Virat Kohli: ବିରାଟ କୋହଲି ହେଲେ ଟି-20 କ୍ରିକେଟର ନୂଆ ବାଦଶାହ, ରୋହିତ ଶର୍ମାଙ୍କୁ ପଛରେ ପକାଇ ନିଜ ନାମରେ କଲେ ଏହି ଡବଲ ରେକର୍ଡ
Advertisement
Article Detail0/zeeodisha/odisha1408606

Virat Kohli: ବିରାଟ କୋହଲି ହେଲେ ଟି-20 କ୍ରିକେଟର ନୂଆ ବାଦଶାହ, ରୋହିତ ଶର୍ମାଙ୍କୁ ପଛରେ ପକାଇ ନିଜ ନାମରେ କଲେ ଏହି ଡବଲ ରେକର୍ଡ

Virat Kohli: ଏସିଆ କପ୍ ୨୦୨୨ରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଧମାକାଦାର୍ ଶତକ ହାସଲ କରିଥିଲେ । ଏହା ପରେ ସେ ଫର୍ମକୁ ଫେରିଛନ୍ତି ଓ ପାକିସ୍ତାନ ବିପକ୍ଷ ଟି-20 ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ଆମେ ଏହା ଦେଖିଛୁ । ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳି ବିରାଟ କୋହଲି ନିଜ ନାମରେ ଦୁଇଟି ବଡ଼ ରେକର୍ଡ କରିନେଇଛନ୍ତି ।

Virat Kohli: ବିରାଟ କୋହଲି ହେଲେ ଟି-20 କ୍ରିକେଟର ନୂଆ ବାଦଶାହ, ରୋହିତ ଶର୍ମାଙ୍କୁ ପଛରେ ପକାଇ ନିଜ ନାମରେ କଲେ ଏହି ଡବଲ ରେକର୍ଡ

Virat Kohli T20 World Cup 2022: ସୁପର ସଣ୍ଡେରେ ପାକିସ୍ତାନ ବିପକ୍ଷରେ ସୁପର ମୁକାବିଲାରେ ଟିମ୍ ଇଣ୍ଡିଆ (Team India) କୁ ବିରାଟ ବିଜୟ ମିଳିଛି । ଟିମ୍ ଇଣ୍ଡିଆର ବିଜୟ ପଛରେ ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କ ଦମଦାର୍ ଇଂନିସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।  ଭାରତର ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ସବୁବେଳେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଏସିଆ କପ୍ ୨୦୨୨ରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଧମାକାଦାର୍ ଶତକ ହାସଲ କରିଥିଲେ । ଏହା ପରେ ସେ ଫର୍ମକୁ ଫେରିଛନ୍ତି ଓ ପାକିସ୍ତାନ ବିପକ୍ଷ (IND vs PAK) ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ପ୍ରଥମ ମ୍ୟାଚରେ ଆମେ ଏହା ଦେଖିଛୁ । ପାକିସ୍ତାନ ବିପକ୍ଷରେ (India vs Pakistan) ବିସ୍ଫୋରକ ଇନିଂସ ଖେଳି ବିରାଟ କୋହଲି ନିଜ ନାମରେ ଦୁଇଟି ବଡ଼ ରେକର୍ଡ କରିନେଇଛନ୍ତି । ଆସନ୍ତୁ ସେହି ରେକର୍ଡ ବିଷୟ ଜାଣିବା...

ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ୮୨ ରନର ଧମାକାଦାର୍ ଇନିଂସ ଖେଳିଛନ୍ତି । ଏହା ସହ ସେ ଟି-20 କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ହୋଇପାରିଛନ୍ତି । କିଙ୍ଗ୍ କୋହଲି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ବିରାଟ କୋହଲିଙ୍କ ନାମରେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ୩,୭୯୪ ରନ୍ ଥିବାବେଳେ ରୋହିତ ଶର୍ମା ୩,୭୪୧ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ଏକ ଶତକ ହାସଲ କରିଛନ୍ତି ।

ଟି-20 କ୍ରିକେଟରେ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ୍ 

ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିବାର ରେକର୍ଡ ବିରାଟ କୋହଲି ନିଜ ନାମରେ କରିନେଇଛନ୍ତି । ବିରାଟଙ୍କ ନାମରେ ୩,୭୯୪ ରନ୍ ରହିଛି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩,୭୪୧ ରନ୍ କରିଛନ୍ତି । ଏହା ପରେ ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲ ଅଛନ୍ତି । ମାର୍ଟିନ ବର୍ତ୍ତମାନ ପର୍ଯ୍ୟନ୍ତ ୩,୫୩୧ ରନ୍ କରିଛନ୍ତି ।

ଟି-20 ବିଶ୍ୱକପରେ ଗଢ଼ିଲେ ଏହି ରେକର୍ଡ

ପାକିସ୍ତାନ ବିପକ୍ଷରେ ଧମାକାଦାର ଇନିଂସ ଖେଳିବା ପରେ ବିରାଟ କୋହଲି ଟି-20 ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ରନ୍‌ ସ୍କୋର କରିଥିବା ଖେଳାଳି ହୋଇଛନ୍ତି । ଟି-20 ବିଶ୍ୱକପରେ କୋହଲି ମାତ୍ର ୨୦ ଇନିଂସରେ ୯୨୭ ରନ୍ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା ୮୫୧ ରନ୍ ସହ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ତାଙ୍କ ପଛରେ ଯୁବରାଜ ସିଂ ତୃତୀୟ ସ୍ଥାନରେ ଅଛନ୍ତି, ତାଙ୍କ ନାମରେ ୫୯୩ ରନ୍ ରହିଛି । ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ।

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲିଙ୍କ ଗଣିତ ହୋଇଥାଏ । ସେ ପାକିସ୍ତାନ ବିପକ୍ଷ ଟି-20 କ୍ରିକେଟରେ ସର୍ବାଧିକ ରନ ସ୍କୋର କରିଛନ୍ତି । ଯେକୌଣସି ବୋଲିଂ ଆକ୍ରମଣ ବିରୁଦ୍ଧରେ ରନ୍ ସ୍କୋର କରିବାର ତାଙ୍କର ଦକ୍ଷତା ଓ କ୍ଷମତା ରହିଛି । କିଙ୍ଗ୍ କୋହଲି ତିନୋଟି ଫର୍ମାଟରେ ଭାରତ ପାଇଁ ୭୧ ଶତକ ହାସଲ କରିଛନ୍ତି । ତାଙ୍କର କ୍ଲାସିକ୍ ବ୍ୟାଟିଂ ପାଇଁ ସମସ୍ତେ ପାଗଳ ।

ଅଧିକ ପଢ଼ନ୍ତୁ:-କାହିଁକି ପାଳନ କରାଯାଏ ଦୀପାବଳୀ, ଜାଣନ୍ତୁ ଆଲୋକର ପର୍ବର ମାହାତ୍ମ୍ୟ

ଅଧିକ ପଢ଼ନ୍ତୁ:-ଆକ୍ସନରେ ଏକନାଥ ସିନ୍ଦେ, ଉଦ୍ଧବ ସରକାରଙ୍କ ଏସବୁ ବଡ଼ ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍

ଅଧିକ ପଢ଼ନ୍ତୁ:-ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର, ଏଣିକି ବିଦେଶୀ ଫଣ୍ଡ ନେଇପାରିବ ନାହିଁ କଂଗ୍ରେସର ସଂଗଠନ

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି । ବର୍ତ୍ତମାନ ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।