T20 World Cup 2022: ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'
Advertisement

T20 World Cup 2022: ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'

T20 World Cup 2022: ଏଠାରେ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

T20 World Cup 2022: ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'

Shane Watson On Hardik Pandya: ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ତେବେ ଭାରତୀୟ ଦଳ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତ ଓ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍ ୱାଟସନ ଏକ ବଡ଼ ବୟାନ ଦେଇଛନ୍ତି । ବାସ୍ତବରେ ଶେନ୍ ୱାଟସନ କହିଛନ୍ତି ଯେ, ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର୍ ଫର୍ମରେ ଚାଲିଛନ୍ତି । 

ୱାଟସନ ଆହୁରି ମଧ୍ୟ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମକୁ ଦ୍ୱିତୀୟ ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ଉଲ୍ଲେଖନୀୟ କଥା ହେଉଛି, ୨୦୦୭ ମସିହାରେ ପ୍ରଥମ ଟି-20 ବିଶ୍ୱକପ୍ ଖେଳା ଯାଇଥିଲା । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୦୭ ଜିତିଥିଲା । ବର୍ତ୍ତମାନ ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପର ଅଷ୍ଟମ ସଂସ୍କରଣ ଖେଳାଯାଉଛି । ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ସମେତ ୬ଟି ଦଳ ଟି-20 ବିଶ୍ୱକପ ଜିତିଛନ୍ତି । 

ଶେନ୍ ୱାଟସନଙ୍କ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଦକ୍ଷ କ୍ରିକେଟର । ବିଶେଷକରି, ଯେତେବେଳେ ସେ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ବୋଲିଂ କରନ୍ତି, ଏହା ଦେଖିବା ଏକ ବଡ଼ ଚମତ୍କାର ଅନୁଭୂତି । ୱିକେଟ୍ ନେବା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ରନ୍ ରୋକିବାର ଉତ୍ତମ ଦକ୍ଷତା ରହିଛି । ଶେନ୍ ୱାଟସନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଭଲ ଫର୍ମରେ ଅଛନ୍ତି । ସେ ଜଣେ ମହାନ୍ ଫିନିସର୍ ତଥା ଜଣେ ଚମତ୍କାର ପାୱାର୍ ହିଟର୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସମସ୍ତ ଦକ୍ଷତା ଅଛି ଯାହା ଜଣେ ଭଲ ବ୍ୟାଟ୍ସମ୍ୟାନଙ୍କ ପାଖରେ ରହିବା ଉଚିତ୍ । ଆଇପିଏଲ ୨୦୨୨ରେ ଆମେ ଦେଖିଥିଲୁ ହାର୍ଦ୍ଦିକ ପାଣ୍ଡ୍ୟା କଣ କରିପାରନ୍ତି । ସେ ନିଜ ଦମରେ ଏକାକୀ ଭାରତୀୟ ଦଳକୁ ଟି-20 ବିଶ୍ୱକପ ୨୦୨୨ ଜିତାଇ ପାରିବେ । ଏହି ଖେଳାଳି ବାସ୍ତବରେ ଏକ ମ୍ୟାଚ୍ ୱିନର ।

ଅଧିକ ପଢ଼ନ୍ତୁ:-ହ୍ୱାଟସଆପରେ 'Good Morning' ମେସେଜ ପଠାଉଥିବା ଲୋକମାନେ ହୋଇଯାଆନ୍ତୁ ସାବଧାନ! ସବୁଦିନ ପାଇଁ ବନ୍ଦ ହୋଇଯିବ ଆକାଉଣ୍ଟ

ଅଧିକ ପଢ଼ନ୍ତୁ:-ରୋଜର ବିନ୍ନି ଦାଦାଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ ଓ ଗ୍ରାଚ୍ୟୁଇଟି!

 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।