Babar Azam T20 World Cup 2022: ଇଂଲଣ୍ଡ ବିପକ୍ଷ ଫାଇନାଲ ପୂର୍ବରୁ ବାବର ଆଜମଙ୍କ ହୁଙ୍କାର, କହିଲେ କ'ଣ ରହିବ ପାକିସ୍ତାନର 'ଗେମ୍ ପ୍ଲାନ'
Advertisement

Babar Azam T20 World Cup 2022: ଇଂଲଣ୍ଡ ବିପକ୍ଷ ଫାଇନାଲ ପୂର୍ବରୁ ବାବର ଆଜମଙ୍କ ହୁଙ୍କାର, କହିଲେ କ'ଣ ରହିବ ପାକିସ୍ତାନର 'ଗେମ୍ ପ୍ଲାନ'

Babar Azam On T20 World Cup 2022 Final: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଟି-20 ବିଶ୍ୱକପ ୨୦୨୨ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ପାକିସ୍ତାନ ଓ ଇଂଲଣ୍ଡ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚର ଆଶା କରାଯାଉଛି । ଏଥିପାଇଁ ଉଭୟ ଦେଶର ଫ୍ୟାନ୍ସ ମାନେ ମଧ୍ୟ ଉତ୍ସୁକତାର ସହ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି ।

Babar Azam T20 World Cup 2022: ଇଂଲଣ୍ଡ ବିପକ୍ଷ ଫାଇନାଲ ପୂର୍ବରୁ ବାବର ଆଜମଙ୍କ ହୁଙ୍କାର, କହିଲେ କ'ଣ ରହିବ ପାକିସ୍ତାନର 'ଗେମ୍ ପ୍ଲାନ'

Babar Azam On T20 World Cup 2022 Final: ଇଂଲଣ୍ଡ ବିପକ୍ଷ ଟି-20 ବିଶ୍ୱକପ ଫାଇନାଲ (T20 World Cup Final) କୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ବହୁତ ଉତ୍ସାହିତ ଅଛନ୍ତି । ବାବର ଆଜମ କହିଛନ୍ତି ଯେ, ଏହି ହାଇ ଭୋଲଟେଜ୍ ମ୍ୟାଚ (England vs Pakistan) କୁ ନେଇ ତାଙ୍କ ଉପରେ କୌଣସି ଚାପ ନାହିଁ । ରବିବାର ଅର୍ଥାତ ନଭେମ୍ବର ୧୩ରେ ଟି-20 ବିଶ୍ୱକପ ୨୦୨୨ର ଟାଇଟଲ ମ୍ୟାଚ୍‌ରେ ପାକିସ୍ତାନ ଓ ଇଂଲଣ୍ଡ ଦଳ (Pakistan vs England) ମୁହାଁମୁହିଁ ହେବେ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଫାଇନାଲ୍ ମ୍ୟାଚ୍ (PAK vs ENG) ଖେଳା ଯିବ । ପାକିସ୍ତାନ ଓ ଇଂଲଣ୍ଡ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ (ENG vs PAK) ଆଶା କରାଯାଉଛି । ଏଥିପାଇଁ ଉଭୟ ଦେଶର ଫ୍ୟାନ୍ସ ମାନେ ମଧ୍ୟ ଉତ୍ସୁକତାର ସହ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି ।

ଫାଇନାଲର ଗୋଟିଏ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବାବର ଆଜମ (Babar Azam) କହିଛନ୍ତି ଯେ, "ଆମେ ଫାଇନାଲକୁ ନେଇ ଚିନ୍ତିତ ନୁହଁ ବରଂ ଉତ୍ସାହିତ ଅଛୁ । ଇଂଲଣ୍ଡ ଏକ ଭଲ ଦଳ ଓ ନିକଟ ଅତୀତରେ ଆମେ ସେମାନଙ୍କ ବିପକ୍ଷରେ ଏକ ପ୍ରତିଯୋଗିତାମୂଳକ ସିରିଜ୍ ଖେଳିଥିଲୁ । ଆମେ ସମାନ ଲୟ ସହିତ ଫାଇନାଲରେ ଓହ୍ଲାଇବାକୁ ଚାହିଁବୁ ।" ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ ପୂର୍ବରୁ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ୭ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଖେଳିଥିଲା । ଏହି ସିରିଜକୁ ଇଂଲଣ୍ଡ ୪-୩ରେ ଜିତିଥିଲା ।

