IND vs ZIM: ଇତିହାସ ରଚିଲେ ସୂର୍ଯ୍ୟକୁମାର, ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍
Advertisement

IND vs ZIM: ଇତିହାସ ରଚିଲେ ସୂର୍ଯ୍ୟକୁମାର, ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍

IND vs ZIM: ଚଳିତ ବର୍ଷ ସର୍ବାଧିକ ରନ୍ ସ୍କୋର କରିବାରେ ସୁର୍ଯ୍ୟକୁମାର ଯାଦବ ମଧ୍ୟ ଶୀର୍ଷରେ ଅଛନ୍ତି, ତାଙ୍କ ପଛରେ ମହମ୍ମଦ ରିଜୱାନ୍ ୯୨୪ ରନ୍ ସହ ଦ୍ୱିତୀୟରେ ଅଛନ୍ତି । ଏଥି ସହିତ କିଙ୍ଗ କୋହଲି ୭୩୧ ରନ୍ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ।

ସୌ: ସୋସିଆଲ ମିଡିଆ

T20 World Cup 2022: ସୁର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ବ୍ୟାଟ୍ ଟି-୨୦ ବିଶ୍ୱକପ ୨୦୨୨ ରେ ଜୋରଦାର ରନ ବର୍ଷା କରୁଛି । ଜିମ୍ବାୱେ (Zimbabwe) ବିପକ୍ଷ ସୁପର-୧୨ ର ଶେଷ ମ୍ୟାଚରେ ସୂର୍ଯ୍ୟ ୬ ଟି ଚୌକା ଓ ୪ଟି ଛକା ସହାୟତାରେ ୨୫ ବଲରେ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ତୁଫାନୀ ଇନିଂସର ପରେ ସେ ୨୦୨୨ ମସିହାରେ ଟି-୨୦ କ୍ରିକେଟ୍ ରେ ୧୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ହଁ ଆଜ୍ଞା, ତାଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଏହି ସ୍ଥିତିରେ ପହଞ୍ଚି ପାରିନାହାଁନ୍ତି । ବିଶ୍ୱ କ୍ରିକେଟ୍ ବିଷୟରେ କହିବାକୁ ଗଲେ, ଚଳିତ କ୍ୟାଲେଣ୍ଡର ବର୍ଷରେ ୧୦୦୦ ଟି-୨୦ ରନ୍ ସ୍କୋର କରିବାରେ ସୂର୍ଯ୍ୟକୁମାର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଗତ ମାସ ପାକିସ୍ତାନର ଓପନର୍ ମହମ୍ମଦ ରିଜୱାନ୍ (Mohammad Rizwan) ପ୍ରଥମେ ଏହି ପ୍ରଦର୍ଶନ କରିଥିଲେ ।

ଚଳିତ ବର୍ଷ ସର୍ବାଧିକ ରନ୍ ସ୍କୋର କରିବାରେ ସୁର୍ଯ୍ୟକୁମାର ଯାଦବ ମଧ୍ୟ ଶୀର୍ଷରେ ଅଛନ୍ତି, ତାଙ୍କ ପଛରେ ମହମ୍ମଦ ରିଜୱାନ୍ ୯୨୪ ରନ୍ ସହ ଅଛନ୍ତି । ଏଥି ସହିତ କିଙ୍ଗ କୋହଲି ୭୩୧ ରନ୍ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ।

ଏହି କୀର୍ତ୍ତିମାନ ସହିତ ସୂର୍ଯ୍ୟକୁମାର ନିଜ ନାମ କ୍ରିକେଟ୍ ଭେଟେରାନ ସୁନୀଲ ଗାଭାସ୍କର ଓ ସଚିନ ତେନ୍ଦୁଲକରଙ୍କ ସହ ଯୋଡିହୋଇଛି । ଟେଷ୍ଟ କ୍ରିକେଟରେ, ଯେଉଁଠାରେ ୧୯୭୬ ରେ ସୁନୀଲ ଗାଭାସ୍କର ପ୍ରଥମେ ୧୦୦୦ ରନ୍ ସ୍କୋର କରିଥିଲେ, ସଚିନ ତେନ୍ଦୁଲକର ୧୯୯୪ ରେ ODI କ୍ରିକେଟରେ ଏହି ପ୍ରଦର୍ଶନ କରିଥିଲେ। ୨୦୨୨ ମସିହାରେ ସୂର୍ଯ୍ୟକୁମାର ଯାଦବ ଟି-୨୦ କ୍ରିକେଟରେ ପ୍ରଥମ ଥର ପାଇଁ ଭାରତ ପାଇଁ ଏହା କରି ଭେଟେରାନଙ୍କ ବିଶେଷ ତାଲିକାରେ ସ୍ଥାନ ପାଇଛନ୍ତି ।

ମ୍ୟାଚ ବିଷୟରେ କରିବାକୁ ଗଲେ ଜିମ୍ବାୱେ ବିପକ୍ଷ ଟି-୨୦ ବିଶ୍ୱକପ ୨୦୨୨ ସୁପର-୧୨ ର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତ ପାଇଁ କେ.ଏଲ୍ ରାହୁଲଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଏକ ଅର୍ଦ୍ଧ ଶତକ ମାରିଥିଲେ । ରାହୁଲ ୩୫ ବଲରୁ ୫୧ ରନ ସ୍କୋର କରିଥିବାବେଳେ ସୂର୍ଯ୍ୟ ୨୫ ବଲରୁ ୬୧ ରନର ଅପରାଜିତ ନକ୍ ଖେଳିଥିଲେ । ମଧ୍ୟଭାଗରେ ରାହୁଲ ଓ କୋହଲିଙ୍କ ଆଉଟ ହେବା ପରେ ଭାରତର ରନ୍ ଗତି ନିଶ୍ଚିତ ଭାବରେ ମନ୍ଥର ହୋଇଯାଇଥିଲା, କିନ୍ତୁ ସୂର୍ଯ୍ୟ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତାଙ୍କ ବ୍ୟାଟିଂ ଯୋଗୁଁ ଭାରତ ଶେଷ ୩୦ ବଲରେ ଭାରତ ୭୯ ରନ୍ ସଂଗ୍ରହ କରି ପାରିଥିଲା ।

ଏହା ବି ପଢ଼ନ୍ତୁ: Sania Mirza and Shoaib Malik: ସାନିଆଙ୍କ ଘରେ କିଏ ଲଗାଇଲା ନିଆଁ ? ଶୋଏବ ସାନିଆ ଅଲଗା ହେବା ନେଇ ଚର୍ଚ୍ଚା