IND vs PAK: ୧୨ ରନ୍ ସ୍କୋର କରିବା ପରେ କୋହଲିଙ୍କ ନାମରେ ଯୋଡିଯିବ ଏକ ବଡ ରେକର୍ଡ, ରବିବାର ଦିନ ହେବ ଧମାଲ
Advertisement
Article Detail0/zeeodisha/odisha2284755

IND vs PAK: ୧୨ ରନ୍ ସ୍କୋର କରିବା ପରେ କୋହଲିଙ୍କ ନାମରେ ଯୋଡିଯିବ ଏକ ବଡ ରେକର୍ଡ, ରବିବାର ଦିନ ହେବ ଧମାଲ

IND vs PAK: ଟି-୨୦ ବିଶ୍ୱକପ ୨୦୨୪ ସମୟରେ ଭାରତ ବନାମ ପାକିସ୍ତାନ ଟି-୨୦ ମ୍ୟାଚରେ ୫୦୦ ରନ୍ ପୂରଣ କରିବାକୁ ବିରାଟ କୋହଲିଙ୍କୁ ୧୨ ରନ୍ ଆବଶ୍ୟକ। ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୪୮୮ ରନ୍ ସ୍କୋର କରି ସାରିଛନ୍ତି।

 

Virat Kohli Record

IND vs PAK: ରବିବାର ଦିନ (୯ ଜୁନ୍) ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ (India and Pakistan) ମଧ୍ୟରେ ଏକ ହାଇ ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ, କାରଣ ବାବର ଆଜମଙ୍କ (Babar Azam) ନେତୃତ୍ୱରେ ଦଳ ନିଜର ଶେଷ ମ୍ୟାଚରେ ଆମେରିକା ଠାରୁ ହାରି ଯାଇଛି ଏବଂ ଯଦି ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ରହିବାକୁ ଚାହୁଁଛି ତେବେ ଭାରତକୁ ଯେକୌଣସି ମୂଲ୍ୟରେ ପରାସ୍ତ କରିବାକୁ ପଡ଼ିବ। ଏହି ମ୍ୟାଚରେ ସମସ୍ତଙ୍କ ନଜର ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat Kohli) ଉପରେ ମଧ୍ୟ ରହିବ, ଯିଏକି ପାକିସ୍ତାନ ବିପକ୍ଷ ଶେଷ ଟି-୨୦ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିଲେ। ଏହି ମ୍ୟାଚରେ ବିରାଟ କୋହଲିଙ୍କ ପାଖରେ ପାକିସ୍ତାନ ବିପକ୍ଷ ଏକ ବଡ଼ ସଫଳତା ହାସଲ କରିବାର ମଧ୍ୟ ସୁଯୋଗ ରହିଛି।

ଖେଳର ସବୁଠାରୁ ଛୋଟ ଫର୍ମାଟରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲିଙ୍କର ବହୁତ ଭଲ ରେକର୍ଡ ରହିଛି। ଟି-୨୦ ଫର୍ମାଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ କୋହଲି ଅଗ୍ରଣୀ ରନ୍ ସ୍କୋରର ଅଟନ୍ତି। ସେ ହାରାହାରି ୮୧.୩୩ ରେ ପାଞ୍ଚଟି ଅର୍ଦ୍ଧଶତକ ସହ ୪୮୮ ରନ୍ କରିଛନ୍ତି। ଏଥିମଧ୍ୟରୁ କୋହଲି କେବଳ ଟି-୨୦ ବିଶ୍ୱକପ ସମୟରେ ୩୦୮ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ଚାରିିଟି ଶତକ ମଧ୍ୟ ଲଗାଇଛନ୍ତି।

ବିରାଟ କୋହଲି ଯଦି ରବିବାର ମ୍ୟାଚରେ ୧୨ ରନ୍ ସ୍କୋର କରନ୍ତି, ତେବେ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଯିବେ, ଯିଏ ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ବନାମ ପାକିସ୍ତାନ ମ୍ୟାଚରେ ଭାରତ କିମ୍ବା ପାକିସ୍ତାନ ପାଇଁ ୫୦୦ ରନ୍ ସ୍କୋର କରିବେ। କୋହଲିଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ୨୦୦ ମାର୍କରେ ମଧ୍ୟ ପହଞ୍ଚି ପାରି ନାହାଁନ୍ତି। କୋହଲି ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର୍। ତେବେ ଟି-୨୦ ବିଶ୍ୱକପ ୨୦୨୪ ରେ ତାଙ୍କର ଆରମ୍ଭ ଆଶା ଅନୁଯାଇ ହୋଇନାହିଁ। ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ସେ ମାତ୍ର ଗୋଟିଏ ରନ୍ ସ୍କୋର କରିପାରିଥିଲେ। ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୮ ୱିକେଟରେ ବିଜୟୀ ହୋଇଥିଲା।

ଭାରତ ବନାମ ପାକିସ୍ତାନ ଟି-୨୦ ମ୍ୟାଚରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳିଙ୍କ ତାଲିକା 
ବିରାଟ କୋହଲି- ୪୮୮ ରନ୍
ମହମ୍ମଦ ରିଜୱାନ୍- ୧୯୭ ରନ୍
ଶୋଏବ ମଲିକ- ୧୬୯ ରନ୍ 
ମହମ୍ମଦ ହାଫିଜ- ୧୫୬ ରନ୍
ଯୁବରାଜ ସିଂ- ୧୫୫ ରନ୍
ଗୌତମ ଗମ୍ଭୀର- ୧୩୯ ରନ୍
ରୋହିତ ଶର୍ମା- ୧୧୪ ରନ୍