IND vs BAN: 'ଚଳିତ ବିଶ୍ୱକପ ବିରାଟ କୋହଲିଙ୍କ ପାଇଁ କରାଯାଇଛି', ଜାଣନ୍ତୁ ଏମିତି କାହିଁକି କହିଲେ ଶୋଏବ ଅଖତର
Advertisement

IND vs BAN: 'ଚଳିତ ବିଶ୍ୱକପ ବିରାଟ କୋହଲିଙ୍କ ପାଇଁ କରାଯାଇଛି', ଜାଣନ୍ତୁ ଏମିତି କାହିଁକି କହିଲେ ଶୋଏବ ଅଖତର

IND vs BAN: ଖେଳ ପୁନଃ ଆରମ୍ଭ ହେବାପରେ ବାଂଲାଦେଶ ଓଭର ୧୬ରେ ୧୫୧ ରନର ସଂଶୋଧିତ ଟାର୍ଗେଟ ପାଇଥିଲା । କିନ୍ତୁ ଅଷ୍ଟମ ଓଭରର ଦ୍ୱିତୀୟ ବଲରେ କେଏଲ ରାହୁଲ ଡିପ୍ ମିଡୱିକେଟ୍‌ରୁ ସଠିକ୍ ଥ୍ରୋରେ ଲିଟନ ଦାସଙ୍କୁ ରନଆଉଟ୍ କରିଥିଲେ, ଯାହା ମ୍ୟାଚର ନିର୍ଣ୍ଣାୟକ ମୋଡ଼ ପ୍ରମାଣିତ ହୋଇଥିଲା । ବାଂଲାଦେଶ ଦଳ ୬ଟି ୱିକେଟ୍ ହରାଇ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା ।

IND vs BAN: 'ଚଳିତ ବିଶ୍ୱକପ ବିରାଟ କୋହଲିଙ୍କ ପାଇଁ କରାଯାଇଛି', ଜାଣନ୍ତୁ ଏମିତି କାହିଁକି କହିଲେ ଶୋଏବ ଅଖତର

Shoaib Akhtar on India vs Bangladesh Match: ଗତକାଲି ଅର୍ଥାତ ନଭେମ୍ୱର ୨ରେ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସୁପର ପଯ୍ୟାୟର ଏକ ମ୍ୟାଚ (IND vs BAN) ରେ ବାଂଲାଦେଶକୁ ଭାରତ ୫ ରନରେ ପରାସ୍ତ କରିଛି । ଏହାସହ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ପାଇଁ ନିଜର ସ୍ଥିତିକୁ ମଜବୁତ କରିନେଇଛି । ଫର୍ମରେ ଫେରିଥିବା କେଏଲ୍ ରାହୁଲ (KL Rahul) ଙ୍କ ସଠିକ୍ ଥ୍ରୋ, ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବର୍ଷାରୁ ମିଳିଥିବା ସାହାଯ୍ୟ ଦମରେ ଭାରତ ଡକ୍ୱର୍ଥ-ଲୁଇସ୍ ପଦ୍ଧତି ସହ ଏକ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ପାଞ୍ଚ ରନରେ ପରାସ୍ତ କରିଛି । ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୮୪ ରନ କରିଥିଲା । 

ଯାହାର ଜବାବରେ ବାଂଲାଦେଶ ଲକ୍ଷ୍ୟକୁ ପିଛା କରି ଆରମ୍ଭ ଭଲ କରିଥିଲା ଓ ୭ ଓଭରରେ ଦଳ କୌଣସି ୱିକେଟ ନ ହରାଇ ସହି ୬୬ ରନ କରିନେଇଥିଲା । ୨୭ ବଲରେ ୬୦ ରନ୍ ସ୍କୋର କରି ଲିଟନ୍ ଦାସ (Liton Das) ଦଳକୁ ବିଜୟ ଆଡକୁ ନେଇଥିବାର ଦେଖାଯାଇଥିଲା । କିନ୍ତୁ ବର୍ଷା ଯୋଗୁଁ ଖେଳ କିଛି ସମୟ ବନ୍ଦ କରିବାକୁ ପଡ଼ିଥିଲା । ଖେଳ ପୁନଃ ଆରମ୍ଭ ହେବାପରେ ବାଂଲାଦେଶ ଓଭର ୧୬ରେ ୧୫୧ ରନର ସଂଶୋଧିତ ଟାର୍ଗେଟ ପାଇଥିଲା । କିନ୍ତୁ ଅଷ୍ଟମ ଓଭରର ଦ୍ୱିତୀୟ ବଲରେ କେଏଲ ରାହୁଲ ଡିପ୍ ମିଡୱିକେଟ୍‌ରୁ ସଠିକ୍ ଥ୍ରୋରେ ଲିଟନ ଦାସଙ୍କୁ ରନଆଉଟ୍ କରିଥିଲେ, ଯାହା ମ୍ୟାଚର ନିର୍ଣ୍ଣାୟକ ମୋଡ଼ ପ୍ରମାଣିତ ହୋଇଥିଲା । ବାଂଲାଦେଶ ଦଳ ୬ଟି ୱିକେଟ୍ ହରାଇ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା ।

ଅଧିକ ପଢ଼ନ୍ତୁ:-ନଭେମ୍ୱର ୧୧ରୁ ଚମକିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ, ଶୁକ୍ର ପ୍ରଦାନ କରିବେ ଅପାର ଧନ ଓ ବିଳାସପୂର୍ଣ୍ଣ ଜୀବନ!

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ଟି-20 ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-ଜିମ୍ବାୱେର ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ଲାଗିଲା ବଡ଼ ଝଟକା, ୫ ୱିକେଟରେ ପରାସ୍ତ କଲା ନେଦରଲ୍ୟାଣ୍ଡ

ସେପଟେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ଭାରତ ଓ ବାଂଲାଦେଶର ଏହି ମ୍ୟାଚ ବିଷୟରେ ଆଲୋଚନା କରୁଥିବାବେଳେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, "ଏପରି ଲାଗୁଛି କି ଚଳିତ ବିଶ୍ୱକପ ବିରାଟ କୋହଲି (Virat Kohli) ଙ୍କ କରାଯାଇଛି । ସେ ରନର ପାହାଡ଼ ଛିଡ଼ା କରିଦେଇଛନ୍ତି । ବାଂଲାଦେଶ ଏକ ଭଲ ଲଢ଼େଇ କରିଛି । କିନ୍ତୁ ଲିଟନ୍ ଦାସ ଏକ ଭୁଲ କରିଛି । ଲିଟନ୍ ଦାସ ଏକ ଭଲ ଆରମ୍ଭ କରିଥିଲେ । ବର୍ଷା ହେଲା । କିନ୍ତୁ ଆପଣ ଏହାର ଲାଭ ଉଠାଇବା ଉଚିତ୍ ଯାହା ଆପଣ ଉଠାଇ ପାରିଲେ ନାହିଁ । ବଲ୍ କୁ ଓଦା କରିବାକୁ ଚେଷ୍ଟା କରିବାବେଳେ ଆପଣ ଆଉଟ୍ ହୋଇଗଲେ । ଏହାର କୌଣସି ଆବଶ୍ୟକତା ନଥିଲା । ବଲ୍ ବ୍ୟାଟରେ ଲାଗୁଥିଲା, ଆପଣ ତାହାକୁ ହିଁ ଜାରି ରଖିଥାନ୍ତେ । ଲିଟନ୍ ଦାସ ସ୍ଲିପ୍ ହୋଇଥିଲେ । ପରେ ସେ ଆଉଟ୍ ହୋଇଯାଇଥିଲେ । ଏହା ଥିଲା ମ୍ୟାଚର ଟର୍ନିଂ ପଏଣ୍ଟ ।"

ଏଠାରେ କହି ରଖୁଛୁ ଯେ, ଏହି ମ୍ୟାଚରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ବିରାଟ କୋହଲିଙ୍କ ୪୪ଟି ବଲରୁ ଅପରାଜିତ ୬୪ ରନ ତଥା କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଦମରେ ଭାରତ ୬ ୱିକେଟ ହରାଇ ୧୮୪ ରନ ସ୍କୋର କରିଥିଲା । ଭାରତ ବର୍ତ୍ତମାନ ୪ଟି ମ୍ୟାଚରୁ ୬ ପଏଣ୍ଟ ପାଇଛି ଓ ଶେଷ ଚାରିରେ ପହଞ୍ଚିବାକୁ ହେଲେ ରବିବାର ଶେଷ ମ୍ୟାଚରେ ଜିମ୍ବାୱେକୁ ପରାସ୍ତ କରିବାକୁ ପଡ଼ିବ ।