ଏଠାରେ କହି ରଖୁଛୁ ଯେ, ପାକିସ୍ତାନ ସୁପର-12 ରାଉଣ୍ଡର ଗ୍ରୁପ-୧ର ଟପର ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ସେପଟେ ଇଂଲଣ୍ଡ ଗ୍ରୁପ-୨ର ଟପରେ ଥିବା ଭାରତୀୟ ଦଳକୁ ୧୦ ୱିକେଟରେ ପରାସ୍ତ କରି ଟି-20 ବିଶ୍ୱକପ ୨୦୨୨ର ଟାଇଟଲ ମ୍ୟାଚରେ ପ୍ରବେଶ କରିଛି । ଫାଇନାଲରେ ପାୱାରପ୍ଲେରେ ରନ୍ ସ୍କୋର କରିବା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ବାବର ଆଜମ (Babar Azam) କହିଛନ୍ତି ଯେ, "ପାୱାରପ୍ଲେ ଗୁରୁତ୍ୱପୂର୍ଣ୍ଣ ରହିବ । ବ୍ୟାଟ୍ସମ୍ୟାନ ମାନେ ଏଠାରୁ ଆରମ୍ଭ କରିବେ ଓ ତାଙ୍କର ସର୍ବୋତ୍ତମ କ୍ରିକେଟ୍ ଖେଳିବେ । ଆମେ ରିଲାକ୍ସ ହୋଇ ଆମର ଶତ ପ୍ରତିଶତ ଦେବାକୁ ଚାହୁଁବୁ । ଆଲ୍ଲା ଆମକୁ ସୁଯୋଗ ଦେଇଛନ୍ତି ଓ ଆମେ ଏହାକୁ ଦୁଇ ହାତରେ ଧରିଛୁ । ଆମର ପ୍ଲାନ୍ ଅନୁଯାୟୀ ଆମେ ଫାଇନାଲ ପାଇଁ ମୈଦାକୁ ଓହ୍ଲାଇବୁ ।"

ଅଧିକ ପଢ଼ନ୍ତୁ:-କପିଲ ଦେବଙ୍କ ଟିମ୍ ଇଣ୍ଡିଆ ଉପରେ କଡ଼ା ପ୍ରହାର, କହିଲେ-ଏଣିକି ଆପଣ ଭାରତୀୟ ଦଳକୁ କହିପାରିବେ ଚୋକର୍ସ

ଅଧିକ ପଢ଼ନ୍ତୁ:-ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ବି ଜଣେ ଭାରତୀୟ, ଛାଡପତ୍ର ବିନା ସାନିଆଙ୍କୁ କରିଥିଲେ ବିବାହ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଫାଇନାଲ ପୂର୍ବରୁ ବାବର ଆଜମ ଛାଡ଼ିଲେ ଦଳ

ସେପଟେ ପ୍ରାରମ୍ଭିକ ମ୍ୟାଚଗୁଡ଼ିକରେ ପାକିସ୍ତାନର ମିଡିଲ୍ ଅର୍ଡର କିଛି ଆଶ୍ଚର୍ଯ୍ୟଜନକ କରିପାରି ନଥିଲା । ମିଡିଲ୍ ଅର୍ଡର ବ୍ୟାଟିଂ ବିଷୟରେ ବାବର ଆଜମ୍ କହିଛନ୍ତି ଯେ, "ଏହା ଭଲ ଯେ ମିଡିଲ ଅର୍ଡର ବର୍ତ୍ତମାନ ଆଗକୁ ଯାଇ ନିଜର ଦାୟିତ୍ୱ ବୁଝିଛନ୍ତି । ଏଥିରୁ ମୋର ଆତ୍ମବିଶ୍ୱାସ ବଢ଼ିଛି । ଯେତେବେଳେ ଆପଣ ଅଧିନାୟକ ଭାବରେ ପ୍ରଦର୍ଶନ କରନ୍ତି ନାହିଁ, ସେତେବେଳେ ଆପଣଙ୍କ ଉପରେ ଚାପ ସୃଷ୍ଟି ହୋଇଥାଏ ।" ସେମିଫାଇନାଲରେ ବାବର ଆଜମ ଓ ରିଜୱାନ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ନିଜକୁ ଫର୍ମରେ ଆଣିବାରେ ସଫଳ ହୋଇଥିଲେ ।