T20 world cup: ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲରେ ପାକିସ୍ତାନ
Advertisement

T20 world cup: ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲରେ ପାକିସ୍ତାନ

ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ। ଏହା ସହିତ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ। 

T20 world cup: ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲରେ ପାକିସ୍ତାନ

T20 world cup: ନୂଆଦିଲ୍ଲୀ: ଚଳିତ ବିଶ୍ୱକପର (T20 World Cup) ପ୍ରଥମ ସେମିଫାଇନାଲରେ (First Semifinal) ପାକିସ୍ତାନ (Pakistan) ଓ ନ୍ୟୁଜିଲାଣ୍ଡ (New Zealand) ମଧ୍ୟରେ ସିଡନୀ ଗ୍ରାଉଣ୍ଡରେ (Sydney Cricket Ground) ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁ଼ଜିଲାଣ୍ଡକୁ (New Zealand) ୭ ଓ୍ୱିକେଟରେ ହରାଇଛି ପାକିସ୍ତାନ (Pakistan)। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ (New Zealand) ୧୫୨ ରନ କରିଥିବାବେଳେ ଏହି ବିଜୟ ଲକ୍ଷ୍ୟକୁ ୫ ବଲ ଥାଇ ସହଜରେ ହାସଲ କରିନେଇଛି ପାକିସ୍ତାନ (Paksitan)। ଏହା ସହିତ ଫାଇନାଲ ମ୍ୟାଚରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି। ସେପଟେ ଟିମ ଇଣ୍ଡିଆ (Team India) ପୁଣି ଥରେ ଟାଇଟଲ ହାସଲ କରିବା ନେଇ ସମ୍ଭାବନା ସୃଷ୍ଚି ହୋଇଛି। ୨୦୦୭ ମସିହାରେ ଟି୨୦ ବିଶ୍ୱକପରେ ମଧ୍ୟ ଫାଇନାଲ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଛି। ସେତେବେଳେ ଟିମ ଇଣ୍ଡିଆ (Team India) ବିଜୟ ହାସଲ କରିନେଇଥିଲା। ଆସନ୍ତା କାଲି ଇଂଲଣ୍ଡ (England) ଓ ଭାରତ (India) ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ (Second Semifinal) ମ୍ୟାଚ ଖେଳିବାକୁ ଯାଉଛି। 

ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନର ଶାଣିତ ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖନ ହୋଇଥିଲା। ନ୍ୟୁଜିଲାଣ୍ଡକୁ ଚାରି ଓ୍ୱିକେଟ ବିନିମୟରେ ୧୫୨ରନରେ ଅଟକାଇବାରେ ସମର୍ଥ ହୋଇଥିବା ପାକିସ୍ତାନ। ନ୍ୟୁଜିଲାଣ୍ଡ ପାଇଁ ଡେରିଲ ମିସେଲ ୩୫ ବଲ ଖେଳି ୫୩ ଓ ଅଧିନାୟକ କେନେ ଓ୍ୱିଲିୟମସନ ୪୨ ବଲରେ ୪୬ ରନ କରିଥିଲେ। ଉଭୟଙ୍କ ଭାଗିଦାରୀରେ ୧୫୦ରନ ସ୍କୋର ଦଳୀୟ ସ୍କୋର ପାର କରିଥିଲା। ତେବେ ଗ୍ରୁପ ପ୍ରଦର୍ଶନରେ ଭାଗ୍ୟ ବଳରେ ସେମିରେ ପ୍ରବେଶ କରିଥିବା ପାକିସ୍ତାନର ପ୍ରଦର୍ଶନ ଆଜି ବେଶ ରକ୍ଷଣଶୀଳ ରହିଥିଲା। ଦଳ ବୋଲର ମାନେ ବେଶ ଶାଣିତ ବୋଲିଂ କରିଥିଲେ। ଫିଲ୍ଡିଂ ବିଭାଗ ମଧ୍ୟ ବେଶ କଡ଼ାକଡ଼ି ରହିଥିଲା। 

ସେପଟେ ପାକିସ୍ତାନ ଦଳ ପକ୍ଷରୁ ବାବର ଆଜମ ଓ ମହମ୍ମଦ ରିଜଓ୍ୱାନ ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳୀୟ ସ୍କୋର ୧୦୦ ପାର କରିଥିଲା। ବାବର ଆଜମ ଦଳ ପାଇଁ ୪୨ ବଲ ଖେଳି ୫୩ ରନ କରିଥିବା ବେଳେ ରିଜଓ୍ୱାନ ୪୩ ବଲ ଖେଳି ୫୭ ରନ କରିଥିଲେ। ସେହିପରି ୨୬ ରନ କରି ହାରିସ ୩୦ ରନ କରି ଆଉଟ କରିଥିଲେ। ଦୁଇ ଓପନର ଦଳକୁ ସହଜ ବିଜୟ ଦେଇଥିଲେ। ନ୍ୟୁଜିଲାଣ୍ଡକୁ ଟ୍ରେଣ୍ଟ ବୋଲ୍ଟ ଦୁଇଟି ଓ୍ୱିକେଟ ହାତେଇ ଥିବା ବେଳେ ଷ୍ଟାନର ଗୋଟିଏ ଓ୍ୱିକେଟ ହାତେଇଥିଲେ। 

ସୂଚନାଯୋଗ୍ୟ ଆସନ୍ତା କାଲି ନଭେମ୍ବର ୧୦ ତାରିଖରେ ଚଳିତ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଆଡ଼ିଲେଡ଼ରେ ଖେଳାଯିବ। ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ବିଜୟୀ ଦଳ ପାକିସ୍ତାନକୁ ଫାଇନାଲରେ ଭେଟିବ।  ତେବେ ଏଠାରେ କହି ରଖୁ ପାକିସ୍ତାନ, ଇଂଲଣ୍ଡ ଓ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ବିଶ୍ୱକପ ବିଜେତା ରହି ସାରିଛନ୍ତି।