T20 World Cup 2022: ଭାରତ ବନାମ ପାକିସ୍ତାନ ହେବ ବିଶ୍ୱକପ ଫାଇନାଲ! ଜାଣନ୍ତୁ ପୂରା ସମୀକରଣ
Advertisement

T20 World Cup 2022: ଭାରତ ବନାମ ପାକିସ୍ତାନ ହେବ ବିଶ୍ୱକପ ଫାଇନାଲ! ଜାଣନ୍ତୁ ପୂରା ସମୀକରଣ

T20 World Cup 2022: ପାକିସ୍ତାନ ଯେପରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା, ପଏଣ୍ଟ ଟେବୁଲରେ ଏକ ଧରଣର ପରିବର୍ତ୍ତନ ଦେଖାଦେଇଛି । ତେବେ ପାକିସ୍ତାନର ବିଜୟରୁ ଟିମ୍ ଇଣ୍ଡିଆକୁ ଏକ ଜବରଦସ୍ତ ଫାଇଦା ମିଳିଛି । ବର୍ତ୍ତମାନ ସମୀକରଣ ଏପରି ହେବାରେ ଲାଗିଛି ଯେ ଟି-20 ବିଶ୍ୱକପ ୨୦୨୨ର ଅନ୍ତିମ ମ୍ୟାଚ୍ ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇପାରେ ।

T20 World Cup 2022: ଭାରତ ବନାମ ପାକିସ୍ତାନ ହେବ ବିଶ୍ୱକପ ଫାଇନାଲ! ଜାଣନ୍ତୁ ପୂରା ସମୀକରଣ

T20 World Cup 2022 Final India vs Pakistan: ଚଳିତ T20 ବିଶ୍ୱକପ୍ ୨୦୨୨ରେ ଅନେକ ଅଲଟପାଲଟ ଦେଖିବାକୁ ମିଳିଛି । ଏହାସହ ଅନେକ ରୋମାଞ୍ଚକର ମୁକାବିଲା ମଧ୍ୟ ଦେଖିବାକୁ ମିଳିଛି । ଚଳିତ ଟି-20 ବିଶ୍ୱକପରେ ସସପେନ୍ସ ଓ ରୋମାଞ୍ଚକର ସୁପର-୧୨ ରାଉଣ୍ଡ ଦେଖିବାକୁ ମିଳୁଛି । ପ୍ରତ୍ୟେକ ମ୍ୟାଚ୍ ପରେ ସମୀକରଣ ବିଗିଡ଼ିବାରେ ଲାଗିଛି ଓ ନୂଆ ଭାବେ ଗଣିତ କରିବାକୁ ପଡ଼ୁଛି । ପାକିସ୍ତାନ ଯେପରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା, ପଏଣ୍ଟ ଟେବୁଲରେ ଏକ ଧରଣର ପରିବର୍ତ୍ତନ ଦେଖାଦେଇଛି । ତେବେ ପାକିସ୍ତାନର ବିଜୟରୁ ଟିମ୍ ଇଣ୍ଡିଆକୁ ଏକ ଜବରଦସ୍ତ ଫାଇଦା ମିଳିଛି । ବର୍ତ୍ତମାନ ସମୀକରଣ ଏପରି ହେବାରେ ଲାଗିଛି ଯେ ଟି-20 ବିଶ୍ୱକପ ୨୦୨୨ର ଅନ୍ତିମ ମ୍ୟାଚ୍ ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇପାରେ । ଏସବୁ କିପରି ସମ୍ଭବ ତାହା ଆସନ୍ତୁ ବୁଝିବା...

