Team India: ଟିମ୍ ଇଣ୍ଡିଆର ଏହି ଟପ୍ ୫ ଖେଳାଳି ଖେଳିପାରିବେନି IPL! BCCIର ଆକ୍ସନ ବଢ଼ାଇଲା ଫ୍ୟାନ୍ସଙ୍କ ଟେନସନ୍
Advertisement

Team India: ଟିମ୍ ଇଣ୍ଡିଆର ଏହି ଟପ୍ ୫ ଖେଳାଳି ଖେଳିପାରିବେନି IPL! BCCIର ଆକ୍ସନ ବଢ଼ାଇଲା ଫ୍ୟାନ୍ସଙ୍କ ଟେନସନ୍

BCCI Review Meeting: ଏହି ବିଷୟରେ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ ୧, ୨୦୨୩ରେ ବିସିସିଆଇ ବା BCCIର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପରେ ଲାଗୁଛି ଯେ ବିସିସିଆଇ ଆକ୍ସନ୍ ମୁଡରେ ଆସିଛି । ବିଶ୍ୱକପରେ ପରାଜୟ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଏହି ସମୟରେ ଏକ ନିଷ୍ପତ୍ତି ନିଆଯାଇଛି ଯାହା କ୍ରିକେଟ୍ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । 

Team India: ଟିମ୍ ଇଣ୍ଡିଆର ଏହି ଟପ୍ ୫ ଖେଳାଳି ଖେଳିପାରିବେନି IPL! BCCIର ଆକ୍ସନ ବଢ଼ାଇଲା ଫ୍ୟାନ୍ସଙ୍କ ଟେନସନ୍

BCCI Review Meeting: ଗତ ବର୍ଷ ଅର୍ଥାତ ୨୦୨୨ ବର୍ଷ ଭାରତୀୟ ଦଳ (Indian Cricket Team) ପାଇଁ ବିଶେଷ କିଛି ନଥିଲା । ଗତ ବର୍ଷ ଖେଳାଯାଇଥିବା ଟି-20 ବିଶ୍ୱକପ୍‌ ୨୦୨୨ (T20 World Cup 2022) ର ସେମିଫାଇନାଲରେ ଇଂଲଣ୍ଡ ହାତରେ ଟିମ୍ ଇଣ୍ଡିଆ (Team India) କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହି ବିଷୟରେ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ ୧, ୨୦୨୩ରେ ବିସିସିଆଇ (BCCI) ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପରେ ଲାଗୁଛି ଯେ ବିସିସିଆଇ ଆକ୍ସନ୍ ମୁଡରେ ଆସିଛି । ବିଶ୍ୱକପରେ ପରାଜୟ ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଏହି ସମୟରେ ଏକ ନିଷ୍ପତ୍ତି ନିଆଯାଇଛି ଯାହା କ୍ରିକେଟ୍ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । 

ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟ (ICC Tournament) ରେ ଭାରତୀୟ ଦଳର ସଦସ୍ୟ ହୋଇଥିବା ଖେଳାଳିଙ୍କ ବିଷୟରେ ବିସିସିଆଇ (BCCI) ଏକ ବଡ଼ ନିଷ୍ପତ୍ତି ନେଇଛି । ଖେଳାଳି ମାନଙ୍କର କାର୍ଯ୍ୟଭାର ପରିଚାଳନା ପାଇଁ ବିସିସିଆଇ ସେମାନଙ୍କୁ ଆଇପିଏଲରେ ଖେଳିବା ବନ୍ଦ କରିପାରେ । ଏହି ନିଷ୍ପତ୍ତି ପରେ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି । ଆସନ୍ତୁ ଜାଣିବା ସେହି ଖେଳାଳୀ ମାନେ କିଏ କିଏ, ଯେଉଁମାନଙ୍କୁ ଆଇପିଏଲ (IPL 2023) ରେ ଖେଳିବାକୁ ବାରଣ କରାଯାଇପାରେ ।

ଚଳିତ ବର୍ଷ ଜୁନ୍ ଓ ତା’ପରେ ଦୁଇଟି ପ୍ରମୁଖ ଆଇସିସି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ । ଏଭଳି ପରିସ୍ଥିତିରେ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଖେଳାଳିଙ୍କ ୱର୍କଲୋଡ ମ୍ୟାନେଜମେଣ୍ଟ ଉପରେ କାମ ଆରମ୍ଭ କରିସାରିଛି । ରବିବାର ବୈଠକ ପରେ କିଛି ଏପରି ଷ୍ଟାର୍ ଖେଳାଳି ଅଛନ୍ତି ଯେଉଁମାନେ ଆଇପିଏଲ ୨୦୨୩ (IPL 2023) ରେ ଖେଳୁ ନଥିବାର ନଜରକୁ ଆସିପାରେ । ସେହି ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି (Virat Kohli), ରୋହିତ ଶର୍ମା (Rohit Sharma), ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya), ରବିନ୍ଦ୍ର ଜାଡେଜା (Ravindra Jadeja) ଏବଂ ଜସପ୍ରୀତ ବୁମ୍ରା (Jasprit Bumrah) ଟପ୍ ୫ ଖେଳାଳି ଅଟନ୍ତି, ଯେଉଁମାନେ ଆଇପିଏଲର କିଛି ମ୍ୟାଚରେ ନଜରକୁ ନ ଆସିପାରନ୍ତି । ଏହି ପାଞ୍ଚ ଖେଳାଳି ଏପରି ଅଟନ୍ତି ଯାହା ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଅଂଶ ହେବେ । ଏଭଳି ପରିସ୍ଥିତିରେ ଖେଳାଳିଙ୍କ ପାଇଁ ଫିଟ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାୟୀ ଅଧିନାୟକ କରିବା ପୂର୍ବରୁ ଏହି କାମ କରୁ BCCI, ଇରଫାନ୍ ପଠାନ ଦେଲେ କଡ଼ା ଚେତାବନୀ

ଅଧିକ ପଢ଼ନ୍ତୁ:-ଏସବୁ ରାଶି ଉପରେ ପ୍ରଚୁର ଧନ ବର୍ଷା କରିବେ ଶନି ଦେବ, ମିଳିବ ବଡ଼ ସଫଳତା, ଅର୍ଥରେ ଭରିଯିବ ଘର!

ଅଧିକ ପଢ଼ନ୍ତୁ:-ନୂତନ ବର୍ଷରେ ପେନସନଭୋଗୀଙ୍କୁ ମିଳିଲା ବଡ଼ ଉପହାର, ପାଇବେ ଅଧିକ ପେନସନ

 

ଆଇପିଏଲ୍ ହେଉଛି ଏପରି ଏକ ଟୁର୍ଣ୍ଣାମେଣ୍ଟ ଯାହା ପାଇଁ ଖେଳାଳି ମାନେ ଏକ ମାସରୁ ଅଧିକ ସମୟ ବ୍ୟସ୍ତ ରୁହନ୍ତି । ଖେଳାଳିଙ୍କ କାର୍ଯ୍ୟ ଚାପ ହ୍ରାସ କରିବାକୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ଯେଉଁମାନଙ୍କର ଆଘାତର ଇତିହାସ ରହିଛି, ସେମାନଙ୍କ ଉପରେ ଆଇପିଏଲ୍ ୨୦୨୩ ସମୟରେ ବିସିସିଆଇର ଜାତୀୟ କ୍ରିକେଟ୍ ଏକାଡେମୀ (NCA) ଓ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦ୍ୱାରା ମିଳିତ ଭାବେ ନଜର ରଖାଯିବ ।