IPL 2024 ପାଇଁ BCCI ସ୍ଥିର କଲା ତାରିଖ, ଜାଣନ୍ତୁ କେବେ ଖେଳାଯିବ ପ୍ରଥମ ମ୍ୟାଚ୍?
Advertisement
Article Detail0/zeeodisha/odisha2017305

IPL 2024 ପାଇଁ BCCI ସ୍ଥିର କଲା ତାରିଖ, ଜାଣନ୍ତୁ କେବେ ଖେଳାଯିବ ପ୍ରଥମ ମ୍ୟାଚ୍?

IPL 2024 schedule: ଆଇପିଏଲ୍ ୨୦୨୪ ର ଆୟୋଜନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ୨୨ ମାର୍ଚ୍ଚରୁ ମେ ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ବିସିସିଆଇ ଏହାର ସମୟ ସ୍ଥିର କରିଛି ।

IPL 2024 schedule

IPL 2024: ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ପାଇଁ ୨୨ ମାର୍ଚ୍ଚରୁ ମେ' ଶେଷ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛି । ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହା IPL କୁ ମଧ୍ୟ ପ୍ରଭାବିତ କରିବ । ଏହି କାରଣରୁ, ସମ୍ପୂର୍ଣ୍ଣ IPL କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଯଦି ସବୁକିଛି ଠିକ ଅଛି ତେବେ IPL 2024 ମାର୍ଚ୍ଚ ୨୨ ରୁ ମେ' ଶେଷ ମଧ୍ୟରେ ଆୟୋଜିତ ହୋଇପାରିବ ।

କ୍ରିକବଜ୍ ର ଏକ ଖବର ଅନୁଯାୟୀ, ଆଇପିଏଲ୍ ୨୦୨୪ ପାଇଁ ବିସିସିଆଇ ୱିଣ୍ଡୋ ସ୍ଥିର କରିଛି । ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ସୂଚନା ପ୍ରକାଶ କରାଯାଇ ନାହିଁ । ଏହା ସହିତ ବିଦେଶୀ ଖେଳାଳିଙ୍କ ଉପଲବ୍ଧତା ବିଷୟରେ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ଜୋସ୍ ହାଜଲେଉଡକୁ ଛାଡ଼ି ଅଧିକାଂଶ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ୍ ପାଇଁ ଉପଲବ୍ଧ ରହିବେ । ଅଷ୍ଟ୍ରେଲିଆ ସହିତ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡର ଖେଳାଳିମାନେ ମଧ୍ୟ ସମଗ୍ର ସିଜିନରେ ଉପଲବ୍ଧ ରହିବେ ।

ବାଂଲାଦେଶ ଖେଳାଳି ତସ୍କିନ ଅହମ୍ମଦ ଓ ଶୋରିଫୁଲ ଇସଲାମ ଆଇପିଏଲ ୨୦୨୪ ରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି ଦୁଇ ଖେଳାଳିଙ୍କ ନାମ ମଧ୍ୟ ନିଲାମରେ ଅନ୍ତର୍ଭୂକ୍ତ ହେବ ନାହିଁ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ, କ୍ରିକେଟ୍ ୱେଷ୍ଟଇଣ୍ଡିଜ୍, କ୍ରିକେଟ୍ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଓ ଜିମ୍ବାୱେ କ୍ରିକେଟ୍ ବୋର୍ଡ ମଧ୍ୟ ବିସିସିଆଇକୁ କହିଛନ୍ତି ଯେ ସେମାନଙ୍କ ଖେଳାଳିମାନେ ସମଗ୍ର ଆଇପିଏଲ୍ ସିଜିନରେ ଉପଲବ୍ଧ ରହିବେ ।

ଆପଣଙ୍କୁ କହିରଖୁଛୁ ଯେ IPL 2024 ପାଇଁ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ । ସମସ୍ତ ଦଳ ଏ ସମ୍ପର୍କରେ ପ୍ରସ୍ତୁତି ଶେଷ କରିଛନ୍ତି । ଦଳମାନେ ନିଲାମ ପୂର୍ବରୁ ଖେଳାଳିଙ୍କ ରିଟେନସନ୍ ଓ ରିଲିଜ୍ ତାଲିକା ମଧ୍ୟ ପ୍ରକାଶ କରିଥିଲେ । ଏଥର ୩୩୩ ଖେଳାଳି ଆଇପିଏଲ ନିଲାମରେ ଅଂଶଗ୍ରହଣ କରିବେ । ଏଥିମଧ୍ୟରୁ ୧୦ ଟି ଦଳ ୭୭ ଖେଳାଳି କିଣିବାକୁ ସକ୍ଷମ ହେବେ । ବିଦେଶୀ ଖେଳାଳିଙ୍କ ପାଇଁ ୩୦ଟି ସ୍ଲଟ୍ ରଖାଯାଇଛି । ଏହି ଖେଳାଳିଙ୍କ ପାଇଁ ପ୍ରାୟ ୨୬୩ କୋଟି ଟଙ୍କା ଖର୍ଚ୍ଚ ହେବ ।