T-20 World Cup: T-20 ବିଶ୍ବକପ୍ ପାଇଁ ଭାରତର ସ୍କ୍ୱାର୍ଡ଼ ଘୋଷିତ, ରୋହିତ ଶର୍ମା ହେଲେ ଅଧିନାୟକ
Advertisement
Article Detail0/zeeodisha/odisha1348852

T-20 World Cup: T-20 ବିଶ୍ବକପ୍ ପାଇଁ ଭାରତର ସ୍କ୍ୱାର୍ଡ଼ ଘୋଷିତ, ରୋହିତ ଶର୍ମା ହେଲେ ଅଧିନାୟକ

T-20 World Cup: ଆସନ୍ତା ଆଇସିସି  ଟି-୨୦ ବିଶ୍ବକପ (T-20 World Cup) ପାଇଁ ଭାରତୀୟ ଦଳ ଘୋଷଣା (Declared Indian Team) କରାଯାଇଛି । ଭାରତୀୟ ଦଳ ପକ୍ଷରୁ ମୋଟ ୨୦ ଜଣଙ୍କ ତାଲିକା ଘୋଷଣା ହୋଇଛି । ତେବେ ସେଥିମଧ୍ଯରୁ ଷ୍ଟାଣ୍ଡବାଏରେ ୪ ଜଣଙ୍କୁ  ରଖାଯାଇଛି । 

ଫାଇଲ୍ ଫଟୋ

T-20 World Cup: ଆସନ୍ତା ଆଇସିସି  ଟି-୨୦ ବିଶ୍ବକପ (T-20 World Cup) ପାଇଁ ଭାରତୀୟ ଦଳ ଘୋଷଣା (Declared Indian Team) କରାଯାଇଛି । ଭାରତୀୟ ଦଳ ପକ୍ଷରୁ ମୋଟ ୨୦ ଜଣଙ୍କ ତାଲିକା ଘୋଷଣା ହୋଇଛି । ତେବେ ସେଥିମଧ୍ଯରୁ ଷ୍ଟାଣ୍ଡବାଏରେ ୪ ଜଣଙ୍କୁ  ରଖାଯାଇଛି । ରୋହିତ ଶର୍ମା (Rohit Sharma)ଙ୍କ ଉପରେ ଭରଷା କରି ଦଳ  ଅଧିନାୟକ (Captain) ଦାୟିତ୍ବ  ଦେଇଥିବାବେଳେ କେଏଲ. ରାହୁଲ (KL Rahul)ଙ୍କୁ ଉପ-ଅଧିନାୟକ (Vice-Captain) ଦାୟିତ୍ବି ମିଳିଛି । ଅନ୍ୟପଟେ ଦଳକୁ କମବ୍ୟାକ୍ କରିଛନ୍ତି ଜସପ୍ରିତ୍‌ ବୁମ୍‌ରାହ  ଓ ଅକ୍ଷର ପଟେଲ ।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ)(Rohit Sharma (C)), କେଏଲ୍ ରାହୁଲ (ଉପ-ଅଧିନାୟକ)KL Rahul (VC), ବିରାଟ କୋହଲି(Virat Kohli), ସୂର୍ଯ୍ଯକୁମାର ଯାଦବ(Suryakumar Yadav), ରିଷଭ ପନ୍ଥ(R Pant (WK)), ହାର୍ଦ୍ଦିକ ପାଣ୍ଡ୍ୟା(Hardik Pandya), ରବିଚନ୍ଦ୍ରନ ଅଶ୍ୱିନୀ(R. Ashwin), ଦୀପକ ହୁଡ୍ଡା(Deepak Hooda), ଦିନେଶ କାର୍ତ୍ତିକ(Dinesh Karthik (WK)), ଭୁବନେଶ୍ୱର କୁମାର( B Kumar), ଜସପ୍ରିତ୍‌ ବୁମ୍‌ରାହ(Jasprit Bumrah), ହର୍ଷଲ ପଟେଲ୍‌(Harshal Patel), ଓ୍ୱାଇ. ଚହଲ(Y Chahal), ଅର୍ଶଦୀପ ସିଂହ(Arshdeep Singh) ଏବଂ ଅକ୍ଷର ପଟେଲ(Axar Patel) ।

ତେବେ ପ୍ରତୀକ୍ଷାର ଅନ୍ତ ଘଟାଇ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ପାଇଁ ସୋମବାର ଅଲ-ଇଣ୍ଡିଆ ସିନିୟର ଚୟନ କମିଟି ଭାରତୀୟ ସ୍କ୍ୱାର୍ଡ଼ ଘୋଷଣା କରିଛି। ଦଳରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ନଥିଲା କାରଣ ଏସିଆ କପ୍ ୨୦୨୨ ପାଇଁ ୟୁଏଇକୁ ଯାଇଥିବା ଅଧିକାଂଶ ଖେଳାଳିଙ୍କ ଉପରେ ଚୟନ କମିଟି ଭରଷା କରିଥିଲା ।

ଏହାସହିତ ମହମ୍ମଦ ଶାମି, ରବି ବିଷ୍ଣୋଇ, ଆବେଶ ଖାନ, ଦୀପକ ଚହର, ସଞ୍ଜୁ ସାମସନ ଏବଂ ଶ୍ରେୟାସ ଆୟର  ଟି -20 ବିଶ୍ୱକପ ପାଇଁ ୧୫ ଜଣିଆ ଦଳରେ ସ୍ଥାନ ପକ୍କା କରିବାରେ ବିଫଳ ହୋଇଛନ୍ତି । ହାର୍ଦ୍ଦିକ, ଅର୍ଶଦୀପ ଏବଂ  ଭୁବନେଶ୍ୱର କୁମାର ଏନସିଏକୁ ରିପୋର୍ଟ କରିବେ । ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଏବଂ ଭୁବନେଶ୍ୱର କୁମାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ କଣ୍ଡିସନାଲ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏନସିଏକୁ ରିପୋର୍ଟ କରିବେ।