ଚତୁର୍ଥ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ପାକିସ୍ତାନ ୩୩ ରନରେ ଜିତିଛି । ଏହା ସହ ପାକିସ୍ତାନୀ ଦଳର ବର୍ତ୍ତମାନ ୪ ପଏଣ୍ଟ ରହିଛି ଓ ବାଂଲାଦେଶ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ଏବେ ବୁଝନ୍ତୁ ପାକିସ୍ତାନର ବିଜୟରୁ ଟିମ୍ ଇଣ୍ଡିଆ କିପରି ଲାଭବାନ ହୋଇଛି । ବାସ୍ତବରେ ଯଦି ଆପଣ ବିଶ୍ୱକପର ପଏଣ୍ଟ ଟେବୁଲକୁ ଦେଖନ୍ତି ତେବେ ଏହା ଜଣାପଡ଼ିବ ଯେ ଭାରତ ପାଖରେ ୬ ପଏଣ୍ଟ ଓ ଦକ୍ଷିଣ ଆଫ୍ରିକା ପାଖରେ ୫ ପଏଣ୍ଟ ରହିଛି । ଯଦି ଦକ୍ଷିଣ ଆଫ୍ରିକା ଦଳ ଆଜିର ମ୍ୟାଚ୍ ଜିତିଥାନ୍ତା ତେବେ ସେ ୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିଥାନ୍ତା, ଯେତେବେଳେ କି ଭାରତୀୟ ଦଳ ଦୁଇ ନମ୍ବରକୁ ଖସି ଆସିଥାନ୍ତା । କିନ୍ତୁ ତାହା ହୋଇ ନଥିଲା । 

ଭାରତୀୟ ଦଳକୁ ବର୍ତ୍ତମାନ ଜିମ୍ବାୱେ ବିପକ୍ଷରେ ଏକ ମ୍ୟାଚ୍ ଖେଳିବାର ଅଛି । ଯଦି ଭାରତ ଜିମ୍ବାୱେକୁ ପରାସ୍ତ କରେ ତେବେ ଦଳର ୮ ପଏଣ୍ଟ ହୋଇଯିବ ଓ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯିବ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବାର ଅଛି, ଯଦି ନେଦରଲ୍ୟାଣ୍ଡ ଏହି ମ୍ୟାଚ୍ ଜିତେ ତେବେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୫ ପଏଣ୍ଟରେ ହିଁ ସନ୍ତୁଷ୍ଟ ରହିବାକୁ ପଡ଼ିବ । ଅନ୍ୟପକ୍ଷରେ ଯଦି ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରେ ତେବେ ବାବର ଆଜମଙ୍କ ଦଳର ୬ ପଏଣ୍ଟ ହୋଇଯିବ । ଅର୍ଥାତ୍ ଗ୍ରୁପ୍ ୨ରୁ ଭାରତ ଓ ପାକିସ୍ତାନର ଦଳ ସେମିଫାଇନାଲରେ ପ୍ରବେଶ କରିବେ । 

ଉଲ୍ଲେଖଥାଉ କି, ଦକ୍ଷିଣ ଆଫ୍ରିକାର ଦଳ କିପରି ନେଦରଲ୍ୟାଣ୍ଡକୁ ହରାଇବ ବୋଲି କୁହାଯାଇପାରେ । କିନ୍ତୁ ଭୁଲନ୍ତୁ ନାହିଁ ଯେ ଏହି ବିଶ୍ୱକପରେ ଆମେ ଅନେକ ବଡ ଉତ୍ଥାନ-ପତନ ଦେଖିଛୁ, ଯାହାକୁ କେହି ଭାବିନଥିଲେ । ଆୟର୍ଲାଣ୍ଡ ଦଳ ଇଂଲଣ୍ଡକୁ ପରାସ୍ତ କରିଛି । ଦୁଇଥର ଟି-20 ବିଶ୍ୱ ଚାମ୍ପିଅନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦଳ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବାହାର ହୋଇଯାଇଛି । 

