Virat Kohli Day: ୧୫ ଜାନୁଆରୀରେ ପାଳନ ହେବ ବିରାଟ କୋହଲି ଦିବସ! ଜାଣନ୍ତୁ କ'ଣ ରହିଛି କାରଣ?
Advertisement
Article Detail0/zeeodisha/odisha1530748

Virat Kohli Day: ୧୫ ଜାନୁଆରୀରେ ପାଳନ ହେବ ବିରାଟ କୋହଲି ଦିବସ! ଜାଣନ୍ତୁ କ'ଣ ରହିଛି କାରଣ?

Virat Kohli Day: ଶ୍ରୀଲଙ୍କା ବିପକ୍ଷରେ ବିରାଟ କୋହଲିଙ୍କ ୪୬ ତମ ଶତକ ପରଠାରୁ ପ୍ରଶଂସକମାନେ ୧୫ ଜାନୁଆରୀକୁ ବିରାଟ କୋହଲି ଦିବସ ଭାବେ ପାଳନ କରିବାକୁ ଦାବି କରିଆସୁଛନ୍ତି ।

ସୌ: ସୋସିଆଲ ମିଡିଆ

Virat Kohli Century On 15th January: ବିରାଟ କୋହଲି (Virat Kohli) ରବିବାର ଶ୍ରୀଲଙ୍କା ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ୧୫ ଜାନୁଆରୀରେ କୋହଲି ନିଜ ଦିନିକିଆ କ୍ୟାରିୟରର ୪୬ ତମ ଶତକ ହାସଲ କରିଛନ୍ତି, ଯାହା ପରେ ପ୍ରଶଂସକମାନେ ଏହି ଦିନକୁ 'ବିରାଟ କୋହଲି ଦିବସ' ଭାବରେ ପାଳନ କରିବାକୁ କହୁଛନ୍ତି । ବାସ୍ତବରେ ୧୫ ଜାନୁଆରୀ ଦିନ ରନ୍ ମେସିନ୍ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ସୋସିଆଲ ମିଡିଆରେ (Social Media) କାହିଁକି ଏପରି ଦାବି କରାଯାଉଛି ଓ ଏହି ବିଶେଷ ଦିନରେ କିଙ୍ଗ କୋହଲିଙ୍କ ବ୍ୟାଟରୁ ଆଉ କେଉଁ କେଉଁ ରେକର୍ଡ ସବୁ ରହିଛି ଆସନ୍ତୁ ଜାଣିବା ।

ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ୧୫ ଜାନୁଆରୀକୁ ବିରାଟ କୋହଲି ଦିବସ ଭାବରେ ପାଳନ କରିବାକୁ ଦାବି କରୁନାହାଁନ୍ତି । ଏହି ଦିନ ସହିତ କିଙ୍ଗ କୋହଲିଙ୍କର ଏକ ବିଶେଷ ସଂଯୋଗ ଅଛି, କାରଣ ଏହି ବିଶେଷ ତାରିଖରେ ତାଙ୍କ ବ୍ୟାଟ୍ ତୂଫାନୀ ଗତିରେ ରନ୍ ବାହାର କରିଛି । ଆସନ୍ତୁ ଜାଣିବା ଏହି ଦିନ ସହିତ ଜଡିତ ବିରାଟଙ୍କ ରେକର୍ଡଗୁଡିକ ...

fallback

>> ୧୫ ଜାନୁୟାରୀ ୨୯୧୭ ରେ କିଙ୍ଗ କୋହଲି ଇଂଲଣ୍ଡ ବିପକ୍ଷରେ ୧୨୨ ରନ ସ୍କୋର କରିଥିଲେ ।
>> ୧୫ ଜାନୁଆରୀ ୨୦୧୮ ରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ କୋହଲି ୧୫୩ ରନର ଇନିଂସ ଖେଳିଥିଲା ​​।
>> ୧୫ ଜାନୁୟାରୀ ୨୦୧୯ ରେ, ପୂର୍ବତନ ଭାରତୀୟ ଅଧିନାୟକ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆରେ ଏକ ଶତକ ହାସଲ କରି ୧୦୪ ରନର ଇନିଂସ ଖେଳିଥିଲେ ।
>> ୧୫ ଜାନୁୟାରୀ ୨୦୨୩ ରେ ରବିବାର ଦିନ ସେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୧୬୬ ରନ୍ ସ୍କୋର କରିଥିଲେ ।

fallback

ରବିବାର ଦିନଠାରୁ ସୋସିଆଲ ମିଡିଆରେ ପ୍ରଶଂସକମାନେ କ୍ରମାଗତ ଭାବରେ ଜାନୁଆରୀ ୧୫ କୁ କିଙ୍ଗ କୋହଲିଙ୍କ ଦିନ ବୋଲି ଘୋଷଣା କରିବାକୁ ଦାବି କରିଆସୁଛନ୍ତି ।  ବର୍ତ୍ତମାନ କ୍ରିକେଟ ଭଗବା ନ ସଚିନଙ୍କ ଆଉ ଏକ ରେକର୍ଡ ବିରାଟ ଭାଙ୍ଗିବାକୁ ଯାଉଛନ୍ତି । କହିରଖୁଛୁ ଦିନିକିଆ କ୍ରିକେଟରେ ଏହା ବିରାଟ କୋହଲିଙ୍କ ୪୬ ତମ ଶତକ ଥିଲା । ସେ ସଚିନଙ୍କଠାରୁ ମାତ୍ର ତିନି ଶତକ ପଛରେ ଅଛନ୍ତି, ଯିଏ ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିଲେ । ସଚିନ ଦିନିକିଆରେ ୪୯ ଟି ଶତକ ହାସଲ କରିଥିବାବେଳେ କୋହଲି ୪୬ ଟି ଶତକ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ: Virat Kohli vs Sachin Tendulkar: ମାର୍ଚ୍ଚ ୨୨ ପୂର୍ବରୁ ସଚିନଙ୍କ ବିରାଟ ରେକର୍ଡ ଭାଙ୍ଗିବେ କୋହଲି!