David Warner News: ବଲକୁ ସ୍ୟାଣ୍ଡ ପେପରରେ ନଷ୍ଟ କରିବା ଅଭିଯୋଗରେ କ୍ୟାମେରନ୍ ୱେନକ୍ରାଫ୍ଟଙ୍କୁ ୬ ମାସ ପର୍ଯ୍ୟନ୍ତ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବ୍ୟତୀତ ୱାର୍ଣ୍ଣରଙ୍କ ଉପରେ ଲାଇଫ୍ ଟାଇମ୍ ଲିଡରସିପ୍ ଉପରେ ମଧ୍ୟ ବ୍ୟାନ୍ କରାଯାଇଥିଲା। ଯାହାଫଳରେ ଡେଭିଡ ୱାର୍ଣ୍ଣରଙ୍କ ପରି ଜବରଦସ୍ତ ଖେଳାଳୀଙ୍କୁ ଭବିଷ୍ୟତରେ ଦଳର ଅଧିନାୟକ କରାଯାଇପାରିଲା ନାହିଁ।
Trending Photos
David Warner: ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଗୁରୁବାର ଠାରୁ ଆରମ୍ଭ ହୋଇଗଲାଣି। ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଟେଷ୍ଟ ଟିମର ପୂର୍ବ ଅଧିନାୟକ ନିଜର ମ୍ୟାନେଜର ଜେମସ ଏରସ୍କିନଙ୍କ ଜରିଆରେ ଏକ ଚାଞ୍ଚଲକ୍ୟର ଖୁଲାସା କରିଛନ୍ତି। ଏରସ୍କିନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୬ ବର୍ଷ ପୂର୍ବେ ଯେଉଁ ଘଟଣା ଘଟିଥିଲା ତାର ପର୍ଦ୍ଧାଫାସ କରିଛନ୍ତି ଏର୍ସକିନ। ସେ କହିଛନ୍ତି ଯେ, ଯେତେବେଳେ ସାଉଥ ଆଫ୍ରିକା ବିପକ୍ଷରେ କେପ ଟାଉନରେ ବଲ୍ ଟାମ୍ପରିଂ ଘଟଣା ଅଷ୍ଟ୍ରେଲିଆ କ୍ରିକେଟ ଅଧିକାରୀଙ୍କ ଜବରଦସ୍ତି କାରଣରୁ ହୋଇଥିଲା ଏଥିରେ କୌଣସି ଖେଳାଳିଙ୍କ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି।
ଏରସ୍କିନ୍ କହିଛନ୍ତି ଯେ, ମ୍ୟାଚ୍ ସମୟରେ କ୍ରିକେଟ୍ ଅଷ୍ଟ୍ରେଲିଆର ଦୁଇଜଣ କାର୍ଯ୍ୟନିର୍ବାହୀ ଡ୍ରେସିଂ ରୁମକୁ ଧସେଇ ପଶି ଆସିଥିଲେ। ସେ ଚାହୁଁଥିଲେ ଯେ ଅଷ୍ଟ୍ରେଲିଆ ଦଳ ଯେକୌଣସି ମୂଲ୍ୟରେ ମ୍ୟାଚ୍ ଜିତନ୍ତୁ। ଏହା ଉପରେ ୱାର୍ଣ୍ଣର କହିଥିଲେ ଯେ ଯେତେବେଳେ ବଲ୍ ଓଲଟା ସୁଇଙ୍ଗ୍ ହୁଏ ଏବଂ ଯେତେବେଳେ ବଲ୍ ଟାମ୍ପରିଂ ହୁଏ ସେତେବେଳେ ବଲ୍ ଓଲଟା ହୋଇପାରେ । ଏହା ପରେ କ୍ରିକେଟ୍ ଅଷ୍ଟ୍ରେଲିଆର (Cricket Australia) ଅଧିକାରୀମାନେ ଖେଳାଳିଙ୍କୁ ବଲ୍ରେ ଟାମ୍ପରିଂ କରିବାକୁ କହିଥିଲେ। କାରଣ କୌଣସି ମୂଲ୍ୟରେ ସେମାନେ ଜିତିବାକୁ ଚାହୁଁଥିଲେ। ଏହା ପରେ ଅଷ୍ଟ୍ରେଲିଆ ଟିମ୍ ବଲ ସହ ଟାମ୍ପରିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହି ଘଟଣା ଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା ଏବଂ ପରେ ଅଭିଯୁକ୍ତ ଖେଳାଳିଙ୍କୁ ଏହି ମାମଲା ପରେ ମ୍ୟାଚରେ ଖେଳିବା ନେଇ ବାରଣ କରାଯାଇଥିଲା। ତତ୍କାଳିନ ଅଧିନାୟକ ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣରଙ୍କୁ (David