ବର୍ତ୍ତମାନ ଗ୍ରୁପ ୨ ଉପରେ ମଧ୍ୟ ଆଲୋଚନା କରିନେବା । ଏହି ଗ୍ରୁପରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ଦଳ ନମ୍ବର ୧, ଆୟୋଜକ ଅଷ୍ଟ୍ରେଲିଆ ଦ୍ୱିତୀୟ ନମ୍ବରରେ ଏବଂ ତୃତୀୟ ସ୍ଥାନରେ ଇଂଲଣ୍ଡ ରହିଛି । ଏହି ତିନୋଟି ଦଳର ସମାନ ସଂଖ୍ୟା ୭ ପଏଣ୍ଟ ହେବାର ସମ୍ଭାବନା ରହିଛି । କାରଣ ଇଂଲଣ୍ଡର ଗୋଟିଏ ମ୍ୟାଚ୍ ବାକି ଅଛି । ଆଉ ଏହି ମ୍ୟାଚ୍ ଶ୍ରୀଲଙ୍କା ସହ ହେବାର ଅଛି । ଶ୍ରୀଲଙ୍କା ଦଳ ଦୁର୍ବଳ ବୋଲି ମନେ କରାଯାଉଛି । ଫଳରେ ଇଂଲଣ୍ଡ ମଧ୍ୟ ଶ୍ରୀଲଙ୍କାକୁ ପରାସ୍ତ କରିବାର ସମ୍ଭାବନା ରହିଛି । ଏହା ପରେ ଏହି ତିନୋଟି ଦଳ ପାଖରେ ୭ ପଏଣ୍ଟ ହୋଇଯିବ । ଅର୍ଥାତ ଯେଉଁ ଦଳର ନେଟ୍ ରନ୍ ରେଟ୍ ଅଧିକ, ସେହି ଦଳ ସେମିଫାଇନାଲକୁ ଯିବେ ।

ଅଧିକ ପଢ଼ନ୍ତୁ:-ଇମ୍ରାନ ଖାନ କାହିଁକି ମନେ ପକାଇଲେ ପାକିସ୍ତାନର ବିଭାଜନ କଥା? ବାଂଲାଦେଶକୁ ନେଇ କହିଲେ ଏହି ବଡ଼ କଥା

ଅଧିକ ପଢ଼ନ୍ତୁ:-ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...

 

 

 ଯଦି ଆମେ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିବା ନ୍ୟୁଜିଲ୍ୟାଣ୍ଡର ନେଟ୍ ରନ୍ ରେଟ୍ ବହୁତ ଅଧିକ ଅଛି । ତେଣୁ ଏହି ଦଳ ଗ୍ରୁପ ୧ରେ ଟପରେ ରହି ସେମିଫାଇନାଲକୁ ଯାଇପାରନ୍ତି । ଏଥି ସହିତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ନେଟ୍ ରନ୍ ରେଟ୍ ପ୍ରାୟ ସମାନ, ଏଭଳି ପରିସ୍ଥିତିରେ ବିପକ୍ଷ ଦଳକୁ ସର୍ବାଧିକ ବ୍ୟବଧାନରେ ପରାସ୍ତ କରୁଥିବା ଦଳ ଦ୍ୱିତୀୟ ନମ୍ବର ଦଳ ହୋଇ ସେମିଫାଇନାଲକୁ ଯିବ । ଏହାର ଅର୍ଥ ହେଉଛି ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆ ସହିତ ଟିମ୍ ଇଣ୍ଡିଆର ମ୍ୟାଚ୍ ସମ୍ଭବ ହୋଇପାରେ । ସେପଟେ ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିପାରନ୍ତି । 

ଯଦି ଭାରତ ଓ ପାକିସ୍ତାନର ଦଳ ନିଜ ନିଜର ସେମିଫାଇନାଲ ମ୍ୟାଚ୍ ଜିତନ୍ତି, ତେବେ ଉଉୟ ଦଳ ଫାଇନାଲରେ ମୁହାଁମୁହିଁ ହେବେ । ପୁଣିଥରେ ଆଉ ଏକ ହାଇଭୋଲ୍ଟ୍ରେଜ ମହାମୁକାବିଲା ଦେଖିବାକୁ ମିଳିପାରେ । ତଥାପି, ଏହା ଏକ ଅନୁମାନ ଆଧାରିତ ଆକଳନ । ଟି-20 ବିଶ୍ୱକପ ୨୦୨୨ର ଫାଇନାଲ କେଉଁ ୨ ଦଳ ମଧ୍ୟରେ ହେବ, ତାହା ଭବିଷ୍ୟତ ହିଁ କହିବ ।