India Squad: ବିଶ୍ୱକପ୍ ପାଇଁ ଏହି ଖେଳାଳି ମାନଙ୍କ ସ୍ଥାନ ପକ୍କା! ହାର୍ଦ୍ଦିକ ବଢ଼ାଇଲେ ଟିମ୍ ଇଣ୍ଡିଆର ଟେନସନ୍
Advertisement
Article Detail0/zeeodisha/odisha2221306

India Squad: ବିଶ୍ୱକପ୍ ପାଇଁ ଏହି ଖେଳାଳି ମାନଙ୍କ ସ୍ଥାନ ପକ୍କା! ହାର୍ଦ୍ଦିକ ବଢ଼ାଇଲେ ଟିମ୍ ଇଣ୍ଡିଆର ଟେନସନ୍

India's T20 World Cup Squad: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଭାରତୀୟ ଦଳକୁ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ। ଦ୍ୱିତୀୟ ୱିକେଟ୍ କିପର ପାଇଁ କେଏଲ ରାହୁଲ ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଦେଇଛନ୍ତି। ହାର୍ଦ୍ଦିକଙ୍କ ଫର୍ମ ଦଳ ପାଇଁ ଏକ ଚିନ୍ତାର ବିଷୟ।

Team India T20 World Cup Squad

T20 World Cup Squad: ଜୁନ୍ ମାସରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଚଳିତ ମାସ ଶେଷ ସୁଦ୍ଧା ଘୋଷଣା କରାଯାଇପାରେ। ଅବଶ୍ୟ, ଅନେକ ଖେଳାଳିଙ୍କ ବର୍ତ୍ତମାନର ଫର୍ମ ଚୟନକର୍ତ୍ତାଙ୍କ ଟେନସନକୁ ବଢ଼ାଇ ଦେଇଛି, ଯେଉଁଥିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଶୀର୍ଷରେ ଅଛି। ଦ୍ୱିତୀୟ ୱିକେଟ୍ କିପର ପାଇଁ କେ.ଏଲ୍ ରାହୁଲ ସଞ୍ଜୁ ସାମସନଙ୍କଠାରୁ ଆଗରେ ଅଛନ୍ତି।

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ ପାଇଁ ଦଳ ଚୟନ କରିବାବେଳେ ଅତିରିକ୍ତ ବୋଲରକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ୱେଷ୍ଟଇଣ୍ଡିଜ୍‌ର ମନ୍ଥର ପିଚ୍‌କୁ ବିଚାର କରି ଦ୍ରୁତ ବୋଲର ଆବେଶ ଖାନଙ୍କୁ ଚୟନ କରାଯାଉଛି କି ଲେଗ୍‌ ସ୍ପିନର ରବି ବିଷ୍ଣୋଇ କିମ୍ବା ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିବ ତାହା ଦେଖିବା ବାକି ରହିଲା।

ପିଟିଆଇ ରିପୋର୍ଟ ଅନୁଯାୟୀ, ଦଳ ବାଛିବା ପାଇଁ ଆଇସିସି ୧ ମେ' ତାରିଖ ଧାର୍ଯ୍ୟ କରିଛି। ବିସିସିଆଇ ଏହି ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଦଳ ଘୋଷଣା କରିପାରେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଠଟି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ଓଭର ବୋଲିଂ କରିଛନ୍ତି। ଚାଲୁଥିବା ସିଜିନରେ ହାର୍ଦ୍ଦିକ ମାତ୍ର ୧୫୦ ରନ୍ ସ୍କୋର କରିଛନ୍ତି ଓ ଏହି ସମୟ ମଧ୍ୟରେ ସେ ସାତଟି ଛକା ମାରିଛନ୍ତି।

ତେବେ ପାଣ୍ଡ୍ୟାଙ୍କ ବ୍ୟତୀତ କୌଣସି ବିକଳ୍ପ ଦୃଶ୍ୟମାନ ହେଉନାହିଁ କାରଣ ଶିବମ ଦୁବେ ମଧ୍ୟ ବୋଲିଂ କରୁନାହାଁନ୍ତି। ଦକ୍ଷତା ଓ ଗତି ଦୃଷ୍ଟିରୁ ଦୁବେ ବୋଲିଂରେ ପାଣ୍ଡ୍ୟାଙ୍କ ସହ କୌଣସି ସ୍ଥାନରେ ନାହାଁନ୍ତି କିନ୍ତୁ ବ୍ୟାଟିଂରେ ସେ ଉତ୍କୃଷ୍ଟ ଫର୍ମରେ ଅଛନ୍ତି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ।

ଭାରତର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି। ୧୬୧ ର ଷ୍ଟ୍ରାଇକ୍ ରେଟରେ ପନ୍ତ ୩୪୨ ରନ୍ ସ୍କୋର କରିଛନ୍ତି। ଦ୍ୱିତୀୟ ୱିକେଟ୍ କିପର ପାଇଁ କେ.ଏଲ୍ ରାହୁଲ (୧୪୧ ଷ୍ଟ୍ରାଇକ୍ ରେଟରେ ୩୦୨ ରନ୍) ଓ ସଞ୍ଜୁ ସାମସନ୍ (୧୫୨ ଷ୍ଟ୍ରାଇକ୍ ରେଟ୍ ରେ ୩୧୪ ରନ୍) ମଧ୍ୟରେ ଏକ ପ୍ରତିଯୋଗିତା ରହିବ। ବୋଲରଙ୍କ ମଧ୍ୟରେ ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ସ୍ଥାନ ପ୍ରାୟ ନିଶ୍ଚିତ। ତେବେ ବୁମ୍ରା ଓ କୁଲଦୀପଙ୍କ ବ୍ୟତୀତ ଅନ୍ୟ ବୋଲରମାନେ ଆଇପିଏଲରେ ଫର୍ମରେ ନାହାଁନ୍ତି, ତେଣୁ ଅତିରିକ୍ତ ବୋଲରଙ୍କ ବିକଳ୍ପ ଗୁରୁତ୍ୱପୂର୍ଣ୍ଣ ହେବ।

ଦ୍ରୁତ ବୋଲର ମଧ୍ୟରେ ଆଭେଶ ଖାନ, ସ୍ପିନର ଅକ୍ଷର ପଟେଲ ଏଓ ଲେଗ ସ୍ପିନର ରବି ବିଷ୍ଣୋଇଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇପାରେ। ଆଇପିଏଲ୍ ୨୦୨୪ ରେ ଆଭେଶ ପ୍ରାୟ ନଅ ଇକୋନମି ହାରରେ ଆଠଟି ୱିକେଟ୍ ନେଇଥିବାବେଳେ, ବିଷ୍ଣୋଇ ନଅ ରୁ କମ୍ ଇକୋନମିରେ ପାଞ୍ଚଟି ୱିକେଟ୍ ନେଇଛନ୍ତି। ଅକ୍ଷାର ସାତୋଟି ୱିକେଟ୍ ନେଇଛନ୍ତି ଓ ତାଙ୍କ ଇକୋନମି ହାର ସାତ ରହିଛି। ସେ ମଧ୍ୟ ୧୩୨ ଷ୍ଟ୍ରାଇକ୍ ହାରରେ ବ୍ୟାଟିଂରେ ରନ୍ ସ୍କୋର କରିଛନ୍ତି।