U19 Women World Cup 2023: ପିଲାଦିନେ ବାପା ଚାଲିଗଲା, ସାପ କାମୁଡ଼ିବାରୁ ଭାଇଙ୍କର ମୃତ୍ୟୁ; ବର୍ତ୍ତମାନ ୧୮ ବର୍ଷ ବୟସରେ ଭାରତକୁ ଜିତାଇଲେ ବିଶ୍ୱକପ
Advertisement

U19 Women World Cup 2023: ପିଲାଦିନେ ବାପା ଚାଲିଗଲା, ସାପ କାମୁଡ଼ିବାରୁ ଭାଇଙ୍କର ମୃତ୍ୟୁ; ବର୍ତ୍ତମାନ ୧୮ ବର୍ଷ ବୟସରେ ଭାରତକୁ ଜିତାଇଲେ ବିଶ୍ୱକପ

U19 Women World Cup 2023: ଏହି ବିଶ୍ୱକପ୍‌ରେ ଜଣେ ୧୮ ବର୍ଷୀୟ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ଖେଳାଳିଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଛି । ସେ ପିଲାଦିନେ ନିଜ ବାପାଙ୍କୁ ହରାଇଥିଲେ ଓ  ସାପ କାମୁଡ଼ିବା କାରଣରୁ ତାଙ୍କ ଭାଇଙ୍କର ବି ମୃତ୍ୟୁ ହୋଇଥିଲା । କିନ୍ତୁ ସେ ବିଶ୍ୱ ଚାମ୍ପିୟନ ଖେଳାଳି ହେବାରେ ସଫଳ ହୋଇଛନ୍ତି ।

U19 Women World Cup 2023: ପିଲାଦିନେ ବାପା ଚାଲିଗଲା, ସାପ କାମୁଡ଼ିବାରୁ ଭାଇଙ୍କର ମୃତ୍ୟୁ; ବର୍ତ୍ତମାନ ୧୮ ବର୍ଷ ବୟସରେ ଭାରତକୁ ଜିତାଇଲେ ବିଶ୍ୱକପ

U19 Women World Cup 2023: ଭାରତୀୟ ଦଳ (Indian Women Cricket Team) ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର-19 ମହିଳା ଟି-20 ବିଶ୍ୱକପ ୨୦୨୩ (IU19 Women World Cup 2023) ଟାଇଟଲ ଜିତିଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଇଂଲଣ୍ଡ ଓ ଭାରତ ଦଳ (India vs England Final) ମଧ୍ୟରେ ଖେଳାଯାଇଥିଲା । ଯାହା ଏକତରଫା ଭାବେ ଟିମ୍ ଇଣ୍ଡିଆ ଜିତିଥିଲା ।​ ଏହି ବିଶ୍ୱକପ୍‌ରେ ଜଣେ ୧୮ ବର୍ଷୀୟ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ଖେଳାଳିଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଛି । ସେ ପିଲାଦିନେ ନିଜ ବାପାଙ୍କୁ ହରାଇଥିଲେ ଓ  ସାପ କାମୁଡ଼ିବା କାରଣରୁ ତାଙ୍କ ଭାଇଙ୍କର ବି ମୃତ୍ୟୁ ହୋଇଥିଲା । କିନ୍ତୁ ସେ ବିଶ୍ୱ ଚାମ୍ପିୟନ ଖେଳାଳି ହେବାରେ ସଫଳ ହୋଇଛନ୍ତି ।

ଟିମ୍ ଇଣ୍ଡିଆ ଦଳରେ ସାମିଲ ଅର୍ଚ୍ଚନା ଦେବୀ (Archana Devi) ଙ୍କ ଜୀବନ  ସଂଘର୍ଷପୂର୍ଣ୍ଣ ରହିଛି । ଫାଇନା ମ୍ୟାଚ (IND vs ENG Final) ରେ ଅର୍ଚ୍ଚନା ଦେବୀ (Archana Devi) ଚମତ୍କାର ପ୍ରଦର୍ଶନ କରିଥିଲେ । ଅର୍ଚ୍ଚନା ଦେବୀ (Archana Devi) ୩ ଓଭର ବୋଲିଂ କରି ମାତ୍ର ୧୭ ରନ୍ ଖର୍ଚ୍ଚ କରି ୨ଟି ୱିକେଟ୍ ହାସଲ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଅର୍ଚ୍ଚନା ଦେବୀ ଅନେକ ମ୍ୟାଚ୍ ୱିନିଂ ସ୍ପେଲ କରିଥିଲେ । ୨୦୦୭ ମସିହାରେ ଅର୍ଚ୍ଚନା ଦେବୀ (Archana Devi) ନିଜ ବାପାଙ୍କୁ ହରାଇଥିଲେ । ଅନ୍ୟପଟେ ତାଙ୍କ ସାନଭାଇ ମଧ୍ୟ ୬ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ । ସାପ କାମୁଡ଼ାରେ ତାଙ୍କ ସାନ ଭାଇଙ୍କର ମୃତ୍ୟୁ ହୋଇଥିଲା । ଏତେ ଅସୁବିଧା ପରେ ଆଜି ଅର୍ଚ୍ଚନା ଦେବୀଙ୍କ ଘରେ ସୁଖ ଆସିଛି ।

