ODI World Cup: କ୍ରିକେଟ ଇତିହାସରେ ବ୍ୟତିକ୍ରମ; ବିଶ୍ୱକପ୍ ଖେଳିବାରୁ ବାଦ ପଡ଼ିଲା ପୂର୍ବତନ ବିଜେତା
Advertisement
Article Detail0/zeeodisha/odisha1762080

ODI World Cup: କ୍ରିକେଟ ଇତିହାସରେ ବ୍ୟତିକ୍ରମ; ବିଶ୍ୱକପ୍ ଖେଳିବାରୁ ବାଦ ପଡ଼ିଲା ପୂର୍ବତନ ବିଜେତା

Cricket World Cup History: କ୍ରିକେଟ ଇତିହାସରେ ଏପରି ପ୍ରଥମ ଥର ପାଇଁ ହୋଇଛି। ଯେତେବେଳେ ଦୁଇ ଥରର ବିଶ୍ୱକପ୍ ବିଜେତା  ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବାରୁ ବାଦ ପଡ଼ିଛି।

ODI World Cup: କ୍ରିକେଟ ଇତିହାସରେ ବ୍ୟତିକ୍ରମ; ବିଶ୍ୱକପ୍ ଖେଳିବାରୁ ବାଦ ପଡ଼ିଲା ପୂର୍ବତନ ବିଜେତା

West Indies Cricket Team: ପ୍ରଥମ ଥର ପାଇଁ କ୍ରିକେଟ ଇତିହାସରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଜୁଲାଇ ୧ ତାରିଖ ଶନିବାର କ୍ରିକେଟ୍ ଜଗତରୁ ଯେଉଁ ଖବର ଆସିଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 
ଲଗାତାର ଭାବରେ ଦୁଇ ଦୁଇ ଥର ବିଶ୍ୱକପ୍ ବିଜେତା ହେବାର ଗୌରବ ଅର୍ଜନ କରିଥିବା ୱେଷ୍ଟଇଣ୍ଡିଜ୍ ଇଣ୍ଡିଜ କ୍ରିକେଟ ଟିମ ପ୍ରଥମ ଥର ପାଇଁ ବିଶ୍ୱକପ୍ ମ୍ୟାଚ ଖେଳିବାରୁ ବାଦ ପଡି଼ଛି। ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ ମୁକାବିଲାରେ ଏଥର ୱେଷ୍ଟଇଣ୍ଡିଜ ଅଂଶ ଗ୍ରହଣ କରିବ ନାହିଁ। ଏଥର ବିଶ୍ୱକପ୍ ପାଇଁ ୱେଷ୍ଟଇଣ୍ଡିଜ୍ ଇଣ୍ଡିଜ ଟିମ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇନାହିଁ।

ସ୍କଟଲ୍ୟାଣ୍ଡ ଠାରୁ ହାରିବା ପରେ ଭାଙ୍ଗିଗଲା ସ୍ୱପ୍ନ
୨୦୨୩ ବିଶ୍ୱକପ୍ (world cup 2023) ପାଇଁ ଜିମ୍ବାୱେ ଠାରେ ଅନୁଷ୍ଠିତ ହୋଇଯାଇଛି ଆଇସିସି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ (ICC Qualifier Match Zimbabwe 2023)। ଏହି କ୍ରମରେ ଜୁଲାଇ ୧ ତାରିଖ ଶନିବାର ଶନିବାର ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍କଟଲ୍ୟାଣ୍ଡ ଟିମ୍ (Scotland Cricket Team) ୱେଷ୍ଟ ଇଣ୍ଡିଜ ଦଳକୁ (West Indies Cricket Team) ୭ ୱିକେଟରେ ପରାସ୍ତ କରିଛି। ଜିମ୍ବାୱେ ରାଜଧାନୀ ହାରାରେ (zimbabwe capital harare) ସ୍ଥିତ ସ୍ପୋର୍ଟସ କ୍ଲବ (Harare Sports Club) ଠାରେ ଅୟୋଜିତ ହୋଇଥିବା ଏହି ମ୍ୟାଚ୍ ରେ ସ୍କଟଲ୍ୟାଣ୍ଡ ପାଖରୁ ପରାଜୟ ବରଣ କରିବା ପରେ ବିଶ୍ୱକପ୍ ଖେଳିବା ପାଇଁ ୱେଷ୍ଟ ଇଣ୍ଡିଜ୍ ଦେଖୁଥିବା ସ୍ୱପ୍ନ ଭାଙ୍ଗିଯାଇଛି। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଇଣ୍ଡିଜ କ୍ରିକେଟ ଟିମ ପ୍ରଥମ ଏକଦିବସୀୟ ବିଶ୍ୱକପ୍‌ ମୁକାବିଲାରେ (ICC ODI World Cup 2023) ଅଂଶଗ୍ରହଣ କରିବ ନାହିଁ। ୱେଷ୍ଟଇଣ୍ଡିଜ ଟିମ୍ ସ୍କଟଲ୍ୟାଣ୍ଡ ଦଳକୁ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ସ୍କଟଲ୍ୟାଣ୍ଡ ୩୯ ବଲ ବାକି ଥାଇ ହାସଲ କରି ନେଇଥିଲା।

