IND vs WI 2nd Test: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏହା ହେବ ଭାରତର ପ୍ଲେଇଂ-11, ବାଦ୍ ପଡିବେ ଏହି ଖେଳାଳି!
Advertisement
Article Detail0/zeeodisha/odisha1787566

IND vs WI 2nd Test: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏହା ହେବ ଭାରତର ପ୍ଲେଇଂ-11, ବାଦ୍ ପଡିବେ ଏହି ଖେଳାଳି!

IND vs WI 2nd Test: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପୋର୍ଟ ଅଫ୍ ସ୍ପେନର କ୍ୟୁଇନ୍ସ ପାର୍କ ଓଭାଲରେ ଅନୁଷ୍ଠିତ ହେବ । ତେବେ ଆସନ୍ତୁ କହୁଛି କିପରି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ୍ (India Playing XI) । 

ସାଙ୍କେତିକ ଫଟୋ (IND vs WI 2nd Test)

IND vs WI 2nd Test, India Playing XI: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜି (୨୦ ଜୁଲାଇ) ରୁ ପୋର୍ଟ ଅଫ୍ ସ୍ପେନର କ୍ୟୁଇନ୍ସ ପାର୍କ ଓଭାଲରେ (Queen's Park Oval) ଖେଳାଯିବ । ଡୋମିନିକାରେ ଖେଳାଯାଇଥିବା ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଏକ ଇନିଂସ ଓ ୧୪୧ ରନରେ ଜିତି ନେଇଥିଲା । ଅନ୍ୟପକ୍ଷରେ, ଆସନ୍ତୁ ଜାଣିବା ରୋହିତ ଶର୍ମାଙ୍କ (Rohit Sharma) ନେତୃତ୍ୱରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ କିପରି ହୋଇପାରେ । ପ୍ରଥମ ଟେଷ୍ଟ ଜରିଆରେ ଯଶସ୍ୱି ଜୌସୱାଲ (Yashasvi Jaiswal) ନିଜର ଅନ୍ତର୍ଜାତୀୟ ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଶନ (Ishan Kishan) ନିଜ ଟେଷ୍ଟ ଡେବ୍ୟୁ କରିଥିଲେ । ଏଥି ସହିତ ଆଜିର ମ୍ୟାଚରେ ଦ୍ରୁତ ବୋଲର ମୁକେଶ କୁମାର (Mukesh Kumar) ନିଜର ଅନ୍ତର୍ଜାତୀୟ ଟେଷ୍ଟ ଡେବ୍ୟୁ କରିପାରନ୍ତି । ଏହା ବ୍ୟତୀତ ଦଳରେ ଅନ୍ୟ କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ ।

ଏହିପରି ହୋଇପାରେ ଭାରତର ପ୍ଲେଇଂ-11
ଦଳର ଶୀର୍ଷ କ୍ରମରେ କୌଣସି ପରିବର୍ତ୍ତନ ହେବାର ଆଶା ନାହିଁ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଡେବ୍ୟୁ ମ୍ୟାଚରେ ୧୭୧ ରନର ଇନିଂସ ଖେଳିଥିବା ଯଶସ୍ୱୀ ଜୌ ସୱାଲଙ୍କୁ ଓପନିଂ କରିବାକୁ ଦେଖିବାକୁ ମିଳିବ । ଏହା ବ୍ୟତୀତ ଶୁଭମନ ଗିଲ ତିନି ନମ୍ବରର ଦାୟିତ୍ୱ ନିଭାଉଥିବା ଦେଖିବାକୁ ମିଳିବ ।

ଏଥି ସହିତ, ଚତୁର୍ଥ ନମ୍ବରରେ ଆସି ବିରାଟ କୋହଲି ମିଡିଲ ଅର୍ଡର ଆରମ୍ଭ କରିବେ । ତେବେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ପଞ୍ଚମ ନମ୍ବରରେ ଖେଳୁଥିବା ନଜର ଆସିବେ । ଏହା ପରେ ଷଷ୍ଠ ନମ୍ବରରେ ଏକ ପରିବର୍ତ୍ତନ ଦେଖିବାକୁ ମିଳେ । ଏଠାରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଜାଡେଜାଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ । ଏଥି ସହିତ ଇଶାନ କିଶନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ସାତ ନମ୍ବର ଖେଳିବେ ।

ବୋଲିଂରେ କରାଯାଇପାରେ ପରିବର୍ତ୍ତନ 
ଆର ଅଶ୍ୱିନ୍ ସ୍ପିନ୍ ବିଭାଗ ସମ୍ଭାଳିବେ । ଦ୍ରୁତ ବୋଲିଂ କ୍ରମରେ ମହମ୍ମଦ ସିରାଜଙ୍କ ସହ ମୁକେଶ କୁମାର ନଜର ଆସିପାରନ୍ତି । ଏହି ମ୍ୟାଚ୍ ମାଧ୍ୟମରେ ମୁକେଶ ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିପାରିନ୍ତି । ଶେଷ ମ୍ୟାଚରେ ଖେଳିଥିବା ଜୟଦେବ ଉନାଦକତ୍ ଆଜି ବେଞ୍ଚରେ ବସିପାରନ୍ତି । ଏହି ସମୟରେ ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ଦେଖିବାକୁ ମିଳିପାରେ ।

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୌସୱାଲ, ଶୁଭମନ ଗିଲ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଅକ୍ଷର ପଟେଲ, ଇଶାନ କିଶନ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ମୁକେଶ କୁମାର / ନବଦୀପ ସାଇନି, ମହମ୍ମଦ ସିରାଜ ।

ଏହା ବି ପଢ଼ନ୍ତୁ: Jasprit Bumrah: 'ମୁଁ ଫେରୁଛି', ଏସିଆ କପ୍ ପୂର୍ବରୁ ଜସପ୍ରୀତ ବୁମ୍ରା ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ

ଏହା ବି ପଢନ୍ତୁ: India vs West Indies: ଅଶ୍ୱନିଙ୍କ ପୂର୍ବରୁ ପିତା-ପୁତ୍ରଙ୍କୁ ଆଉଟ୍ କରି ସାରିଛନ୍ତି ଏସବୁ ବୋଲର, ଜଣେ ପାକିସ୍ତାନୀ ମଧ୍ୟ ସାମିଲ, ଦେଖନ୍ତୁ ଲିଷ୍ଟ