T20 World Cup 2022: ବିରାଟ କୋହଲିଙ୍କ ପାଇଁ ୧୧ ରନ୍ ଯଥେଷ୍ଟ, ପର୍ଥରେ କଲେ ବଡ ରେକର୍ଡ
Advertisement

T20 World Cup 2022: ବିରାଟ କୋହଲିଙ୍କ ପାଇଁ ୧୧ ରନ୍ ଯଥେଷ୍ଟ, ପର୍ଥରେ କଲେ ବଡ ରେକର୍ଡ

T20 World Cup 2022: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ମାତ୍ର ୧୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ଯାଇଥିଲେ । କିନ୍ତୁ ସେ ନିଜ ନାମରେ ଏକ ବିଶେଷ ରେକର୍ଡ ନାମିତ କରିଛନ୍ତି ।

ସୌ: ସୋସିଆଲ ମିଡିଆ

India vs South Africa, Virat Kohli Record: ଭାରତୀୟ ଖେଳାଳି ବିରାଟ କୋହଲି (Virat Kohli) ନିଜ କ୍ୟାରିଅରରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି । ଆଜିର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ନିଜ ନାମରେ ଆଉ ଏକ ସ୍ୱତନ୍ତ୍ର ରେକର୍ଡ ପଞ୍ଜିକୃତ ହୋଇଛି । କୋହଲି ଟି-୨୦ ବିଶ୍ୱକପରେ (T20 World Cup 2022) ୧୦୦୦ ରୁ ଅଧିକ ରନ୍ ସ୍କୋର କରିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା (India vs South Africa) ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ସେ ମହେଲା ଜୟବର୍ଦ୍ଧନଙ୍କ (Mahela Jayawardene) ରେକର୍ଡ ଭାଙ୍ଗିବାରେ ବଞ୍ଚିତ ହୋଇଥିଲେ । ୧୨ ରନ୍ ସ୍କୋର କରିବା ପରେ କୋହଲି ଆଉଟ୍ ହୋଇ ଯାଇଥିଲେ ।

ଟସ୍ ଜିତିବା ଓ ପ୍ରଥମେ ବ୍ୟାଟିଂ କରିବା ପରେ କୋହଲି ଭାରତୀୟ ଦଳ ପାଇଁ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟରେ ସେ ୧୧ ବଲରୁ ୧୨ ରନ୍ ସ୍କୋର କରିଥିଲେ । ଏହି ଇନିଂସରେ କୋହଲି ମଧ୍ୟ ୨ ଟି ଚୌକା ମଧ୍ୟ ମାରିଥିଲେ । ମ୍ୟାଚ୍ ସମୟରେ ସେ ଏକ ବିଶେଷ ସଫଳତା ହାସଲ କରିଥିଲେ । କୋହଲି ଟି-୧୨ ବିଶ୍ୱକପରେ ୧୦୦୦ ରନ୍ ପୂରଣ କରିଛନ୍ତି । ସେ ଏହା କରିବାରେ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି । ଏହାପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ମହେଲା ଜୟବର୍ଦ୍ଧନ ମଧ୍ୟ ଏହି ସଫଳତା ହାସଲ କରି ସାରିଛନ୍ତି ।

ଜୟବର୍ଦ୍ଧନ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି । ସେ ୩୧ ଟି ମ୍ୟାଚ୍ ରେ ୧୦୧୬ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ଜୟବର୍ଦ୍ଧନ ଗୋଟିଏ ଶତକ ଓ ୬ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ପ୍ରସଙ୍ଗରେ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୨୨ ଇନିଂସରେ ୧୦୦୧ ରନ୍ ସଂଗ୍ରହ କରିଛନ୍ତି । କୋହଲି ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ପ୍ରସଙ୍ଗରେ କ୍ରିସ୍ ଗେଲ୍ ତୃତୀୟ ସ୍ଥାନରେ ଅଛନ୍ତି । ସେ୩୩ ଟି ମ୍ୟାଚରେ ୯୬୫ ରନ୍ ସଂଗ୍ରହ କରିଛନ୍ତି । ସେ ମଧ୍ୟ ଦୁଇଟି ଶତକ ଓ ୭ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଭାରତର ଆରମ୍ଭ ବହୁତ ଖରାପ ହୋଇଥିଲା ଦ ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲିଙ୍କ ଭଳି ତାରକା ଶସ୍ତାୀା ପ୍ୟାଭିଲିୟନକୁ ଫେରିଥିଲେ । ଏଭଳି ପରିସ୍ଥିତିରେ ସୂର୍ଯ୍ୟ କୁମାର ଭାରତୀୟ ଇନିଂସକୁ ସମ୍ଭାଳି ଥିଲେ ଓ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୩୦ ଟି ବଲରେ ୩ ଟି ଚୌକା ଓ ୩ ଟି ଛକା ସହ ୫୦ ରନ୍ ପୂରଣ କରିଥିଲେ । ୪୦ ଟି ବଲରୁ ସୂର୍ଯ୍ୟଙ୍କ ୬୮ ରନ ଯୋଗୁଁ ଭାରତ ସୀମିତ ୨୦ ଓଭରରେ ୯ ହରାଇ ୧୩୩ ରନ ସ୍କୋର କରିବାରେ ସଫଳ ହୋଇଥିଲା।

ଏହା ବି ପଢ଼ନ୍ତୁ: IND Vs SA: କ୍ୟାଟ୍ରିନା କୈଫ କଲେ ବ୍ୟାଟିଂ; ବ୍ୟୁଟି ଦେଖି ବୋଲ୍ଡ ହେଲେ ଭଜି! ଦେଖନ୍ତୁ Video