍ଡିଆର ବୋଲରମାନେ ଖରାପ ଲାଇନ୍ ଓ ଲେନ୍ଥରେ ବୋଲିଂ ଜାରି ରଖିଥିଲେ, ଫଳ ସ୍ୱରୂପ, କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ମାନେ ସହଜରେ ରନ୍ ସ୍କୋର କରିଥିଲେ । ଏହା ବ୍ୟତୀତ ୱିକେଟ୍ କିପର ଭାବରେ କେ.ଏଲ୍ ରାହୁଲ ଅନେକ ଖରାପ ଫିଲ୍ଡ କରିଥିଲେ । ଭାରତୀୟ ବୋଲରମାନେ ୧୮ ଟି ଅତିରିକ୍ତ ରନ୍ ଦେଇଥିଲେ । ଯେଉଁଥିରେ ୭ ବାଇ ଓ ୧୧ ୱାଇଡ୍ ସାମିଲ୍ ଥିଲା ।

ସମସ୍ତ ଆଶାକୁ ନିରାଶରେ ପରିବର୍ତ୍ତିତ କରିଥିଲେ ଟ୍ରାଭିସ୍ ହେଡ୍ 
ଭାରତର ୨୪୦ ରନ୍ ଜବାବରେ ଅଷ୍ଟ୍ରେଲିଆର ତିନିଜଣ ବ୍ୟାଟ୍ସମ୍ୟାନ୍ ୪୮ ରନ୍ ଭିତରେ ପ୍ୟାଭିଲିୟନକୁ ଫେରିଥିଲେ, କିନ୍ତୁ ଟ୍ରାଭିସ୍ ହେଡ୍ ଭାରତୀୟଙ୍କ ଆଶାକୁ ଧ୍ୱଂସ କରିଦେଇଥିଲେ । ୧୨୦ ବଲରେ ୧୩୭ ରନ୍ ସ୍କୋର କରିବା ପରେ ଟ୍ରାଭିସ୍ ହେଡ୍ ମହମ୍ମଦ ସିରାଜଙ୍କ ବୋଲରେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ, କିନ୍ତୁ ସେତେବେଳକୁ ଅଷ୍ଟ୍ରେଲିଆର ବିଜୟ ନିଶ୍ଚିତ ହୋଇଯାଇଥିଲା । ଏକ ସମୟରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇବା ପରେ ଭାରତୀୟ ପ୍ରଶଂସକଙ୍କ ଆଶା ବଢ଼ିଯାଇଥିଲା, କିନ୍ତୁ 
ଭାରତ ପାଇଁ ଟ୍ରାଭିସ୍ ହେଡ୍ କୌଣସି ସୁଯୋଗ ଦେଇନଥିଲେ ।