Warner) ଏକ ଏକ ବର୍ଷ ପାଇଁ ବ୍ୟାନ୍ କରାଯାଇଥିଲା। ବଲକୁ ସ୍ୟାଣ୍ଡ ପେପରରେ ନଷ୍ଟ କରିବା ଅଭିଯୋଗରେ କ୍ୟାମେରନ୍ ୱେନକ୍ରାଫ୍ଟଙ୍କୁ ୬ ମାସ ପର୍ଯ୍ୟନ୍ତ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବ୍ୟତୀତ ୱାର୍ଣ୍ଣରଙ୍କ ଉପରେ ଲାଇଫ୍ ଟାଇମ୍ ଲିଡରସିପ୍ ଉପରେ ମଧ୍ୟ ବ୍ୟାନ୍ କରାଯାଇଥିଲା। ଯାହାଫଳରେ ଡେଭିଡ ୱାର୍ଣ୍ଣରଙ୍କ ପରି ଜବରଦସ୍ତ ଖେଳାଳୀଙ୍କୁ ଭବିଷ୍ୟତରେ ଦଳର ଅଧିନାୟକ କରାଯାଇପାରିଲା ନାହିଁ।
ସେହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ (Australia Team) ମାତ୍ର ୮୫ ରନ କରି ଅଲ ଆଉଟ୍ ହୋଇ ଏକ ଇନିଂସ ବ୍ୟବଧାନରେ ପରାସ୍ତ ହୋଇଥିଲା। ମ୍ୟାଚ୍ ସମୟରେ ଅଷ୍ଟ୍ରେଲିଆ ବୋର୍ଡର ଅଧିକାରୀମାନେ ଡ୍ରେସିଂ ରୁମକୁ ଆସି ଦଳକୁ ବଲ୍ ଟାମ୍ପରିଂ କରି ଓଲଟପାଲଟ କରିବାକୁ ଦଳକୁ ପରାମର୍ଶ ଦେଇଥିଲେ। ଏରସ୍କିନ କହିଛନ୍ତି ଯେ, ୨୦୧୮ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ ପାଇଁ ୱାର୍ଣ୍ଣରଙ୍କ ଲିଡର ସିପ୍ ଉପରେ ପ୍ରତିବନ୍ଧକ ଲଗାଇବା ଭୁଲ ବୋଲି ଏରସ୍କିନ କହିଛନ୍ତି। ଯଦି ସତ୍ୟ ପଦାକୁ ଆସେ ତେବେ ବହୁ ବଡ ଖେଳାଳି ଏବଂ ବୋର୍ଡର ଅଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିବ ବୋଲି ସେ ସାକ୍ଷାତକାରରେ କହିଛନ୍ତି।
Also Read: IND vs BAN: ବାଂଲାଦେଶ ବିପକ୍ଷରେ ପରାଜୟ ପରେ ରାହୁଲ ଦ୍ରାବିଡ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ
ସେ ଦାବି କରିଛନ୍ତି ଯେ ଯେତେବେଳେ ଏହି ପୁରା ବଲ୍ ଟ୍ୟାମ୍ପରିଂ (Ball Tampering) ବିବାଦ ଚାଲିଥିଲା, ୱାର୍ଣ୍ଣରଙ୍କ ପରିବାର ବହୁତ ବିବ୍ରତ ହୋଇଥିଲେ। ୱାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ୍ ମଧ୍ୟ ଏହି ସମୟରେ ଏକ ସନ୍ତାନ ହରାଇଥିଲେ, ଯାହା ପରିବାର ପାଇଁ ଏକ ଝଟକା ବୋଲି ତାଙ୍କ ମ୍ୟାନେଜର କହିଛନ୍ତି। ପ୍ରକୃତରେ ୨୦୧୮ ମସିହାରେ ବଲ ଟାମ୍ପରିଂ ପାଇଁ ଜୀବନକାଳ ପାଇଁ ଅଧିନାୟକ ନିଷେଧାଦେଶର ସମ୍ମୁଖୀନ ହୋଇଥିବା ଡେଭିଡ ୱାର୍ଣ୍ଣର ଅଷ୍ଟ୍ରେଲୀୟ କ୍ରିକେଟ୍ ବୋର୍ଡକୁ ଏହି ପ୍ରତିବନ୍ଧକ ହଟାଇବାକୁ ଅନୁରୋଧ କରିଥିଲେ। ବୁଧବାର ସେ ତାଙ୍କ ଅନୁରୋଧ ପ୍ରତ୍ୟାହାର କରିଛନ୍ତି। ତଦନ୍ତ ଓ ଯାଞ୍ଚ ନାମରେ ତାଙ୍କୁ ସାର୍ବଜନୀନ ଲିଞ୍ଚିଂ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ଏହି କାରଣରୁ ତାଙ୍କ ପରିବାର ବହୁତ ଚାପରେ ଥିଲେ ଏବଂ ସେ ଅନୁରୋଧ ପ୍ରତ୍ୟାହାର କରିନେଇଛନ୍ତି।