ଦି ଇଣ୍ଡିଆନ୍ ଏକ୍ସପ୍ରେସ ସହ ସାକ୍ଷାତକାରରେ ଅର୍ଚ୍ଚନା ଦେବୀ (Archana Devi) ଙ୍କ ମା' କହିଛନ୍ତି ଯେ, "ମୁଁ ମୋର ୧ ଏକର ଚାଷ ଜମିରେ କାମ କରିଛି ଓ ଗୁଜୁରାଣ ମେଣ୍ଟାଇବା ପାଇଁ ମୋର ଦୁଇଟି ଗାଈର କ୍ଷୀର ବିକ୍ରି କରିଛି । ଲୋକମାନେ ମୋତେ ଗାଳିଗୁଲଜ କରୁଥିଲେ । କାରଣ ମୁଁ ଅର୍ଜନା ଦେବୀଙ୍କୁ ଘରୁ ଦୂର ମୁରାଦାବାଦର କସ୍ତୁରବା ଗାନ୍ଧୀ ବାଲିକା ବିଦ୍ୟାଲୟାର ହଷ୍ଟେଲରେ ରହିବାକୁ ପଠାଇଥିଲି । ସେଠାରେ ଭର୍ତ୍ତି ହେବା ପୂର୍ବରୁ ଦୈନିକ ୩୦ ଟଙ୍କା ବସ୍ ଭଡା ମଧ୍ୟ ଜୁଗାଡ଼ କରିବା କଷ୍ଟକର ଥିଲା ।"

ଅଧିକ ପଢ଼ନ୍ତୁ:-କୌଣସି ପ୍ରକାରେ ଜିତିଲା ଟିମ୍ ଇଣ୍ଡିଆ, ମ୍ୟାଚ୍ ପରେ ଏହି ବ୍ୟକ୍ତିଙ୍କ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା!

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ ଆପଣଙ୍କ ବିଦ୍ୟୁତ ବିଲ୍ ବି ଆସିବ ଜିରୋ, ଜୀବନ ସାରା ମାଗଣାରେ ଜଳାନ୍ତୁ ଲାଇଟ୍, ସରକାର ଦେଲେ ସୂଚନା!

ଅଧିକ ପଢ଼ନ୍ତୁ:-ବଡ଼ ଖୁସି ଖବର: କେନ୍ଦ୍ର ସରକାର ପ୍ରତିମାସରେ ଦେବେ ୨୦,୦୦୦ ଟଙ୍କା ପେନସନ, ନିଆଯାଇଛି ନିଷ୍ପତ୍ତି!

 

ଏହି ଫାଇନାଲ ମ୍ୟାଚ୍‌ରେ ଭାରତ ଇଂଲଣ୍ଡ ଦଳକୁ ୧୭.୧ ଓଭରରେ ୬୮ ରନରେ ଅଲଆଉଟ୍ କରିଥିଲା । ଭାରତ ପାଇଁ ଅର୍ଚ୍ଚନା ଦେବୀ, ପାର୍ଶ୍ୱୀ ଚୋପ୍ରା ଏବଂ ଟିଟାସ ସାଧୁ ୨-୨ ୱିକେଟ୍ ନେଇଛନ୍ତି । ମନ୍ନତ କାଶ୍ୟପ, ସୋନମ ଯାଦବ ଏବଂ ଶେଫାଲୀ ବର୍ମା ଗୋଟିଏ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଭାରତୀୟ ଅଣ୍ଡର-19 ମହିଳା ଦଳ ୧୪ ଓଭରରେ ୩ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଛି ।