IND vs BAN: ଆଜି ବର୍ଷା ଯୋଗୁଁ ଭାରତ-ବାଂଲାଦେଶ ମ୍ୟାଚ୍ ବାତିଲ ହେଲେ କ'ଣ ଟିମ୍ ଇଣ୍ଡିଆ ପାଇଁ ବନ୍ଦ ହୋଇଯିବ ସେମିଫାଇନାଲର ରାସ୍ତା? ଜାଣନ୍ତୁ ପୂରା ସମୀକରଣ
Advertisement

IND vs BAN: ଆଜି ବର୍ଷା ଯୋଗୁଁ ଭାରତ-ବାଂଲାଦେଶ ମ୍ୟାଚ୍ ବାତିଲ ହେଲେ କ'ଣ ଟିମ୍ ଇଣ୍ଡିଆ ପାଇଁ ବନ୍ଦ ହୋଇଯିବ ସେମିଫାଇନାଲର ରାସ୍ତା? ଜାଣନ୍ତୁ ପୂରା ସମୀକରଣ

T20 World Cup 2022: ଭାରତୀୟ ଦଳ ୩ଟି ମ୍ୟାଚରୁ ୨ଟି ଜିତି ଥିବାବେଳେ ଗୋଟିଏ ହାରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଆଗରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାର ଚ୍ୟାଲେଞ୍ଜ ରହିଛି । ଆଜି (ବୁଧବାର) ଅର୍ଥାତ ନଭେମ୍ୱର ୨ରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବ । 

IND vs BAN: ଆଜି ବର୍ଷା ଯୋଗୁଁ ଭାରତ-ବାଂଲାଦେଶ ମ୍ୟାଚ୍ ବାତିଲ ହେଲେ କ'ଣ ଟିମ୍ ଇଣ୍ଡିଆ ପାଇଁ ବନ୍ଦ ହୋଇଯିବ ସେମିଫାଇନାଲର ରାସ୍ତା? ଜାଣନ୍ତୁ ପୂରା ସମୀକରଣ

T20 World Cup 2022 Semi Final Equation for Team India: କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଜାରି ରହିଛି । ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ସୁପର-12 ରାଉଣ୍ଡର ମ୍ୟାଚ୍ ଖେଳା ଯାଉଛି । ଭାରତୀୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ସୁପର-12ର ୩ଟି ମ୍ୟାଚ୍ ଖେଳିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-20 ବିଶ୍ୱକପରେ ଭଲ ପ୍ରଦର୍ଶନ କରିଛି । ଦଳ ୩ଟି ମ୍ୟାଚରୁ ୨ଟି ଜିତି ଥିବାବେଳେ ଗୋଟିଏ ହାରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଆଗରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାର ଚ୍ୟାଲେଞ୍ଜ ରହିଛି । ଆଜି (ବୁଧବାର) ଅର୍ଥାତ ନଭେମ୍ୱର ୨ରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବ । 

ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍ ଆଡିଲେଡରେ ଖେଳା ଯିବ । ତେବେ ଏହି ମ୍ୟାଚ୍ ଉପରେ ବର୍ଷା ଓ ଖରାପ ପାଗର ସଙ୍କଟ ରହିଛି, ଯାହା ଭାରତୀୟ ଦଳ ଓ ଫ୍ୟାନ୍ସଙ୍କ ଚିନ୍ତା ବଢ଼ାଇପାରେ । ଭାରତୀୟ ଦଳ ଗତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା । କିନ୍ତୁ ଏହାପୂର୍ବରୁ ସେ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ବାଂଲାଦେଶ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ଆଡିଲେଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ । ସେମିଫାଇନାଲରେ ପ୍ରବେଶ କରିବା ଦୃଷ୍ଟିରୁ ଭାରତୀୟ ଦଳ ପାଇଁ ବାଂଲାଦେଶକୁ ପରାସ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦଳ ବର୍ତ୍ତମାନ ୩ଟି ମ୍ୟାଚରୁ ୪ ପଏଣ୍ଟ ପାଇଛି ଓ ସୁପର-12 ରାଉଣ୍ଡର ଗ୍ରୁପ୍ -୨ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ।

