Virat Kohli Records: ବିରାଟ କୋହଲିଙ୍କ ପାଖରେ ଇତିହାସ ରଚିବାର ବଡ଼ ସୁଯୋଗ, ଟି-୨୦ ବିଶ୍ୱକପର ଏହି 'ମହା ରେକର୍ଡ' ଭାଙ୍ଗିବାଠୁ ମାତ୍ର ଏତେ ରନ ଦୂରରେ
Advertisement
Article Detail0/zeeodisha/odisha1412462

Virat Kohli Records: ବିରାଟ କୋହଲିଙ୍କ ପାଖରେ ଇତିହାସ ରଚିବାର ବଡ଼ ସୁଯୋଗ, ଟି-୨୦ ବିଶ୍ୱକପର ଏହି 'ମହା ରେକର୍ଡ' ଭାଙ୍ଗିବାଠୁ ମାତ୍ର ଏତେ ରନ ଦୂରରେ

Virat Kohli Records: ଆଜି ଅର୍ଥାତ ଅକ୍ଟୋବର ୨୭ରେ ସିଡନୀରେ ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ସୁପର-12ରେ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ପାଖରେ ଟି-20 ବିଶ୍ୱକପର କିଙ୍ଗ୍ ହେବାର ଏକ ବଡ଼ ସୁଯୋଗ ରହିଛି । ପାକିସ୍ତାନ ବିପକ୍ଷରେ ବିରାଟ କୋହଲି ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ । 

Virat Kohli Records: ବିରାଟ କୋହଲିଙ୍କ ପାଖରେ ଇତିହାସ ରଚିବାର ବଡ଼ ସୁଯୋଗ, ଟି-୨୦ ବିଶ୍ୱକପର ଏହି 'ମହା ରେକର୍ଡ' ଭାଙ୍ଗିବାଠୁ ମାତ୍ର ଏତେ ରନ ଦୂରରେ

Virat Kohli Records: ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଧମାକାଦାର ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ନେଦରଲ୍ୟାଣ୍ଡ ବିପକ୍ଷରେ ବିରାଟ କୋହଲି (Virat Kohli) ଙ୍କ ସେହିପରି ଦମଦାର୍ ବ୍ୟାଟିଂ ଦେଖିବା ପାଇଁ ଚାହିଁବେ । ଆଜି ଅର୍ଥାତ ଅକ୍ଟୋବର ୨୭ରେ ସିଡନୀରେ ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ (Team India) ସୁପର-12ରେ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ପାଖରେ ଟି-20 ବିଶ୍ୱକପ (ICC T20 World Cup) ର କିଙ୍ଗ୍ ହେବାର ଏକ ବଡ଼ ସୁଯୋଗ ରହିଛି । ଯଦି କୋହଲି ଆଜି ନେଦରଲ୍ୟାଣ୍ଡ ବିପକ୍ଷରେ ୭୩ ରନ କରି ନିଅନ୍ତି, ତେବେ ସେ ଟି-20 ବିଶ୍ୱକପ ଇତିହାସରେ ସବୁଠାରୁ ଦ୍ରୁତ ୧,୦୦୦ ରନ୍ ସ୍କୋର କରିବାର କୀର୍ତ୍ତିମାନ ନିଜ ନାମରେ କରିନେବ । ଏପର୍ଯ୍ୟନ୍ତ ଏହି ରେକର୍ଡ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟାୱାର୍ଦ୍ଧେନ (Mahela Jayawardene) ଙ୍କ ନାମରେ ଅଛି ।

