WTC ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଦେଖନ୍ତୁ ପାକିସ୍ତାନ ସମେତ ଅନ୍ୟ ଦଳ ମାନଙ୍କ ସ୍ଥିତି
Advertisement

WTC ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଦେଖନ୍ତୁ ପାକିସ୍ତାନ ସମେତ ଅନ୍ୟ ଦଳ ମାନଙ୍କ ସ୍ଥିତି

WTC Points Table: ଭାରତୀୟ କ୍ରିକେଟ୍ ଟିମ୍ ଏପର୍ଯ୍ୟନ୍ତ ଲଗାତାର ଦୁଇଥର WTC ଫାଇନାଲ ଖେଳିଛି କିନ୍ତୁ ଉଭୟ ଥର ପରାଜୟ ମିଳିଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ତୃତୀୟ ଥର ପାଇଁ ଟାଇଟଲ୍ ମ୍ୟାଚ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛି।

 

WTC 2023-25 Points Table

WTC Points Table: ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନ୍ ଟେଷ୍ଟ ଜିତିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ଭାରତ ଦ୍ୱିତୀୟ ଟେଷ୍ଟକୁ ସାତ ୱିକେଟରେ ଜିତି ନେଇଥିଲା। ଏହା ସହିତ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଡ୍ର କରିବାରେ ସକ୍ଷମ ହୋଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ବିଜୟରୁ ୧୨ ପଏଣ୍ଟ ପାଇଛି। ଏହା ସହିତ ଦଳ WTC ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ଦୁଇଟି ସିରିଜ୍ ପରେ ଟିମ୍ ଇଣ୍ଡିଆରେ ପାଖରେ ମୋଟ ୨୬ ଅଙ୍କ ଓ ୫୪.୧୬ ପଏଣ୍ଟ ରହିଛି। ଭାରତ ବିପକ୍ଷରେ ପରାଜୟ ଯୋଗୁଁ ଦକ୍ଷିଣ ଆଫ୍ରିକା କ୍ଷତି ସହିଛି। ବର୍ତ୍ତମାନ ଏହି ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି। ଦକ୍ଷିଣ ଆଫ୍ରିକା କେବଳ ଗୋଟିଏ ସିରିଜ୍ ଖେଳିଛି ଓ ୧୨ ଅଙ୍କ ଓ ୫୦ ପ୍ରତିଶତ ପଏଣ୍ଟ ପାଇଛି।

ଦକ୍ଷିଣ ଆଫ୍ରିକା ସହିତ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟ ୫୦ ପ୍ରତିଶତ ଲେଖାଁଏ ପଏଣ୍ଟ ପାଇଛନ୍ତି। କିନ୍ତୁ କିୱି ଦଳ ତୃତୀୟ ସ୍ଥାନରେ, ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ଓ ବାଂଲାଦେଶ ପଞ୍ଚମ ସ୍ଥାନରେ ରହିଛି। ୪୫.୮୩ ପ୍ରତିଶତ ପଏଣ୍ଟ ସହ ପାକିସ୍ତାନ ଷଷ୍ଠ ସ୍ଥାନରେ, ୱେଷ୍ଟଇଣ୍ଡିଜ୍ ସପ୍ତମ ସ୍ଥାନରେ, ଇଂଲଣ୍ଡ ଅଷ୍ଟମ ସ୍ଥାନରେ ଓ ଶ୍ରୀଲଙ୍କା ନବମ ସ୍ଥାନରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସର୍ବାଧିକ ସାତୋଟି ଟେଷ୍ଟ ଖେଳିଛି। ଏଥିମଧ୍ୟରୁ ସେ ଚାରିଟି ଜିତିଛି, ଦୁଇଟି ହାରିଛି ଓ ଗୋଟିଏ ଡ୍ର କରିଛି। ଇଂଲଣ୍ଡ ପାଞ୍ଚଟି ଖେଳି ଦୁଇଟି ଜିତି ସମାନ ସଂଖ୍ୟା ହାରିଛି।

fallback

ଭାରତୀୟ ଦଳକୁ ବର୍ତ୍ତମାନ WTC 2023-25 ସିଜିନରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ତା’ପରେ ବାଂଲାଦେଶ ବିପକ୍ଷରେ ଦୁଇଟି ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳାଯିବ। ନଭେମ୍ବର ୨୦୨୪ ରୁ ଜାନୁୟାରୀ ୨୦୨୫ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଶେଷ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ସିରିଜରେ ପାଞ୍ଚଟି ମ୍ୟାଚ୍ ଖେଳାଯିବ। ଭାରତ ଏପର୍ଯ୍ୟନ୍ତ ଲଗାତାର ଦୁଇଥର WTC ଫାଇନାଲ ଖେଳିଛି କିନ୍ତୁ ଉଭୟ ଥର ହାରିଛି। ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ୨୦୨୧ ରେ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା ଓ ଏହା ପରେ ୨୦୨୩ ରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି।

କିପରି ରହିଥିଲା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ
ଦ୍ୱିତୀୟ ତଥା ଶେଷ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ଦକ୍ଷିଣ ଆଫ୍ରିକାକୁ ସାତ ୱିକେଟରେ ପରାସ୍ତ କରିଛି। ପ୍ରଥମ ଇନିଂସରେ ୫୫ ରନ୍ କରି ଅଲଆଉଟ୍ ହୋଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୭୬ ରନ୍ ସଂଗ୍ରହ କରିଥିଲା। ଏହା ଯୋଗୁଁ ଭାରତକୁ ଜିତିବା ପାଇଁ ଭାରତକୁ ୭୯ ରନର ଆବଶ୍ୟକତା ଥିଲା। ଭାରତ ଏହି ୭୯ ରନର ଲକ୍ଷ୍ୟକୁ ୧୨ ଓଭରରେ ତିନୋଟି ୱିକେଟ୍ ହରାଇ ୮୦ ରନ୍ ସ୍କୋର କରି ହାସଲ କରିନେଇଥିଲା। ଭାରତର ପ୍ରଥମ ଇନିଂସ ୧୫୩ ରନ କରିଥିଲା। ପ୍ରଥମ ଟେଷ୍ଟ ବିଷୟରେ କହିବାକୁ ଗଲେ ଦକ୍ଷିଣ ଆଫ୍ରିକା ଦଳ ଭାରତକୁ ତୃତୀୟ ଦିନରେ ଏକ ଇନିଂସ ଓ ୩୨ ରନରେ ପରାସ୍ତ କରିଥିଲା।