T20 World Cup 2022: ଟି-20 ବିଶ୍ୱକପ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା, ଏହି ଖେଳାଳି ହେଲେ ଆହତ
Advertisement
Article Detail0/zeeodisha/odisha1402397

T20 World Cup 2022: ଟି-20 ବିଶ୍ୱକପ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା, ଏହି ଖେଳାଳି ହେଲେ ଆହତ

T20 World Cup 2022: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଶ୍ରୀଲଙ୍କା ଦଳ (Sri Lanka Team) ର ଆରମ୍ଭ ଆଦୌ ଭଲ ହୋଇ ନଥିଲା । ଟି-20 ବିଶ୍ୱକପ ପାଇଁ ଦଳ ଆହତ ଦିଲଶାନ ମଧୁଶଙ୍କା (Dilshan Madushanka) ଙ୍କ ସ୍ଥାନରେ ବିନୁରା ଫର୍ନାଣ୍ଡୋ  (Binura Fernando) ଙ୍କୁ ସାମିଲ କରିଛି । 

T20 World Cup 2022: ଟି-20 ବିଶ୍ୱକପ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା, ଏହି ଖେଳାଳି ହେଲେ ଆହତ

ନୂଆଦିଲ୍ଲୀ: T20 World Cup 2022, Josh Inglis: ଟି-20 ବିଶ୍ୱକପ ୨୦୨୨ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ଦଳକୁ ଶକ୍ତ ଧକ୍କା ଲାଗିପାରେ । ଅଷ୍ଟ୍ରେଲୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ଇଂଲିସ୍ ଆହତ ହୋଇଛନ୍ତି । ସେ ଗଲ୍ଫ ଖେଳିବା ସମୟରେ ହାତରେ ଆଘାତ ପାଇଛନ୍ତି । ଏହା ପରେ ତାଙ୍କୁ ସେଠାକାର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ESPN କ୍ରିକିନଫୋ ବୁଧବାର ଅଷ୍ଟ୍ରେଲିଆ ଦଳର ମୁଖପାତ୍ରଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଏକ ଗଲ୍ଫ କ୍ଲବ ଭାଙ୍ଗିବା ପରେ ଇଂଲିସଙ୍କ ହାତ କଟି ଯାଇଛି । ବର୍ତ୍ତମାନ ଆହତ ହେବା ପରେ ତାଙ୍କ ଡାକ୍ତରଖାନାରେ ଯାଞ୍ଚ କରାଯାଉଛି ।

ତେବେ ବିଶ୍ୱକପ ଦଳରେ ୱିକେଟ୍ କିପର ଭାବରେ ଇଂଲିସ ଅଷ୍ଟ୍ରେଲିଆର ପ୍ରଥମ ପସନ୍ଦ ନୁହେଁ । ତାଙ୍କ ଚୂଡ଼ାନ୍ତ ଏକାଦଶରେ ଆସିବାର ସମ୍ଭାବନା ସେତେବେଳେ ରହିବ ଯେତେବେଳେ ୱିକେଟ୍ କିପର ମାଥ୍ୟୁ ୱେଡ ଆହତ ହୁଅନ୍ତି କିମ୍ବା ଜଣେ ଖେଳାଳିଙ୍କ କନ୍ସ୍ୟୁସନ ବିକଳ୍ପ ଆବଶ୍ୟକତା ହେବ । ଜୋସ୍ ଇଂଲିସଙ୍କୁ ଆଘାତ ଲାଗିବା ଅଷ୍ଟ୍ରେଲିଆର ଦଳର ଆହତ ଖେଳାଳିଙ୍କ ସଂଖ୍ୟା ଆହୁରି ବୃଦ୍ଧି କରିଛି । ଅଲରାଉଣ୍ଡର ମିଶେଲ ମାର୍ଶ ଓ ମାର୍କସ୍ ଷ୍ଟୋଇନିସ୍ ଫିଟନେସ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଏହାସହ ଡେଭିଡ୍ ୱାର୍ନରଙ୍କ ଆହତ ହେବା ପ୍ରସଙ୍ଗ ଚୟନକର୍ତ୍ତାଙ୍କୁ ଭାବିବାକୁ ବାଧ୍ୟ କରିଦେଇଛନ୍ତି ।

