IPL କୁ ନେଇ ପ୍ରଶ୍ନରେ ଉପରେ ଅସହଜ ହୋଇପଡିଲେ ବାବର; ମ୍ୟାନେଜର କଲେ ହସ୍ତକ୍ଷେପ, ଦେଖନ୍ତୁ Video
Advertisement

IPL କୁ ନେଇ ପ୍ରଶ୍ନରେ ଉପରେ ଅସହଜ ହୋଇପଡିଲେ ବାବର; ମ୍ୟାନେଜର କଲେ ହସ୍ତକ୍ଷେପ, ଦେଖନ୍ତୁ Video

T20 World Cup 2022: ଆଇସିସି ଟି-୨୦ ବିଶ୍ୱକପ 2022 ର ଅନ୍ତିମ ମ୍ୟାଚ ୧୩ ନଭେମ୍ବରରେ ଅର୍ଥାତ ରବିବାର ଦିନ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିବା ବାବର ଆଜାମ ଏକ ପ୍ରଶ୍ନ ଉପରେ ଅସହଜ ହୋଇ ପଡିଥିଲେ ।

ସୌ: ସୋସିଆଲ ମିଡିଆ

T20 World Cup 2022 Final PAK vs ENG: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ର (ICC T20 World Cup 2022) ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତ ୧୦ ୱିକେଟ ପରାଜୟର ସମ୍ମୁଖୀନ ହୋଇଥିଲା । ଏହି ପରାଜୟ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (Indian Premier League) ସମାଲୋଚକଙ୍କ ଟାର୍ଗେଟରେ ରହିଛି । ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ର ଅନ୍ତିମ ମ୍ୟାଚ୍ ୧୩ ନଭେମ୍ବରରେ ପାକିସ୍ତାନ ଓ ଇଂଲଣ୍ଡ (Pakistan vs England) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଯେତେବେଳେ ସାମ୍ବାଦିକ ସମ୍ମିଳନୀରେ (Press conference) ଗଣମାଧ୍ୟମର ଉତ୍ତର ଦେବାକୁ ପାକିସ୍ତାନ ଅଧିନାୟକ ବାବର ଆଜାମ (Babar Azam) ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଆଇପିଏଲ (IPL) ସହ ଜଡିତ ଏକ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା । ଏହି ପ୍ରଶ୍ନ ଉପରେ ବାବର ଟିକେ ଅସହଜ ମନେ ହେଉଥିଲେ, ଯାହା ପରେ ମିଡିଆ ମ୍ୟାନେଜରଙ୍କୁ ହସ୍ତକ୍ଷେପ କରି ପରିସ୍ଥିତିକୁ ସମ୍ଭାଳିବାକୁ ପଡିଥିଲା ।

ମିଡିଆ ମ୍ୟାନେଜର ସେହି ସାମ୍ବାଦିକଙ୍କୁ ମଝିରେ ଅଟକାଇ କହିଥିଲେ ଯେ ଏଠାରେ ଟି-୨୦ ବିଶ୍ୱକପ ୨୦୨୨ ର ଫାଇନାଲ ବିଷୟରେ ପ୍ରଶ୍ନ ପଚରାଯାଉଛି । ଜଣେ ସାମ୍ବାଦିକ ପଚାରିଥିଲେ, 'ଯଦି ଆମେ ଆଇପିଏଲରେ ଖେଳିବାର ଲାଭ ବିଷୟରେ କଥାବାର୍ତ୍ତା କରୁ, ତେବେ ଆପଣ ଭାବୁଥିବେ ଯେ ଏଥିରେ କିମ୍ବା ଆପଣଙ୍କ ଦଳ ଏଥିରେ ଖେଳିବା ଦ୍ୱାରା ଲାଭ ପାଇପାରିବେ? ଭବିଷ୍ୟତରେ ଆଇପିଏଲରେ ଖେଳିବାର ଆପଣଙ୍କର କୌଣସି ଆଶା ଅଛି କି?

ବାବର ଏହି ପ୍ରଶ୍ନରେ ଅତ୍ୟନ୍ତ ଖୁସି ନଥିଲେ, ଯାହା ପରେ ମିଡିଆ ମ୍ୟାନେଜର ସାମ୍ବାଦିକଙ୍କୁ ବୁଝାଇଥିଲେ । ଏହି ପ୍ରଶ୍ନର ତୁରନ୍ତ ପରେ ବାବର ମିଡିଆ ମ୍ୟାନେଜରଙ୍କୁ ଦେଖିଲେ ଓ ମିଡିଆ ମ୍ୟାନେଜର ଏହି ମାମଲାରେ ନିଜ ତରଫରୁ ହସ୍ତକ୍ଷେପ କରିଥିଲେ । ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନୀ ଖେଳାଳିଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବାକୁ ଅନୁମତି ନାହିଁ ।

ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମ ବହୁତ ଉତ୍ସାହିତ ଅଛନ୍ତି । ବାବର ଆଜମ କହିଛନ୍ତି ଯେ, ଏହି ହାଇ ଭୋଲଟେଜ୍ ମ୍ୟାଚକୁ ନେଇ ତାଙ୍କ ଉପରେ କୌଣସି ଚାପ ନାହିଁ । ରବିବାର ଅର୍ଥାତ ନଭେମ୍ବର ୧୩ରେ ଟି-୨୦ ବିଶ୍ୱକପ ୨୦୨୨ର ଟାଇଟଲ ମ୍ୟାଚ୍‌ରେ ପାକିସ୍ତାନ ଓ ଇଂଲଣ୍ଡ ଦଳ ମୁହାଁମୁହିଁ ହେବେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଫାଇନାଲ୍ ମ୍ୟାଚ୍ ଖେଳା ଯିବ । ପାକିସ୍ତାନ ଓ ଇଂଲଣ୍ଡ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରାଯାଉଛି । ଏଥିପାଇଁ ଉଭୟ ଦେଶର ଫ୍ୟାନ୍ସ ମାନେ ମଧ୍ୟ ଉତ୍ସୁକତାର ସହ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି ।

ଏହା ବି ପଢ଼ନ୍ତୁ: BCCI: ଟିମ୍ ଇଣ୍ଡିଆରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ, ଏହି ଭେଟେରାନ୍ ଖେଳାଳିଙ୍କ କ୍ୟାରିୟରରେ ପଡିବ ପୂର୍ଣ୍ଣଚ୍ଛେଦ!

ଏହା ବି ପଢ଼ନ୍ତୁ: T20 World Cup: ଟିମ୍ ଇଣ୍ଡିଆର ପରାଜୟକୁ ନେଇ BCCI ର ମଜାକ ଉଡ଼ାଇଲେ PCB ଚେୟାରମ୍ୟାନ ରମିଜ ରାଜା