Tom Latham On IND vs NZ 2nd OD: ଟିମ୍ ଇଣ୍ଡିଆଠୁ ଦିନିକିଆ ସିରିଜ୍ ହାରିବା ପରେ ଭାଙ୍ଗି ପଡିଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ, ମ୍ୟାଚ୍ ପରେ ଦେଲେ ହୃଦୟ ବିଦାରକ ବୟାନ
Advertisement

Tom Latham On IND vs NZ 2nd OD: ଟିମ୍ ଇଣ୍ଡିଆଠୁ ଦିନିକିଆ ସିରିଜ୍ ହାରିବା ପରେ ଭାଙ୍ଗି ପଡିଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ, ମ୍ୟାଚ୍ ପରେ ଦେଲେ ହୃଦୟ ବିଦାରକ ବୟାନ

Tom Latham On IND vs NZ 2nd OD: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଭାରତୀୟ ଦଳ ଲଗାତର ଦ୍ୱିତୀୟ ଦିନିକିଆ ସିରିଜ ଜିତିଛି । ଅନ୍ୟପଟେ ଭାରତ ଠାରୁ ଦିନିକିଆ ସିରିଜ୍ ହାରିବା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଭାଙ୍ଗି ପଡିଛନ୍ତି ।

Tom Latham On IND vs NZ 2nd OD: ଟିମ୍ ଇଣ୍ଡିଆଠୁ ଦିନିକିଆ ସିରିଜ୍ ହାରିବା ପରେ ଭାଙ୍ଗି ପଡିଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ, ମ୍ୟାଚ୍ ପରେ ଦେଲେ ହୃଦୟ ବିଦାରକ ବୟାନ

India vs New Zealand 2nd ODI: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ (IND vs NZ ODI Series) ଚାଲିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ (IND vs NZ 2nd ODI) ରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଏହାସହ ଭାରତୀୟ ଦଳ (Indian Cricket Team) ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିନେଇଛି । ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଭାରତୀୟ ଦଳ ଲଗାତର ଦ୍ୱିତୀୟ ଦିନିକିଆ ସିରିଜ (India vs New Zealand ODI Series) ଜିତିଛି । ଅନ୍ୟପଟେ ଭାରତ ଠାରୁ ଦିନିକିଆ ସିରିଜ୍ ହାରିବା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ (New Zealand Captain) ଭାଙ୍ଗି ପଡିଛନ୍ତି ।

 ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମ (Tom Latham) କହିଛନ୍ତି ଯେ, ମହମ୍ମଦ ଶାମି (Mohammed Shami) ଓ ମହମ୍ମଦ ସିରାଜ (Mohammed Siraj) ଙ୍କ ସଠିକ୍ ବୋଲିଂ ଆକ୍ରମଣର ସାମ୍ନା କରିବାରେ ଲଗାତର ଦ୍ୱିତୀୟ ଥର ପାଇଁ ତାଙ୍କ ଦଳ ବିଫଳ ରହିଛି । ଏହି କାରଣରୁ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତ ବିପକ୍ଷରେ ସିରିଜ ହାରିଯାଇଛି । ଏଠାରେ କହି ରଖୁଛୁ ଯେ, ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ମାଇକେଲ ବ୍ରେସୱେଲ (Michael Bracewell) ନ୍ୟୁଜିଲ୍ୟାଣ୍ଡକୁ ମ୍ୟାଚକୁ ଫେରାଇ ଆଣିଥିଲେ, କିନ୍ତୁ କିୱି ଦଳ ମ୍ୟାଚକୁ ୧୨ ରନରେ ହାରି ଥିଲା । 

