T20 World Cup 2022 Final: ଫାଇନାଲରେ ପାକିସ୍ତାନର ପରାଜୟ ପରେ ବି ସ୍ୱପ୍ନ ଦେଖୁଛନ୍ତି ଶୋଏବ ଅଖତର, କହିଲେ-ଏବେ ଭାରତରେ ବିଶ୍ୱକପ...
Advertisement

T20 World Cup 2022 Final: ଫାଇନାଲରେ ପାକିସ୍ତାନର ପରାଜୟ ପରେ ବି ସ୍ୱପ୍ନ ଦେଖୁଛନ୍ତି ଶୋଏବ ଅଖତର, କହିଲେ-ଏବେ ଭାରତରେ ବିଶ୍ୱକପ...

Shoaib Akhtar On T20 World Cup 2022 Final: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏଭଳି ବୟାନ ଦେଇଛନ୍ତି, ଯାହା ଶୁଣି ଆପଣ ଚକିତ ହୋଇଯିବେ । ଚଳିତ ଥର ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳର ଆରମ୍ଭ ପାଇଁ ଭଲ ନ ଥିଲା । ପ୍ରାରମ୍ଭିକ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । 

 T20 World Cup 2022 Final: ଫାଇନାଲରେ ପାକିସ୍ତାନର ପରାଜୟ ପରେ ବି ସ୍ୱପ୍ନ ଦେଖୁଛନ୍ତି ଶୋଏବ ଅଖତର, କହିଲେ-ଏବେ ଭାରତରେ ବିଶ୍ୱକପ...

Shoaib Akhtar On T20 World Cup 2022 Final: ଆଇସିସି ଟି-20 ବିଶ୍ୱକପ ୨୦୨୨ର ଫାଇନାଲ (ICC T20 World Cup 2022 Final) ମ୍ୟାଚରେ ଇଂଲଣ୍ଡ (England Team) ପାକିସ୍ତାନ (Pakistan Team) କୁ ମାତ୍ ଦେଇ ଟାଇଟଲ ଜିତିଛି । ଏହି ଟୁର୍ଣ୍ଣାମେଣ୍ଟର ମହାମୁକାବିଲା (England vs Pakistan) ରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ (Pakistan vs England) ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ପାକିସ୍ତାନ ଦଳର ଏହି ପରାଜୟ ପରେ ଅନେକ ଦିଗଜ୍ଜଙ୍କ ବୟାନ ସାମ୍ନାକୁ ଆସୁଛି । ଏହି ସମୟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ଏଭଳି ବୟାନ ଦେଇଛନ୍ତି, ଯାହା ଶୁଣି ଆପଣ ଚକିତ ହୋଇଯିବେ । ଚଳିତ ଥର ଟି-20 ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳର ଆରମ୍ଭ ପାଇଁ ଭଲ ନ ଥିଲା । ପ୍ରାରମ୍ଭିକ ମ୍ୟାଚ (India vs Pakistan) ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଯାହା ପରେ ଦଳକୁ ସମାଲୋଚନାର ଶିକାର ହେବାକୁ ପଡୁଥିଲା । କିନ୍ତୁ ଦଳ ଫାଇନାଲକୁ ଯିବାରେ ସଫଳ ହୋଇଥିଲା ।

 ଏହି ପରାଜୟ ପରେ ଶୋଏବ ଅଖତର (Shoaib Akhtar) ମଧ୍ୟ ନିରାଶ ଦେଖାଯାଇଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ପରାଜୟ ସମ୍ପର୍କରେ ସେ ନିଜର ମତ ରଖିଛନ୍ତି । ଶୋଏବ ଅଖତର ମନେ କରନ୍ତି ଯେ, ଯଦିଓ ପାକିସ୍ତାନ ଏହି ବିଶ୍ୱକପ ହାରିଛି, କିନ୍ତୁ ଭାରତରେ ବିଶ୍ୱକପ ଜିତିବ । ଆପଣଙ୍କୁ କହି ରଖୁଛୁ ଯେ, ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ (ODI) ବିଶ୍ୱକପ (ODI World Cup  2023) ବିଷୟରେ ସେ ଏହା କହିଛନ୍ତି । ଶୋଏବ ଅଖତର ତାଙ୍କ ଟ୍ୱିଟରରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି ଯେ, "ଆପଣମାନେ ଚମତ୍କାର କାର୍ଯ୍ୟ କରିଛନ୍ତି । ଆପଣମାନେ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ନିକଟତର ଥିଲେ, କିନ୍ତୁ ତଥାପି ଫାଇନାଲ ଖେଳିଛନ୍ତି । ପାକିସ୍ତାନର ବୋଲିଂ ୟୁନିଟ୍ ସାରା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଛି । ପାକିସ୍ତାନ ଭଲ ଖେଳିଛି ​ଓ ସେଠାରେ ରହିବାକୁ ଯୋଗ୍ୟ ଥିଲା । ଶାହିନଙ୍କ ଆଘାତ ଟର୍ଣ୍ଣିଂ ପଏଣ୍ଟ ଥିଲା, କିନ୍ତୁ ଏହା ଠିକ ଅଛି । ବର୍ତ୍ତମାନ ଏଠାରୁ ଆମକୁ ନିଜକୁ ତଳେ ଖସିବାକୁ ଦେବାର ନାହିଁ ।"

ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ଏହି ଭିଡିଓରେ ଆଗକୁ କହିଛନ୍ତି ଯେ, "ଯେପରି ବେନ ଷ୍ଟୋକ୍ସ ଟି-20 ବିଶ୍ୱକପ ୨୦୧୬ରେ ଛକା ଖାଇଥିଲେ ଓ ତାଙ୍କ ଯୋଗୁଁ ଇଂଲଣ୍ଡ ମ୍ୟାଚ୍ ହାରିଥିଲା । ଆଜି ସେ ବିଶ୍ୱକପ ଜିତି ଏଥିରୁ ମୁକ୍ତି ପାଇଛନ୍ତି । ପାକିସ୍ତାନ ମୁଁ ତୁମ ସହିତ ଛିଡା ହୋଇଛି । ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୁଁ ମଧ୍ୟ ନିରାଶ ଓ ଆଘାତ ପାଇଛି କିନ୍ତୁ  ଠିକ୍ ଅଛି । ଆମେ ଆପଣଙ୍କ ସହିତ ଛିଡା ଅଛୁ । ଆରାମ କରନ୍ତୁ ଆମେ ବର୍ତ୍ତମାନ ଭାରତରେ ବିଶ୍ୱକପ୍ ଜିତିବୁ ।"

ଅଧିକ ପଢ଼ନ୍ତୁ:-ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ରଚିଲା ଇତିହାସ, ବିଶ୍ୱ କ୍ରିକେଟରେ ଏପରି କରିଥିବା ପ୍ରଥମ ଦଳ

ଅଧିକ ପଢ଼ନ୍ତୁ:-ପତିଙ୍କୁ ଉଲଗ୍ନ କରି ତାଙ୍କ ଆଗରେ ପତ୍ନୀଙ୍କୁ କଲେ ଗଣଦୁଷ୍କର୍ମ, ପରେ ପ୍ରାଇଭେଟ୍ ପାର୍ଟରେ...

ଅଧିକ ପଢ଼ନ୍ତୁ:-ଫାଇନାଲରେ ହାରିବା ପରେ ବାବର ଆଜମ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

ସୂଚନାଯୋଗ୍ୟ, ଟି-20 ବିଶ୍ୱକପ ୨୦୦୨ର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଇଂଲଣ୍ଡ ଦଳକୁ ଜିତିବା ପାଇଁ ୧୩୮ ରନର ଲକ୍ଷ୍ୟ ଦେଇଥିଲା । ଯାହାର ଜବାବରେ ଇଂଲଣ୍ଡ ଦଳ ୫ ୱିକେଟ୍ ହରାଇ ସହଜରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଏହି ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ୍ ପାକିସ୍ତାନ ପାଇଁ ବଡ଼ ଇନିଂସ ଖେଳି ପାରିନଥିଲେ । ଇଂଲଣ୍ଡ ପାଇଁ ବେନ୍ ଷ୍ଟୋକ୍ସ ୫୨ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଅଧିନାୟକ ଜୋସ୍ ବଟଲର୍ ୨୬ ରନ୍ କରିଥିଲେ । ବୋଲିଂରେ ସାମ କରନ ଚମତ୍କାର ବୋଲିଂ କରି ୩ ୱିକେଟ୍ ନେଇଥିଲେ । ସାମଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଓ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ପ୍ରଦାନ କରାଯାଇଛି ।