Pakistan Zindabhaag: ପାକିସ୍ତାନକୁ 'ଜିନ୍ଦାଭାଗ' କାହିଁକି କହିଲେ ସେହୱାଗ, ପୋଷ୍ଟରେ ଲେଖିଲେ ଏମିତି...
Advertisement

Pakistan Zindabhaag: ପାକିସ୍ତାନକୁ 'ଜିନ୍ଦାଭାଗ' କାହିଁକି କହିଲେ ସେହୱାଗ, ପୋଷ୍ଟରେ ଲେଖିଲେ ଏମିତି...

Pakistan Zindabhaag!: ପାକିସ୍ତାନର ସେମିଫାଇନାଲକୁ ଯିବା ସ୍ୱପ୍ନ ପ୍ରାୟତଃ ଧୂଳିସାତ ହୋଇଯାଇଛି।ବର୍ତ୍ତମାନ ବିଶ୍ୱକପ ୨୦୨୩ର ସେମିଫାଇନାଲକୁ(World cup semi Final) ଟିକେଟ୍ ପାକିସ୍ତାନ ଦଳ ପାଇଁ ପ୍ରାୟତଃ ଅସମ୍ଭବ।ତେବେ କାଲିର ମ୍ୟାଚ ପରେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦର ସେହୱାଗ(Virender Sehwag) ପାକିସ୍ତାନ ଟିମ୍ ପାଇଁ ଏକ ସ୍ପେସାଲ୍ ଟ୍ୱିଟ୍ କରିଛନ୍ତି।

Pakistan Zindabhaag: ପାକିସ୍ତାନକୁ 'ଜିନ୍ଦାଭାଗ' କାହିଁକି କହିଲେ ସେହୱାଗ, ପୋଷ୍ଟରେ ଲେଖିଲେ ଏମିତି...

Pakistan Zindabhaag!: ପାକିସ୍ତାନର ସେମିଫାଇନାଲକୁ ଯିବା ସ୍ୱପ୍ନ ପ୍ରାୟତଃ ଧୂଳିସାତ ହୋଇଯାଇଛି।ବର୍ତ୍ତମାନ ବିଶ୍ୱକପ ୨୦୨୩ର ସେମିଫାଇନାଲକୁ(World cup semi Final) ଟିକେଟ୍ ପାକିସ୍ତାନ ଦଳ ପାଇଁ ପ୍ରାୟତଃ ଅସମ୍ଭବ। ଗୁରୁବାର ଦିନ ଶ୍ରୀଲଙ୍କା(Srilanka) ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର(Newzealand) ବିଶାଳ ବିଜୟ ପରେ ପଡୋଶୀ ଦେଶ ପାକିସ୍ତାନ(Pakistan) ପାଇଁ ଏବେ ଆହୁରି କଷ୍ଟସାଧ୍ୟ ହୋଇପଡିଛି। ତେବେ ଦଳ ୧୧ ନଭେମ୍ବରରେ ଇଂଲଣ୍ଡ(England) ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ କିନ୍ତୁ ଯଦି ପାକିସ୍ତାନ ଏହି ମ୍ୟାଚ୍ ଜିଫାଇନାଲକୁ ଯାଇପାରିବ ନାହିଁ। ତେବେ କାଲିର ମ୍ୟାଚ ପରେ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦର ସେହୱାଗ(Virender Sehwag) ପାକିସ୍ତାନ ଟିମ୍ ପାଇଁ ଏକ ସ୍ପେସାଲ୍ ଟ୍ୱିଟ୍ କରିଛନ୍ତି।

ବିରେନ୍ଦର ସେହୱାଗଙ୍କ ପାକିସ୍ତାନ ପାଇଁ ଟ୍ୱିଟ୍-

ବିରେନ୍ଦର ସେହୱାଗ ଆଜି  X ରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ 'ବାଇ ବାଇ ପାକିସ୍ତାନ'ର(Bye Bye Pakistan) ଫଟୋ ସହିତ ଏକ ସ୍ପେସାଲ୍ କ୍ୟାପସନ ଦେଇଛନ୍ତି। ସେ ଲେଖିଛନ୍ତି, 'ପାକିସ୍ତାନ ଜିନ୍ଦାଭାଗ୍! ଘରକୁ ନିରାପଦର ସହ ଯାଅ। 'ସେହୱାଗଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଲୋକମାନେ ମଧ୍ୟ ଏହାକୁ ରି-ଟ୍ୱିଟ୍ କରୁଛନ୍ତି । ବାସ୍ତବରେ, ବର୍ତ୍ତମାନ ଆସିଥିବା ଆକଳନ ଅନୁଯାୟୀ, ଯଦି ସେମିଫାଇନାଲକୁ ଯିବା ପାଇଁ ଏବେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷରେ କିଛି ଅସମ୍ଭବ କାର୍ଯ୍ୟ କରିବାକୁ ପଡ଼ିବ।

 

 

ପାକିସ୍ତାନ ପାଇଁ ସମୀକରଣ କ’ଣ?

ଉଦାହରଣ ସ୍ୱରୂପ, ଯଦି ପାକିସ୍ତାନ ଆଗାମୀ ମ୍ୟାଚରେ ୩୦୦ ରନ୍ କରେ ତେବେ ଇଂଲଣ୍ଡକୁ ୧୩ ରନରେ ଆଉଟ୍ କରିବାକୁ ପଡ଼ିବ, ସେହିପରି ଯଦି ଦଳ ୪୦୦ ରନ୍ କରେ ତେବେ ବିପକ୍ଷ ଦଳକୁ ୧୧୨ ରନ୍ ରେ ଚିତପଟାଙ୍ଗ କରିବାକୁ ପଡ଼ିବ। ଯଦି ଏପରି ହୁଏ ସେତେବେଳେ ଯାଇଁ ପାକିସ୍ତାନର ନେଟ୍ ରନ୍ ହାର ନ୍ୟୁଜିଲ୍ୟାଣ୍ଡଠାରୁ ଅଧିକ ହୋଇପାରିବ।

Also Read: World Cup 2023: ପାକିସ୍ତାନକୁ କରିବାକୁ ପଡ଼ିବ ଏହି ଅସମ୍ଭବ କାମ, ନହେଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ସେମିଫାଇନାଲ୍