ଏହା ପୂର୍ବରୁ, ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋନି ବେୟରଷ୍ଟୋ ଗଲ୍ଫ ଖେଳିବା ସମୟରେ ଆହତ ହୋଇଥିଲେ । ଯେଉଁଥିପାଇଁ ସେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିଲେ । ଜୋନିଙ୍କ ଅସ୍ତ୍ରୋପଚାର କରାଯାଇଛି । ସେ ଅନେକ ମାସ ପାଇଁ କ୍ରିକେଟ୍ ଠାରୁ ଦୂରରେ ରହିବେ । ସେହିପରି ଶ୍ରୀଲଙ୍କା କ୍ରିକେଟ୍ ଦଳକୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଏକ ବଡ଼ ଝଟକା  ଲାଗିଛି । ଦଳର ଅନ୍ୟତମ ପ୍ରମୁଖ ବୋଲର ଦୁଷ୍ମନଥା ଚାମିରା ଆହତ କାରଣରୁ ଅଷ୍ଟ୍ରେଲିଆରେ ଚାଲିଥିବା ଟି-20 ବିଶ୍ୱକପ ୨୦୨୨ରୁ ବାଦ ପଡିଛନ୍ତି । କ୍ରିକବଜ ଅନୁଯାୟୀ, ଶ୍ରୀଲଙ୍କାର ଦ୍ରୁତ ବୋଲର ଦୁଷ୍ମନଥା ଚାମିରା ଟି-୨୦ ବିଶ୍ୱକପରୁ ବାଦ୍ ପଡିଛନ୍ତି । ପେସର୍ ପୁଣି ଥରେ ଗୁରୁତର ଆହତ ହୋଇଛନ୍ତି । ଆଘାତ ଯୋଗୁଁ ଚାମିରା ୨୦୨୨ ଏସିଆ କପ୍‌ରୁ ବାଦ ପଡିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ଫିଟ୍‌ ହେବା ପରେ ତାଙ୍କୁ ଟି-20 ବିଶ୍ୱକପ ଦଳରେ ସାମିଲ କରାଯାଇଥିଲା । ଯେଉଁଠାରେ ସେ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ ।

ଅଧିକ ପଢ଼ନ୍ତୁ:-'ଟିମ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମାତ୍ରା ୩୦ ପ୍ରତିଶତ ରହିଛି'

ଅଧିକ ପଢ଼ନ୍ତୁ:-ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ହିମାଚଳ ପ୍ରଦେଶ ପାଇଁ ବିଜେପି ଜାରି କଲା ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ଦେଖନ୍ତୁ କିଏ କେଉଁଠୁ ଲଢ଼ିବେ ନିର୍ବାଚନ

ସେପଟେ ବିଗତ ଦିନରେ ଶ୍ରୀଲଙ୍କାର ଦିଲଶନ ମଧୁଶଙ୍କା (Dilshan Madushanka) ଆହତ କାରଣରୁ ଟି-20 ବିଶ୍ୱକପରୁ ବାଦ ପଡିଥିଲେ । ଏହି କାରଣରୁ ଦଳର ସମସ୍ୟା ଆହୁରି ବଢ଼ି ଯାଇଛି । ଦିଲଶାନଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳି ଦଳରେ ସୁଯୋଗ ପାଇଛନ୍ତି । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଶ୍ରୀଲଙ୍କା ଦଳ (Sri Lanka Team) ର ଆରମ୍ଭ ଆଦୌ ଭଲ ହୋଇ ନଥିଲା । ଟି-20 ବିଶ୍ୱକପ ପାଇଁ ଦଳ ଆହତ ଦିଲଶାନ ମଧୁଶଙ୍କା (Dilshan Madushanka) ଙ୍କ ସ୍ଥାନରେ ବିନୁରା ଫର୍ନାଣ୍ଡୋ  (Binura Fernando) ଙ୍କୁ ସାମିଲ କରିଛି ।