ICC T20 Rankings ରେ ଭାରତୀୟ ଖେଳାଳୀଙ୍କ କମାଲ, ବୋଲିଂ ଓ ବ୍ୟାଟିଂ ହାସଲ କଲେ ପ୍ରଥମ ସ୍ଥାନ
Advertisement
Article Detail0/zeeodisha/odisha1997370

ICC T20 Rankings ରେ ଭାରତୀୟ ଖେଳାଳୀଙ୍କ କମାଲ, ବୋଲିଂ ଓ ବ୍ୟାଟିଂ ହାସଲ କଲେ ପ୍ରଥମ ସ୍ଥାନ

ICC T20 Rankings: ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟି-୨୦ ର଼୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଓ ବୋଲରମାନେ ନମ୍ବର-ୱାନ ସ୍ଥାନ ଅଧିକାର କରିଛନ୍ତି ।

 

ICC T20 Rankings

ICC T20 Rankings: ଦିନିକିଆ ବିଶ୍ୱକପ-୨୦୨୩ ରେ ଯଦିଓ ଭାରତୀୟ ଦଳ ହାରିଯାଇଥିଲା, କିନ୍ତୁ ଏହାପରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଟି-୨୦ ସିରିଜରେ ଭାରତ ଅଷ୍ଟ୍ରେଲିଆକୁ ୪-୧ ରେ ପରାସ୍ତ କରିଛି । ଏହି ସିରିଜରେ ବ୍ୟାଟ୍ସମ୍ୟାନ୍ ଠାରୁ ଆରମ୍ଭ କରି, ବୋଲର ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ । ବୁଧବାର ଦିନ ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟି-୨୦ ର଼୍ୟାଙ୍କିଙ୍ଗରେ ଏହାର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେଉଛି । ସୂର୍ଯ୍ୟକୁମାର ଯାଦବ ଦୀର୍ଘ ସମୟ ଧରି ନମ୍ବର-1 ବ୍ୟାଟ୍ସମ୍ୟାନ୍ ପଦବୀରେ ରହିଆସିଛନ୍ତି । ବର୍ତ୍ତମାନ ବୋଲିଂରେ ମଧ୍ୟ ଭାରତ ଶୀର୍ଷ ସ୍ଥାନ ଅଧିକାର କରିଛି ।

ମାତ୍ର ୨୧ ଟି ମ୍ୟାଚ୍ ଖେଳି ନମ୍ବର ୱାନ ବୋଲର ହେଲେ 
ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତର ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ଲେୟାର ଅଫ୍ ଦି ସିରିଜ ଭାବେ ସମ୍ମାନିତ କରାଯାଇଥିଲା । ସେ ଏହି ସିରିଜରେ ଚତ୍ମକାର ବୋଲିଂ କରିଥିଲେ । ସେ ଏଥିରୁ ଏତେ ଉପକୃତ ହୋଇଥିଲେ ଯେ ସେ ବର୍ତ୍ତମାନ ଦୁନିଆର ନମ୍ବର ୱାନ ଟି-୨୦ ବୋଲର ହୋଇପାରିଛନ୍ତି । ଏହି ସଫଳତା ମାତ୍ର ୨୩ ବର୍ଷ ବୟସରେ ବିଷ୍ଣୋଇଙ୍କ ନାମରେ ପଞ୍ଜିକୃତ ହୋଇଛି । ସେ ପଞ୍ଚମ ସ୍ଥାନରୁ ଚାରିଟି ସ୍ଥାନକୁ ଡେଇଁ ନମ୍ବର-1 ସ୍ଥାନ ଅଧିକାର କରିଛନ୍ତି ।

ରୁତୁରାଜ ଗାଇକୱାଡ କ୍ଷତି
ରସିଦ ଖାନଙ୍କୁ ପଛରେ ପକାଇ ରବି ବିଷ୍ଣୋଇ ଏହି ସଫଳତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ସିରିଜରେ ବିଷ୍ଣୋଇ ୫ଟି ମ୍ୟାଚରେ ୯ ୱିକେଟ୍ ନେଇଥିଲେ । ତାଙ୍କ ବ୍ୟତୀତ ଶ୍ରେଷ୍ଠ ୧୦ରେ ଅନ୍ୟ କୌଣସି ଭାରତୀୟ ବୋଲର ଉପସ୍ଥିତ ନାହାଁନ୍ତି । ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ସୂର୍ଯ୍ୟକୁମାର ଶୀର୍ଷରେ ଥିବାବେଳେ ଋତୁରାଜ ଗାଇକୱାଡ ଗୋଟିଏ ସ୍ଥାନ ହରାଇଛନ୍ତି । ରୁତୁରାଜ ବର୍ତ୍ତମାନ ଷଷ୍ଠରୁ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି । ଶ୍ରେଷ୍ଠ ୧୦ରେ କେବଳ ସୂର୍ଯ୍ୟ ଓ ଗାଇକୱାଡ୍ ଉପସ୍ଥିତ ଅଛନ୍ତି । ଅଲରାଉଣ୍ଡର ତାଲିକାରେ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏକମାତ୍ର ଖେଳାଳି, ଯିଏକି ୩ ନମ୍ବରରେ ରହି ଶ୍ରେଷ୍ଠ ୧୦ରେ ଉପସ୍ଥିତ ଅଛନ୍ତି ।

ରବି ବିଷ୍ଣୋଇଙ୍କ ରେକର୍ଡ 
ଫେବୃଆରୀ ୨୦୨୨ ରେ ରବି ବିଷ୍ଣୋଅ ଭାରତ ପାଇଁ ଟି-୨୦ ଡେବ୍ୟୁ କରିଥିଲେ । ସେ ଦଳରେ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନ ନେଇଥିଲେ । ସେ ୨୧ ଟି-୨୦ ଇଣ୍ଟରନ୍ୟାସନାଲରେ ୩୪ ୱିକେଟ୍ ନେଇଛନ୍ତି । ଏତେ ଛୋଟ କ୍ୟାରିଅରରେ ଓ ୨୩ ବର୍ଷ ବୟସରେ ସେ ଦୁନିଆର ନମ୍ବର-1 ବୋଲର ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ନମ୍ବର-1 ବ୍ୟାଟ୍ସମ୍ୟାନ୍ ଓ ବୋଲର ହେଉଛନ୍ତି ଭାରତୀୟ ।  ନମ୍ବର-1 ଟି-୨୦ ଦଳ ମଧ୍ୟ ଭାରତ ।