Virat Kohli Fan: ବିରାଟ କୋହଲି ୭୪ତମ ଶତକ ଲଗାଇବା ମାତ୍ରେ ଫ୍ୟାନ୍ ନେଲେ ଏହି ବଡ଼ ପଦକ୍ଷେପ, ପୂରଣ କଲେ ଏହି ପ୍ରତିଶ୍ରୁତି
Advertisement
Article Detail0/zeeodisha/odisha1533473

Virat Kohli Fan: ବିରାଟ କୋହଲି ୭୪ତମ ଶତକ ଲଗାଇବା ମାତ୍ରେ ଫ୍ୟାନ୍ ନେଲେ ଏହି ବଡ଼ ପଦକ୍ଷେପ, ପୂରଣ କଲେ ଏହି ପ୍ରତିଶ୍ରୁତି

Virat Kohli Fan: ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି ନିଜର ୭୧ ତମ ଶତକ ହାସଲ କରିଥିଲେ । ଏହା ପରେ ସେ ବାଂଲାଦେଶ ବିପକ୍ଷରେ ଓ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୨ଟି ଶତକ ହାସଲ କରିଛନ୍ତି । ଏପର୍ଯ୍ୟନ୍ତ ସେ ମୋଟ ୭୪ଟି ଶତକ ହାସଲ କରିଛନ୍ତି । ସେଥିମଧ୍ୟରୁ ୪୬ଟି ଦିନିକିଆ ଓ ୨୭ଟି ଟେଷ୍ଟରେ ଏବଂ ଗୋଟିଏ ଟି-20ର ସାମିଲ ରହିଛି । 

Virat Kohli Fan: ବିରାଟ କୋହଲି ୭୪ତମ ଶତକ ଲଗାଇବା ମାତ୍ରେ ଫ୍ୟାନ୍ ନେଲେ ଏହି ବଡ଼ ପଦକ୍ଷେପ, ପୂରଣ କଲେ ଏହି ପ୍ରତିଶ୍ରୁତି

Virat Kohli Century: ବିରାଟ କୋହଲିଙ୍କ ଫ୍ୟାନ୍ସ (Virat Kohli Fan) ସମଗ୍ର ଦୁନିଆରେ ଅଛନ୍ତି ଓ ତାଙ୍କର କିଛି ପ୍ରଶଂସକ ତାଙ୍କୁ ନେଇ ପାଗଳ । ବିରାଟ କୋହଲିଙ୍କ ଏପରି ଜଣେ ପ୍ରଶଂସକଙ୍କୁ ତାଙ୍କ ବିବାହ ଦିନ କିଙ୍ଗ୍ କୋହଲିଙ୍କ ଠାରୁ ଏକ ବଡ଼ ଉପହାର ପାଇଛନ୍ତି । ପ୍ରକୃତରେ ଏହି ପ୍ରଶଂସକ ବିଗତ ଦିନରେ ଏକ ଫଟୋ ସେୟାର କରିଥିଲେ କି ରନ୍ ମେସିନ୍ ତାଙ୍କର ୭୧ ତମ ଶତକ ନ ନକରିବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ । କୌତୁହଳର ବିଷୟ ହେଉଛି ଯେ ଯେଉଁ ଦିନ ଏହି ଫ୍ୟାନ୍ ବିବାହ କରିଛନ୍ତି, ସେହି ଦିନ ବିରାଟ କୋହଲି (Virat Kohli) ଏକ ଶତକ ହାସଲ କରିଥିଲେ । ବିରାଟ କୋହଲି ଜାନୁଆରୀ ୧୫ରେ ଭାରତ ଓ ଶ୍ରୀଲଙ୍କା ଦିନିକିଆ ସିରିଜ (India vs Sri Lanka ODI Series) ର ତୃତୀୟ ODI ମ୍ୟାଚ (IND vs SL 3rd ODI) ରେ ଏହି ଶତକ ଲଗାଇଥିଲେ ।

ବିରାଟ କୋହଲି (Virat Kohli) ଙ୍କ ଏହି ଫ୍ୟାନଙ୍କ ନାମ ହେଉଛି ଅମନ ଗୁପ୍ତା ଓ ସେ ନିଜେ ଏକ ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ସେ ଏକ ପୋଷ୍ଟର ସହିତ ଠିଆ ହୋଇଛନ୍ତି ଯେ ବିରାଟ କୋହଲି ତାଙ୍କର ୭୧ ତମ ଶତକ ନକରିବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ । କିଛି ଦିନ ପୂର୍ବର ଏହା ଏକ ଫଟୋ ଦ୍ୱିତୀୟ । ଦ୍ୱିତୀୟ ଫଟୋରେ ସେ ଟିଭି ସାମ୍ନାରେ ଅଛନ୍ତି ଓ ଶେରୱାନି ପିନ୍ଧି ଛିଡ଼ା ହୋଇଛନ୍ତି ।

ସୂଚନାଯୋଗ୍ୟ, ଏସିଆ କପ ୨୦୨୨ (Asia Cup 2022) ରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ କୋହଲି (Virat Kohli) ନିଜର ୭୧ ତମ ଶତକ ହାସଲ କରିଥିଲେ । ଏହା ପରେ ସେ ବାଂଲାଦେଶ ବିପକ୍ଷରେ ଓ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୨ଟି ଶତକ ହାସଲ କରିଛନ୍ତି । ଏପର୍ଯ୍ୟନ୍ତ ସେ ମୋଟ ୭୪ଟି ଶତକ ହାସଲ କରିଛନ୍ତି । ସେଥିମଧ୍ୟରୁ ୪୬ଟି ଦିନିକିଆ ଓ ୨୭ଟି ଟେଷ୍ଟରେ ଏବଂ ଗୋଟିଏ ଟି-20ର ସାମିଲ ରହିଛି । ସେ ବର୍ତ୍ତମାନ ଦିନିକିଆରେ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ୪୯ ଶତକ ଠାରୁ ମାତ୍ର ୩ଟି ଶତକ ପଛରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଓପନିଂ କରିବେ ଇଶାନ କିଶନ? ରୋହିତ ଶର୍ମା ଦେଲେ ଏହି ଜବାବ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ପୁଣି ବଢ଼ିବ ଦରମା!

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

 

ବିରାଟ କୋହଲି (Virat Kohli) ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏକଦିବସୀୟ ସିରିଜରେ ଖେଳିବେ । ବର୍ତ୍ତମାନ ସମୟରେ କିଙ୍ଗ୍ କୋହଲି ଚମତ୍କାର ଫର୍ମରେ ଅଛନ୍ତି ଓ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ସେ ୩ଟି ଦିନିକିଆ ସିରିଜରେ ମଧ୍ୟ ଶତକ ହାସଲ କରିବେ । ଚଳିତ ବର୍ଷ ODI ବିଶ୍ୱକପ୍ ମଧ୍ୟ ଅଛି ଓ ଏହି ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ପୂରା ଦେଶ ଆଶା କରୁଛି ଯେ, ଭାରତୀୟ ଦଳ ପୁଣି ଥରେ ବିଶ୍ୱକପ ଟ୍ରଫି ଜିତିବ ଓ ସେହି ବିଜୟରେ ବିରାଟ କୋହଲି ଏକ ବଡ଼ ଭୂମିକା ଗ୍ରହଣ କରିବେ । ସମ୍ପ୍ରତି ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୮ (ବୁଧବାର) ରେ ଖେଳାଯିବ ।