T20 World Cup 2022: କପିଲ ଦେବଙ୍କ ଟିମ୍ ଇଣ୍ଡିଆ ଉପରେ କଡ଼ା ପ୍ରହାର, କହିଲେ-ଏଣିକି ଆପଣ ଭାରତୀୟ ଦଳକୁ କହିପାରିବେ ଚୋକର୍ସ
Advertisement

T20 World Cup 2022: କପିଲ ଦେବଙ୍କ ଟିମ୍ ଇଣ୍ଡିଆ ଉପରେ କଡ଼ା ପ୍ରହାର, କହିଲେ-ଏଣିକି ଆପଣ ଭାରତୀୟ ଦଳକୁ କହିପାରିବେ ଚୋକର୍ସ

Kapil Dev On Team India T20 World Cup 2022: ଚଳିତ ଟି-20 ବିଶ୍ୱକପ ୨୦୨୨ରେ କେଏଲ ରାହୁଲ ଓ ରୋହିତ ଶର୍ମା ନିରାଶ କରିଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମା ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ସେପଟେ ରାହୁଲଙ୍କ ବ୍ୟାଟରୁ ୨ଟି ଅର୍ଦ୍ଧଶତକ ଆସିଛି । ଏହି ୩ ଖେଳାଳିଙ୍କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଉପରେ ମଧ୍ୟ ଚାପରେ ରହିଛି । 

T20 World Cup 2022: କପିଲ ଦେବଙ୍କ ଟିମ୍ ଇଣ୍ଡିଆ ଉପରେ କଡ଼ା ପ୍ରହାର, କହିଲେ-ଏଣିକି ଆପଣ ଭାରତୀୟ ଦଳକୁ କହିପାରିବେ ଚୋକର୍ସ

Kapil Dev On Team India T20 World Cup 2022: ଭାରତ ପାଇଁ ପ୍ରଥମ ଏକ ଦିବସୀୟ ବିଶ୍ୱକପ ଜିତିଥିବା ମହାନ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ କପିଲ ଦେବ (Kapil Dev) ଚଳିତ ଟି-20 ବିଶ୍ୱକପ (T20 World Cup 2022) ରେ ଭାରତୀୟ ଦଳ (Indian Team) ର ପ୍ରଦର୍ଶନକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି । ଟି-20 ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଟିମ୍ ଇଣ୍ଡିଆ (Team India) ର ଶୋଚନୀୟ ପରାଜୟ ସହ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବିଦା ହେବାକୁ ପଡ଼ିଛି । ଏହି ଟୁର୍ଣ୍ଣାମେଣ୍ଟରୁ ଟିମ୍ ଇଣ୍ଡିଆ ବାହାର ହେବା ପରେ କପିଲ ଦେବ ଭାରତୀୟ ଦଳ ଉପରେ କଡ଼ା ପ୍ରହାର କରିଛନ୍ତି । କପିଲ ଦେବ ଏକ ଟିଭି କାର୍ଯ୍ୟକ୍ରମରେ କହିଛନ୍ତି ଯେ, "ଆମେ ବର୍ତ୍ତମାନ ଭାରତୀୟ ଦଳ ଚୌକର୍ସ (Chokers) ବୋଲି କହିପାରିବା । ଗତ ୬ଟି ବିଶ୍ୱକପ ମଧ୍ୟରୁ ୫ ଥର ଭାରତୀୟ ଦଳ ନକଆଉଟ୍ ରାଉଣ୍ଡରୁ ବାହାର ହେଉଛି ।" ଏଠାରେ କହି ରଖୁଛୁ ଯେ, କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ଦକ୍ଷିଣ ଆଫ୍ରିକା (South Africa) କୁ ଚୋକର୍ସ (ସଫଳତାର ନିକଟରେ ଆସି ଅସଫଳ ହୋଇଯିବା) ବୋଲି କହି ଆସୁଥିଲେ  ।

କପିଲ ଦେବ (Kapil Dev) କହିଛନ୍ତି ଆଗକୁ କହିଛନ୍ତି ଯେ, "ଆମେ ଖେଳାଳିଙ୍କ ବିଷୟରେ ବିସ୍ତାରିତ ଯିବାକୁ  ଚାହୁଁନାହୁଁ । ଏମାନେ ସେହି ଖେଳାଳି ଯେଉଁମାନେ ଅତୀତରେ ଆମକୁ ଗୌରବାନ୍ୱିତ କରିଛନ୍ତି । ଯଦିଓ ଆମେ ସେମାନଙ୍କୁ ବର୍ତ୍ତମାନ ଚୋକର୍ସ ବୋଲି କହିପାରିବା । ସେମିଫାଇନାଲରେ ଭାରତୀୟ ଦଳର ପ୍ରଦର୍ଶନ ନିରାଶାଜନକ ଥିଲା । କେବଳ ଗୋଟିଏ ମ୍ୟାଚ୍ ଆଧାରରେ ଆମେ ଦଳକୁ ସମାଲୋଚନା କରିପାରିବା ନାହିଁ । ଭାରତୀୟ ଦଳ ଭଲ ଖେଳି ନଥିଲା କିନ୍ତୁ ଇଂଲଣ୍ଡ ପିଚର ସଠିକ୍ ମୂଲ୍ୟାଙ୍କନ କରିଥିଲା । ବର୍ତ୍ତମାନ ଆମକୁ ଆଗକୁ ଦେଖିବାର ଆବଶ୍ୟକତା ରହିଛି । ଯୁବ ଖେଳାଳିମାନେ ଆସିନ୍ତୁ ଓ କମାଣ ସମ୍ଭାଳନ୍ତୁ ।" 

ସେପଟେ ଆଇସିସି ଟୁର୍ଣ୍ଣାମେଣ୍ଟ ଭାବରେ ଭାରତ ଶେଷ ଥର ପାଇଁ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ଭାରତୀୟ ଖେଳାଳିଙ୍କୁ କଡ଼ା ସମାଲୋଚନା କରାଯାଉଛି । ଏପରିକି ଦଳରୁ ଅନେକ ଖେଳାଳିଙ୍କୁ ବାହାର କରିବାର ଦାବି ଉଠିଛି । ଟି-20 ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ୨୦୨୪ରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ଦ୍ୱାରା ଆୟୋଜିତ ହେବ । ଏହାପୂର୍ବରୁ ଟିମ୍ ଇଣ୍ଡିଆକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାର ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ:-ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ବି ଜଣେ ଭାରତୀୟ, ଛାଡପତ୍ର ବିନା ସାନିଆଙ୍କୁ କରିଥିଲେ ବିବାହ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଫାଇନାଲ ପୂର୍ବରୁ ବାବର ଆଜମ ଛାଡ଼ିଲେ ଦଳ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ଖୁବ୍ ଶୀଘ୍ର ପନ୍ତ-କାର୍ତ୍ତିକଙ୍କ ସ୍ଥାନ ଛଡ଼ାଇ ନେବେ ଏହି ଘାତକ ଖେଳାଳି? ମିଳିବ ୱିକେଟକିପରର ଦାୟିତ୍ୱ

 

ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା (Rohit Sharma) ଙ୍କୁ କୌଣସି ଫର୍ମାଟର ଅଧିନାୟକତ୍ୱରୁ ହଟାଇବା ନେଇ କୌଣସି ଚର୍ଚ୍ଚା ହୋଇନାହିଁ । କିନ୍ତୁ କୁହାଯାଉଛି ଯେ ଟି-20ରୁ ଅବସର ନେବାକୁ ତାଙ୍କ ଉପରେ ଚାପ ବଢ଼ିଛି । ରୋହିତ ଶର୍ମାଙ୍କ ସହ ଟି-20ର ବହୁ ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ବିପଦରେ ରହିଛି । ସେମାନଙ୍କ ମଧ୍ୟରେ କେ.ଏଲ୍ ରାହୁଲ, ବିରାଟ କୋହଲି, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ଦୀନେଶ କାର୍ତ୍ତିକ ଏବଂ ମହମ୍ମଦ ଶାମି ସାମିଲ ଅଛନ୍ତି । ବିରାଟ କୋହଲିଙ୍କ ବିଷୟରେ କହିବା ତ ଟି-20 ବିଶ୍ୱକପ୍‌ରେ ସେ ସର୍ବାଧିକ ରନ୍‌ କରିଛନ୍ତି । କିନ୍ତୁ କେଏଲ ରାହୁଲ ଓ ରୋହିତ ଶର୍ମା ନିରାଶ କରିଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମା ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ସେପଟେ ରାହୁଲଙ୍କ ବ୍ୟାଟରୁ ୨ଟି ଅର୍ଦ୍ଧଶତକ ଆସିଛି । ଏହି ୩ ଖେଳାଳିଙ୍କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଉପରେ ମଧ୍ୟ ଚାପରେ ରହିଛି । ବୋର୍ଡ କହିଛି ଯେ, ତିନି ଅଭିଜ୍ଞ ଖେଳାଳି ନିଜେ ଟି-20ରେ ଖେଳିବାକୁ ନେଇ ନିଷ୍ପତ୍ତି ନେବେ ।