ପାକିସ୍ତାନ ବିପକ୍ଷରେ ବିରାଟ କୋହଲି (Virat Kohli) ୮୨ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ଇନିଂସ ପରେ ବିରାଟ କୋହଲିଙ୍କ ନାମରେ ଟି-20 ବିଶ୍ୱକପରେ ୯୨୭ ରନ ହୋଇସାରିଛି । ସେପଟେ ଟି-20 ବିଶ୍ୱକପରେ ସର୍ବାଧିକ ରନ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ମହେଲା ଜୟାୱାର୍ଦ୍ଧେନ ଓ କ୍ରିସ ଗେଲଙ୍କ ପରେ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ମହେଲା ଜୟାୱାର୍ଦ୍ଧେନ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ତାଙ୍କ ନାମରେ ୧,୦୦୦ରୁ ଅଧିକ ରନ୍ କରିନେଇଛନ୍ତି । ମହେଲା ଜୟାୱାର୍ଦ୍ଧେନ ୨୦୦୭ରୁ ୨୦୧୪ ଟି-20 ବିଶ୍ୱକପ ପର୍ଯ୍ୟନ୍ତ ମୋଟ ୧,୦୧୬6 ରନ୍ ସ୍କୋର କରିଥିଲେ ।

ଏଠାରେ କହି ରଖୁଛୁ ଯେ, ମହେଲା ଜୟାୱାର୍ଦ୍ଧେନ ଟି-20 ବିଶ୍ୱକପରେ ୨୫ ଇନିଂସରେ ୧,୦୦୦ ରନ୍ ସଂଗ୍ରହ କରିଥିବାବେଳେ ବିରାଟ କୋହଲି ୨୦ ଇନିଂସରେ ୯୨୭ ରନ୍ ସଂଗ୍ରହ କରିଛନ୍ତି । ଯଦି ବିରାଟ କୋହଲି ଆଜି ୭୩ ରନ୍ କରିନିଅନ୍ତି, ତେବେ ସେ ଟି-20 ବିଶ୍ୱକପରେ ୧,୦୦୦ ରନ୍ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହେବେ । ଯଦି ସେ ନେଦରଲ୍ୟାଣ୍ଡ ବିପକ୍ଷରେ ଏପରି କରିବାକୁ ସକ୍ଷମ ନେ ହେବେ, ତଥାପି ତାଙ୍କୁ ଆହୁରି କିଛି ସୁଯୋଗ ମିଳିବ । ଅନ୍ୟପକ୍ଷରେ ଯଦି ବିରାଟ କୋହଲି ଆଜି ନେଦରଲ୍ୟାଣ୍ଡ ବିପକ୍ଷରେ ୩୯ ରନ୍ ସ୍କୋର କରିବାରେ ସଫଳ ହୁଅନ୍ତି, ତେବେ ସେ ଟି-20 ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ରନ୍ କରିଥିବା ଖେଳାଳି ହୋଇଯିବେ । ଏହାସହ ସେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପନର୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବେ ।

ଅଧିକ ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ନଭେମ୍ବର ୮ର ଚନ୍ଦ୍ର ଗ୍ରହଣ, ୪ ରାଶି ପାଇଁ ଲାଭ ଓ ୪ ରାଶି ପାଇଁ କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ଦେଲେ ଏପରି ବୟାନ, କେବେବି ଭୁଲି ପାରିବେନି ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ହୋଇଯାଆନ୍ତୁ ସତର୍କ, ଆସୁଛି କୋରୋନାର ଆଉ ଏକ ଲହର!

 

ସୂଚନାଯୋଗ୍ୟ, ଟି-20 ବିଶ୍ୱକପରେ ସର୍ବାଧିକ ରନ୍ କରିଥିବା ତାଲିକାରେ ମହେଲା ଜୟାୱାର୍ଦ୍ଧେନ ପ୍ରଥମ ସ୍ଥାନରେ ଅଛନ୍ତି । ସେ ୧,୦୧୬ ରନ କରିଛନ୍ତି । ତାଙ୍କ ପରେ କ୍ରିସ୍ ଗେଲ୍ ୯୬୫ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହାପରେ ବିରାଟ କୋହଲି ୯୨୭ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି । ତିଲକରତ୍ନେ ଦିଲଶାନ୍ ୮୯୭ ରନ୍ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୮୫୧ ରନ୍ ସହ ପଞ୍ଚମ ସ୍ଥାନରେ ଅଛନ୍ତି ।