WI vs IRE: ଟି-୨୦ ବିଶ୍ୱକପରେ ବଡ ଓଲଟଫେର; ଟୁର୍ଣ୍ଣାମେଣ୍ଟ ବିଦା ହେଲା ଦୁଇଥରର ଚାମ୍ପିୟନ
Advertisement
Article Detail0/zeeodisha/odisha1405012

WI vs IRE: ଟି-୨୦ ବିଶ୍ୱକପରେ ବଡ ଓଲଟଫେର; ଟୁର୍ଣ୍ଣାମେଣ୍ଟ ବିଦା ହେଲା ଦୁଇଥରର ଚାମ୍ପିୟନ

ଟି-୨୦ ବିଶ୍ୱକପର (T20 World Cup 2022) ଏକାଦଶ ମ୍ୟାଚରେ ଆୟର୍ଲାଣ୍ଡ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରି ଏକ ବଡ଼ ଓଲଟଫେର କରିଛି । ଏହି ବିଜୟ ସହିତ ଆୟର୍ଲାଣ୍ଡ ଦଳ (Ireland team) ଟି-୨୦ ବିଶ୍ୱକପର ସୁପର-୧୨ ରେ ପହଞ୍ଚିଛି । ଏଥି ସହିତ ୱେଷ୍ଟଇଣ୍ଡିଜ ଦଳକୁ (West Indies Team) ଏକ ବଡ ନିରାଶା ମିଳିଛି ଓ ଏହି ଦଳ ବର୍ତ୍ତ

ସୌ: ସୋସିଆଲ ମିଡିଆ

West Indies vs Ireland: ଟି-୨୦ ବିଶ୍ୱକପର (T20 World Cup 2022) ଏକାଦଶ ମ୍ୟାଚରେ ଆୟର୍ଲାଣ୍ଡ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରି ଏକ ବଡ଼ ଓଲଟଫେର କରିଛି । ଏହି ବିଜୟ ସହିତ ଆୟର୍ଲାଣ୍ଡ ଦଳ (Ireland team) ଟି-୨୦ ବିଶ୍ୱକପର ସୁପର-୧୨ ରେ ପହଞ୍ଚିଛି । ଏଥି ସହିତ ୱେଷ୍ଟଇଣ୍ଡିଜ ଦଳକୁ (West Indies Team) ଏକ ବଡ ନିରାଶା ମିଳିଛି ଓ ଏହି ଦଳ ବର୍ତ୍ତମାନ ବିଶ୍ୱକପରୁ ବାଦ ପଡିଛି ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଦଳ ୨୦ ଓଭରରେ ୧୪୬ ରନ୍ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ବ୍ରେଣ୍ଡନ୍ କିଙ୍ଗ ୪୮ ଟି ବଲରେ ୬୨ ରନର ଇନିଂସ କରିଥିଲେ, ଯେଉଁଥିରେ ସେ ଗୋଟିଏ ଛକା ଓ ୬ ଟି ଚୌକା ମାରିଥିଲେ । ୧୪୭ ରନ୍ ପିଛାକାରୀ ଆୟର୍ଲାଣ୍ଡର ଦଳ ଏକପାଖିଆ ଭାବେ ମାତ୍ର ୧୭.୩ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ​​। ଆୟର୍ଲାଣ୍ଡ ପାଇଁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ପଲ୍ ଷ୍ଟିରଲିଂ ୪୮ ଟି ବଲରେ ୨ ଟି ଛକା ଓ ୬ ଚୌକା ସହାୟତାରେ ୬୬ ରନ୍ ସଂଗ୍ରହ କରି ଅର୍ଦ୍ଧଶତକ ହାସଲ କରିଥିଲେ ଓ ନିଜ ଦଳକୁ ସୁପର-୧୨ ରେ ପହଞ୍ଚାଇଥିଲେ ।

ଦୁଇଥର ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ହାରିଯିବା ପରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ବାସ୍ତବରେ ଏହି ପରାଜୟ ସହିତ ୱେଷ୍ଟଇଣ୍ଡିଜ୍ ଦଳ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛି । ଏଥି ସହିତ ଏକପାଖିଆ ଭାବେ ଏହି ମ୍ୟାଚ ଜିତିଥିବା ଆୟର୍ଲାଣ୍ଡ ଟି-୨୦ ବିଶ୍ୱକପର ସୁପର-୧୨ ରେ ପହଞ୍ଚିଛି ।

ଏହି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଆୟର୍ଲାଣ୍ଡ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରଥମେ, ନିଜର ଚମତ୍କାର ବୋଲିଂ ଆଧାରରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟିଂ ଅର୍ଡରକୁ ମାତ୍ର ୧୪୬ ରନରେ ରଖିବାରେ ଆୟର୍ଲାଣ୍ଡ ଦଳ ସଫଳ ହୋଇଥିଲା । ଏଥି ସହିତ ବ୍ୟାଟିଂ ସମୟରେ ଆୟର୍ଲାଣ୍ଡ ଆରମ୍ଭରୁ ଚାପ ବଜାୟ ରଖି ଏକପାଖିଆ ଭାବରେ ୯ ୱିକେଟ୍ ଜିତି ନେଇଥିଲା । ଏହି ବିଜୟ ସହିତ ଆୟର୍ଲାଣ୍ଡ ଦଳ ଟି-୨୦ ବିଶ୍ୱକପର ସୁପର-୧୨ ରେ ପହଞ୍ଚିଛି । ଏଥି ସହିତ ଦୁଇଥର ଟି-୨୦ ବିଶ୍ୱକପ ଚାମ୍ପିୟନ ଦଳ ୱେଷ୍ଟଇଣ୍ଡିଜ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ।

ଏହା ବି ପଢ଼ନ୍ତୁ: T20 World Cup 2022: ଶେନ୍ ୱାଟସନଙ୍କ ବଡ଼ ବୟାନ, 'ଏହି ଖେଳାଳି ଏକାକୀ ନିଜ ଦମରେ ଭାରତକୁ ଜିତାଇ ପାରିବେ ବିଶ୍ୱକପ'

ଏହା ବି ପଢ଼ନ୍ତୁ: Roger Binny on Sourav Ganguly: ରୋଜର ବିନ୍ନି ଦାଦାଙ୍କୁ ନେଇ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ: IND vs BAN 2022: ଭାରତୀୟ ଦଳ ୭ ବର୍ଷ ପରେ ଏହି ଦେଶରେ କରିବ ଗସ୍ତ, ଖେଳିବ ODI ଓ ଟେଷ୍ଟ୍ ସିରିଜ୍