ସ୍କଟଲ୍ୟାଣ୍ଡ୍-ୱେଷ୍ଟଇଣ୍ଡିଜ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଫଳାଫଳ
ଜୁଲାଇ ୧ ତାରିଖ ଶନିବାର ହାରାରେ ସ୍ପୋର୍ଟସ କ୍ଲବ ଠାରେ ଖେଳାଯାଇଥିବା ସୁପର-୬ ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଟସ୍ ହାରିବା ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ ଦଳ ୪୩.୫ ଓଭର ଖେଳି ମାତ୍ର ୧୮୧ ରନ୍ ସ୍କୋର କରିଥିଲା। ଦଳ ପକ୍ଷରୁ କେବଳ ଜେସନ ହୋଲ୍ଡର (୪୫) ଏବଂ ରୋମାରିଓ ଶେଫର୍ (୩୬) କିଛି ପଡ଼ିଆରେ ତିଷ୍ଠି ରହିଥିଲେ। ସ୍କଟଲାଣ୍ଡ ପକ୍ଷରୁ ବ୍ରାଣ୍ଡନ୍ ମ୍ୟାକମୁଲେନ୍ ୩ ୱିକେଟ୍ ନେଇଥିଲେ। ଏହା ପରେ ୧୮୨ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ସ୍କଟଲ୍ୟାଣ୍ଡ ୪୩.୩ ଓଭର ଖେଳି ୩ ୱିକେଟ ବ୍ୟୟରେ ୧୮୫ ରନ୍ ସଂଗ୍ରହ କରିଥିଲା। ସ୍କଟଲ୍ୟାଣ୍ଡ ପକ୍ଷରୁ ଦଳର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ମାଥ୍ୟୁ କ୍ରସ୍ ୭୪ ରନ୍ ସଂଗ୍ରହ କରିବା ସହ ଅପରାଜିତ ରହିଥିଲେ। ଅନ୍ୟପଟେ ମ୍ୟାକମୁଲେନ୍ ୮ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୯ ରନ୍ ର ଇନିଂସ ଖେଳିଥିଲେ।

କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଘଟିଲା ଏପରି ଘଟଣା
କ୍ରିକେଟ୍ ଇତିହାସରେ (History of Cricket) ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି। ଯେତେବେଳେ ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ବିଶ୍ୱକପ୍ ମୁକାବିଲାରେ ଅଂଶଗ୍ରହଣ କରିବ ନାହିଁ। ସର୍ବପ୍ରଥମେ ୧୯୭୫ ମସିହାରେ ଦିନିକିଆ ବିଶ୍ୱକପ୍ (Cricket World Cup History) ଆରମ୍ଭ ହୋଇଥିଲା। ସେବେଠାରୁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ଥରର ଏହି କ୍ରିକେଟ ଟୁର୍ନାମେଣ୍ଟ ରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଟିମ ଭାଗ ନେଇ ଆସୁଥିଲା। ଏହାପୂର୍ବରୁ ୱେଷ୍ଟ ଇଣ୍ଡିଜ ଦଳର ବିଶ୍ୱକପ୍ ର ସମସ୍ତ ୧୨ ସଂସ୍କରଣରେ ଭାଗ ନେଇଥିଲା। କେବଳ ଏତିକି ନୁହେଁ, ପ୍ରଥମ ଦୁଇଟି ସଂସ୍କରଣ ଅର୍ଥାତ୍ ୧୯୭୫ ଏବଂ ୧୯୭୯ ମସିହାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍ ରେ ବିଜୟୀ (World Cup Winner) ହୋଇଥିଲା ୱେଷ୍ଟ ଇଣ୍ଡିଜ। ଏପରିକି ଦଳ ୧୯୮୩ ବିଶ୍ୱକପ୍ ରେ ଉପବିଜେତା ହୋଇଥିଲା। 

୨୦୨୩ ବିଶ୍ୱକପ୍ ଖେଳିବେ ୧୦ ଦଳ
ଚଳିତ ବର୍ଷ ଭାରତରେ ଆୟୋଜିତ ହେଉଛି ଆଇସିସି ପୁରୁଷ ବିଶ୍ୱକପ୍। ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ୍ ରେ ମୋଟ ୧୦ ଦଳ ଅଂଶଗ୍ରହଣ କରିବେ। ପୂର୍ବରୁ ୮ ଦଳ ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଅନ୍ୟପଟେ ଜିମ୍ବାୱେ ଠାରେ ଖେଳାଯାଉଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ମାଧ୍ୟମରେ ଅନ୍ୟ ୨ ଦଳକୁ ଚୟନ କରାଯିବ। ବର୍ତ୍ତମାନ ସୁପର-୬ ରାଉଣ୍ଡ ଜାରି ରହିଛି।