ଶନିବାର ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଦଳ ୧୦୮ ରନ୍ କରି ଅଲଆଉଟ୍ ହୋଇଥିଲା । ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ଦମଦାର୍ ବୋଲିଂ ଆଟାକ୍ ସମ୍ମୁଖରେ ନ୍ୟୁଜିଲ୍ୟାଣ୍ଡର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଅସହାୟ ମନେ ହେଉଥିଲେ । ଫଳରେ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରାରମ୍ଭିକ ଧକ୍କାରୁ ବାହାରି ପାରିନଥିଲା । ଭାରତ ବିପକ୍ଷ ODI ସିରିଜ ହାରିବା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମ (Tom Latham) କହିଛନ୍ତି ଯେ, "ମହମ୍ମଦ ଶାମି ଓ ମହମ୍ମଦ ସିରାଜ ମହାନ ବୋଲର ଅଟନ୍ତି । ଉଭୟଙ୍କ ଲାଇନ ଲେନ୍ଥ ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ରହିଥାଏ । ସେମାନେ ଆମକୁ ରନ୍ ସ୍କୋର କରିବାର ସୁଯୋଗ ଦେଇନାହାଁନ୍ତି ।" 

ଦ୍ୱିତୀୟ ଦିନିକିଆରେ ୮ ୱିକେଟରେ ପରାଜୟ ପରେ ଟମ୍ ଲାଥାମ୍ କହିଛନ୍ତି ଯେ, "ଆଜି ସେମାନଙ୍କ ପାଇଁ ଭଲ ଦିନ ଓ ଆମ ପାଇଁ ଖରାପ ଦିନ ଥିଲା । ଆମେ ସେମାନଙ୍କ ଉପରେ ଚାପ ପକାଇବା ଓ ମ୍ୟାଚରେ ରିଟର୍ଣ୍ଣ କରିବାରେ ସକ୍ଷମ ହୋଇ ପାରି ନଥିଲୁ । ଯେତେବେଳେ ଆପଣ ୧୦୦ ରନରୁ ଅଧିକ ସ୍କୋରରେ ଅଲଆଉଟ ହୋଇଯାଆନ୍ତି, ସେତେବେଳେ ଆପଣଙ୍କ ପାଇଁ ଜିନିଷ କଷ୍ଟସାଧ୍ୟ ହୋଇଯାଏ । ଆମର ଭାଗ୍ୟ ଭଲ  ନଥିଲା କି ଆଜି ଭାରତ ଯାହା ବି କଲା, ତାହା ସେମାନଙ୍କ ସପକ୍ଷରେ ଥିଲା । ପରବର୍ତ୍ତୀ ମ୍ୟାଚରେ ଆମେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ ।" 

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନିକିଆ ପରେ ICC କଲା ଏହି ବଡ଼ ଘୋଷଣା, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ସିରିଜ୍ ବିଜୟ ପରେ ରୋହିତ ଶର୍ମା ଦେଲେ ବଡ଼ ବୟାନ, ଏହି ୨ ଖେଳାଳିଙ୍କୁ କହିଲେ ଟିମ୍ ଇଣ୍ଡିଆର ବିଜୟର ହିରୋ

ଅଧିକ ପଢ଼ନ୍ତୁ:-ନିଜ ଭାଇକୁ ବିବାହ କରି ଗର୍ଭବତୀ ହେଲେ ଯୁବତୀ!

 

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମ ଆଗକୁ କହିଛନ୍ତି ଯେ, "ଦଳର ଅସଫଳତାର ସବୁଠାରୁ ବଡ଼ କାରଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାର୍ଟନରଶିପ୍ କରିବାରେ ସକ୍ଷମ ନ ହେବା । ମିଚେଲ ସାଣ୍ଟନର୍ ଓ ମାଇକେଲ୍ ବ୍ରେସୱେଲ ଏକ ପାର୍ଟନରଶିପ୍ କରିବାକୁ ଚେଷ୍ଟା କରିଥିଲେ ଓ ପରେ ଗ୍ଲେନ୍ ଫିଲିପ୍ସ ଓ ସାଣ୍ଟନର୍, କିନ୍ତୁ ମୁଁ ଯେପରି କହିଥିଲି, ଯଦି ଆପଣ ପ୍ରାୟ ୧୦୦ ରନର ସ୍କୋରରେ ଅଲଆଉଟ୍ ହୋଇଯାଆନ୍ତି ତେବେ ପ୍ରତ୍ୟାବର୍ତ୍ତନ କଷ୍ଟକର ଅଟେ ।"