T20 WC 2022 Semifinal: ଭାରତର ବିଜୟ ପରେ ଚୂଡାନ୍ତ ହେଲା ସେମିଫାଇନାଲ୍ କାର୍ଯ୍ୟସୂଚୀ, ଦେଖି ନିଅନ୍ତୁ ତାରିଖ ଓ ସମୟ
Advertisement
Article Detail0/zeeodisha/odisha1428536

T20 WC 2022 Semifinal: ଭାରତର ବିଜୟ ପରେ ଚୂଡାନ୍ତ ହେଲା ସେମିଫାଇନାଲ୍ କାର୍ଯ୍ୟସୂଚୀ, ଦେଖି ନିଅନ୍ତୁ ତାରିଖ ଓ ସମୟ

T20 World Cup 2022 Semifinal: ଜିମ୍ବାୱେ ବିପକ୍ଷରେ ଭାରତର ବିଜୟ ସହିତ ଟି-୨୦ ବିଶ୍ୱକପ ୨୦୨୨ ସେମିଫାଇନାଲ ପାଇଁ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି । ସୁପର-12 ର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିବା ପରେ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।

ସୌ: ସୋସିଆଲ ମିଡିଆ

T20 WC 2022 Semifinal: ଜିମ୍ବାୱେ ବିପକ୍ଷରେ ଭାରତର ବିଜୟ ସହିତ ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ସେମିଫାଇନାଲ ପାଇଁ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି । ସୁପର-୧୨ ର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିବା ପରେ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଗ୍ରୁପ୍-୨ ରେ ଟିମ୍ ଇଣ୍ଡିଆ ୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ, ପାକିସ୍ତାନ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଅନ୍ୟପକ୍ଷରେ, ଗ୍ରୁପ୍-୧ ବିଷୟରେ କଥାବାର୍ତ୍ତା କଲେ ଏଠାରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ପଏଣ୍ଟ ଟେବୁଲରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଭଳି ପରିସ୍ଥିତିରେ, ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ଗ୍ରୁପ୍‌-୧ ଶୀର୍ଷରେ ଥିବା ଦଳ ସହ ଗ୍ରୁପ୍-୨ରେ ଦ୍ୱିତୀୟରେ ଥିବା ଦଳ ମଧ୍ୟରେ ଖେଳାଯିବ ଓ ଦ୍ୱିତୀୟ ସେମିଫାଇନାଲରେ ଗ୍ରୁପ୍-୨ ରେ ଶୀର୍ଷ ଥିବା ଦଳ ସହ ଗ୍ରୁପ୍-୨ ରେ ଦ୍ୱିତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ହେବ ।

ଏହି ପରିସ୍ଥିତିରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲ୍ୟାଣ୍ଡ ଓ ବାବର ଆଜାମଙ୍କ ପାକିସ୍ତାନ ମଧ୍ୟରେ ହେବ, ଦ୍ୱିତୀୟ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ଓ ଜୋସ୍ ବଟଲରଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଟିମ୍ ମୁହାଁମୁହିଁ ହେବେ । ଆସନ୍ତୁ ଜାଣିବା ଉଭୟ ସେମିଫାଇନାଲର ତାରିଖ ଓ ସମୟ...

ଟି-20 ବିଶ୍ୱକପ୍ ସେମିଫାଇନାଲ କାର୍ଯ୍ୟସୂଚୀ ଓ ସମୟ
ପ୍ରଥମ ସେମିଫାଇନାଲ: ନଭେମ୍ବର ୯- ନ୍ୟୁଜିଲ୍ୟାଣ୍ଡ ବନାମ ପାକିସ୍ଥାନ, ସିଡନୀରେ ଅପରାହ୍ନ ୧:୩୦ ରେ ଅନୁଷ୍ଠିତ ହେବ ।
ଦ୍ୱିତୀୟ ସେମିଫାଇନାଲ୍: ନଭେମ୍ବର ୧୦- ଭାରତ ବନାମ ଇଂଲଣ୍ଡ, ଆଡିଲେଡରେ ଅପରାହ୍ନ ୧:୩୦ ରେ ଅନୁଷ୍ଠିତ ହେବ ।

ଆପଣ ବିଭିନ୍ନ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ଟିଭିରେ ନ୍ୟୁଜିଲ୍ୟାଣ୍ଡ ବନାମ ପାକିସ୍ଥାନ ଓ ଭାରତ ବନାମ ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିପାରିବେ । ଏଥି ସହିତ ଭାରତୀୟ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ମଧ୍ୟ ଟିମ୍ ଇଣ୍ଡିଆର ମ୍ୟାଚ୍ ମଧ୍ୟ ଦେଖିପାରିବେ । ମୋବାଇଲ୍ କିମ୍ବା ଲାପଟପ୍ ରେ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ଉପଭୋଗ କରିବାକୁ ଆପଣ ଡିଜନି ପ୍ଲସ୍ ହଟ୍ ଷ୍ଟାରରେ ଲଗଇନ୍ କରିପାରିବେ ।

ଆଜିର ମ୍ୟାଚ ବିଷୟରେ କରିବାକୁ ଗଲେ ଜିମ୍ବାୱେ ବିପକ୍ଷ ଟି-୨୦ ବିଶ୍ୱକପ ୨୦୨୨ ସୁପର-୧୨ ର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତ ପାଇଁ କେ.ଏଲ୍ ରାହୁଲଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଏକ ଅର୍ଦ୍ଧ ଶତକ ମାରିଥିଲେ । ରାହୁଲ ୩୫ ବଲରୁ ୫୧ ରନ ସ୍କୋର କରିଥିବାବେଳେ ସୂର୍ଯ୍ୟ ୨୫ ବଲରୁ ୬୧ ରନର ଅପରାଜିତ ନକ୍ ଖେଳିଥିଲେ । ମଧ୍ୟଭାଗରେ ରାହୁଲ ଓ କୋହଲିଙ୍କ ଆଉଟ ହେବା ପରେ ଭାରତର ରନ୍ ଗତି ନିଶ୍ଚିତ ଭାବରେ ମନ୍ଥର ହୋଇଯାଇଥିଲା, କିନ୍ତୁ ସୂର୍ଯ୍ୟ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତାଙ୍କ ବ୍ୟାଟିଂ ଯୋଗୁଁ ଭାରତ ଶେଷ ୩୦ ବଲରେ ଭାରତ ୭୯ ରନ୍ ସଂଗ୍ରହ କରି ପାରିଥିଲା ।

ଏହା ବି ପଢନ୍ତୁ: IND vs ZIM: ଇତିହାସ ରଚିଲେ ସୂର୍ଯ୍ୟକୁମାର, ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍

ଏହା ବି ପଢ଼ନ୍ତୁ: Sania Mirza and Shoaib Malik: ସାନିଆଙ୍କ ଘରେ କିଏ ଲଗାଇଲା ନିଆଁ ? ଶୋଏବ ସାନିଆ ଅଲଗା ହେବା ନେଇ ଚର୍ଚ୍ଚା

ଏହା ବି ପଢ଼ନ୍ତୁ: T20 World Cup 2022: ସହିଦ ଆଫ୍ରିଦିଙ୍କ ମୁହଁ ବନ୍ଦ କଲେ ବିସିସିଆଇ ସଭାପତି, ପଚାରିଲେ ଏହି ପ୍ରଶ୍