India vs Australia: ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତାକାଲି ପ୍ରଥମ ODI ଖେଳିବ ଭାରତ, ଏପରି ମାଗଣାରେ ଦେଖିପାରିବେ ମ୍ୟାଚ୍
Advertisement

India vs Australia: ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତାକାଲି ପ୍ରଥମ ODI ଖେଳିବ ଭାରତ, ଏପରି ମାଗଣାରେ ଦେଖିପାରିବେ ମ୍ୟାଚ୍

India vs Australia: ଦିନିକିଆ ବିଶ୍ୱକପ ଆରମ୍ଭ ପୂର୍ବରୁ ସେପ୍ଟେମ୍ବର ୨୨ ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ୍ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

 

Ind vs Aus (ସୌ: ସୋସିଆଲ ମିଡିଆ)

India vs Australia, 1st ODI: ଏସିଆ କପ୍ ୨୦୨୩ ରେ ଏକ ଚମତ୍କାର ବିଜୟ ପରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବ । ଏହି ସିରିଜର ପ୍ରଥମ ମ୍ୟାଚ୍ ୨୨ ସେପ୍ଟେମ୍ବରରେ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ । ବିଶ୍ୱକପ ପୂର୍ବରୁ ଆୟୋଜିତ ହେବାକୁ ଥିବା ଏହି ସିରିଜ୍ ଉଭୟ ଦଳ ପାଇଁ ପ୍ରସ୍ତୁତି ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷିତ ଟିମ୍ ଇଣ୍ଡିଆରେ ମଧ୍ୟ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଥିରେ କେଏଲ ରାହୁଲ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦଳର ଅଧିନାୟକ ଭାବରେ ନଜର ଆସିବେ । ବିଶ୍ୱକପ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନ ODI ଦଳକୁ ଫେରିଛନ୍ତି । ଏହା ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କୁ ପ୍ରଥମ ୨ଟି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଛି । ଅଷ୍ଟ୍ରେଲିଆ ଦଳରେ ଅଧିନାୟକ ପ୍ୟାଟ୍ କମିନ୍ସ ଓ ଷ୍ଟିଭ ସ୍ମିଥଙ୍କ ସମେତ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଭାରତ ବିପକ୍ଷ ODI ରେ ଅଧିକ ଭାରି ଅଷ୍ଟ୍ରେଲିଆ 
ଯଦି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ODI ମ୍ୟାଚ୍ ର ରେକର୍ଡକୁ ଦେଖିବା, ତେବେ ଅଷ୍ଟ୍ରେଲିଆ ଦଳ ଭାରତ ଠାରୁ ଆଗରେ ଥିବା ଜଣାପଡିଛି । ଏପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୪୬ଟି ODI ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଅଷ୍ଟ୍ରେଲିଆ ୮୨ ଟି ଜିତିଥିବା ବେଳେ ଭାରତ ୫୪ଟି ମ୍ୟାଚରେ ଜିତିଛି । ଭାରତରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୬୭ଟି ODI ମ୍ୟାଚ୍ ମଧ୍ୟରୁ ଅଷ୍ଟ୍ରେଲିଆ ୩୨ଟି ଜିତିଥିବା ବେଳେ ଭାରତ ୩୦ଟି ମ୍ୟାଚ୍ ଜିତିଛି ।

କେବେ ଓ କେଉଁଠାରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI?
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ODI ମ୍ୟାଚ୍ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ମଧ୍ୟାର୍ଣ୍ଣ ୧:୩୦ ରେ ଆରମ୍ଭ ହେବ । ଟସ୍ ମଧ୍ୟାର୍ଣ୍ଣ ୧ ଟାରେ ହେବ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ ଓ ଅନଲାଇନ୍ ଷ୍ଟ୍ରିମିଂ କେଉଁଠାରେ ହେବ?

ଏହି ସିରିଜର ପ୍ରଥମ ODI ମ୍ୟାଚ୍ ସ୍ପୋର୍ଟସ୍ 18 ଚ୍ୟାନେଲରେ ସିଧା ପ୍ରସାରଣ ହେବ । ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପରେ କରାଯିବ, ଯେଉଁଠାରେ ପ୍ରଶଂସକମାନେ ଏହାକୁ ମାଗଣାରେ ଦେଖିପାରିବେ ।