ସେପଟେ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ବାଂଲାଦେଶ ଟିମ ପାଖରେ ସମାନ ସଂଖ୍ୟକ ପଏଣ୍ଟ ରହିଛି । କିନ୍ତୁ ଭାରତର ନେଟ ରନ୍ ରେଟ୍ ବାଂଲାଦେଶ ଠାରୁ ଭଲ ରହିଛି । ଦଳରେ ବାଂଲାଦେଶ ତୃତୀୟ ସ୍ଥାନରେ ଥିବାବେଳେ ଜିମ୍ବାୱେ ୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ନେଦରଲ୍ୟାଣ୍ଡର ଖାତା ଖୋଲି ନଥିବା ବେଳେ ପାକିସ୍ତାନରେ ମାତ୍ର ୨ ପଏଣ୍ଟ ରହିଛି । ଏବେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରେ ତେବେ ଦଳର ୬ ପଏଣ୍ଟ ହୋଇଯିବ । ଏହା ସହିତ ଦଳ ଗ୍ରୁପ-୨ରେ ଟପରେ ପହଞ୍ଚିବ । 

ଏହା ପରେ ଭାରତ ନଭେମ୍ବର ୬ରେ ମେଲବୋର୍ଣ୍ଣରେ ଜିମ୍ବାୱେକୁ ଭେଟିବ । ସେହି ମ୍ୟାଚ୍ ଜିତିବା ମଧ୍ୟ ଭାରତ ପାଇଁ ଜରୁରୀ ହେବ । ବର୍ତ୍ତମାନ ଗ୍ରୁପ୍ ଟପର ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୩ରେ ପାକିସ୍ତାନ ବିପକ୍ଷରେ ଅନୁଷ୍ଠିତ ହେବ । ଯଦି ଦଳ ଏହାକୁ ଜିତେ, ତେବେ ଦଳର ୭ ପଏଣ୍ଟ ହୋଇଯିବ । ଏହା ପରେ ଦକ୍ଷିଣ ଆଫ୍ରିକା ଦଳକୁ ନେଦରଲ୍ୟାଣ୍ଡ ବିପକ୍ଷରେ ଜିତିବାରେ ଅଧିକ ଅସୁବିଧା ହେବ ନାହିଁ । ଏଭଳି ପରିସ୍ଥିତିରେ ଦକ୍ଷିଣ ଆପ୍ରିକା ୯ ପଏଣ୍ଟ ସହିତ ଗ୍ରୁପରେ ଶୀର୍ଷରେ ରହିବ । ଭାରତ ପାଖରେ ମାତ୍ର ୮ ପଏଣ୍ଟ ହାସଲ କରିବାର ସୁଯୋଗ ରହିଥିବାବେଳେ ଦକ୍ଷିଣ ଆଫ୍ରିକା ପାଖରେ ୯ ପଏଣ୍ଟ ହାସଲ କରିବାର ସୁଯୋଗ ରହିଛି ।

ଅଧିକ ପଢ଼ନ୍ତୁ:-ପୂର୍ବତନ ଭାରତୀୟ ଅଧିନାୟକଙ୍କ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ଭାରତ ଓ ଏହି ଦଳ ମଧ୍ୟରେ ହେବ

ଅଧିକ ପଢ଼ନ୍ତୁ:-ଦିନ ୧୨.୩୦ରୁ ଖେଳାଯିବ ନାହିଁ ଭାରତ-ବାଂଲାଦେଶ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ ଓ ଜାଣନ୍ତୁ କେମିତି ରହିବ ପାଗ

ଅନ୍ୟପକ୍ଷେ ବର୍ଷା ଓ ଖରାପ ପାଗ ଯୋଗୁଁ ବାଂଲାଦେଶ ବିପକ୍ଷ ମ୍ୟାଚ୍ ବାତିଲ ହେଲେ କ'ଣ ହେବ, ତାହା ଜାଣିବାକୁ ଭାରତୀୟ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ବାସ୍ତବରେ ଏପରି ହେଲେ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିବ ଓ ଭାରତ ଓ ବାଂଲାଦେଶର ୫-୫ ପଏଣ୍ଟ ହେବ । ଏହା ପରେ ବାଂଲାଦେଶ ପାକିସ୍ତାନ ସହିତ ମୁହାଁମୁହିଁ ହେବ, ଯାହା ଅତ୍ୟନ୍ତ କଠିନ ମ୍ୟାଚ୍ ହେବ । ଯଦି ଶାକିବଙ୍କ ଦଳ ପାକିସ୍ତାନକୁ ଭଲ ବ୍ୟବଧାନରେ ପରାସ୍ତ କରିବାରେ ସଫଳ ହୁଏ, ତେବେ ନିଶ୍ଚିତ ଭାବେ ଭାରତକୁ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକର ହେବ ।