Suryakumar Yadav: ୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ
Advertisement

Suryakumar Yadav: ୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ

India vs Sri Lanka T20 Series Suryakumar Yadav: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଏହି ଟି-20 ସିରିଜରେ ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି ଏବଂ ଋଷଭ ପନ୍ତ ଟିମ୍ ଇଣ୍ଡିଆର ଅଂଶ ନୁହଁନ୍ତି । ଏଥି ସହିତ ମୁକେଶ କୁମାର ଓ ଶିବମ ମାଭିଙ୍କ ପରି ଯୁବ ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଋଷଭ ପନ୍ତଙ୍କ ସ୍ଥାନରେ ୱିକେଟ୍ କିପର ଭାବରେ ଇଶାନ କିଶନ ଓ ସଞ୍ଜୁ ସାମସନ ଦଳର ଅଂଶ ହୋଇଛନ୍ତି ।

Suryakumar Yadav: ୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ

India vs Sri Lanka T20 Series: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶ୍ରୀଲଙ୍କା ସିରିଜ୍ (IND vs SL) ପାଇଁ ଭାରତୀୟ ଦଳ (Indian Cricket Team) ଘୋଷଣା କରିଛି । ଟି-୨୦ ସିରିଜ (IND vs SL T20 Series) ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଅଧିନାୟକ (Indian T20 Captain) କରାଯାଇଛି । ଭାରତୀୟ ଟି-20 ଦଳରୁ ବିରାଟ କୋହଲି (Virat Kohli), ରୋହିତ ଶର୍ମା (Rohit Sharma) ଏବଂ କେ.ଏଲ୍ ରାହୁଲ (KL Rahul) ଙ୍କୁ ବିଶ୍ରାମ ଦିଆଯାଇଛି । ଏଥି ସହିତ ଋଷଭ ପନ୍ତ (Rishabh Pant) ଙ୍କୁ ସ୍ଥାନ ମିଳିନାହିଁ ।  ଅନ୍ୟପଟେ ୩୨ ବର୍ଷ ବୟସରେ ବିସିସିଆଇ ଜଣେ ଖେଳାଳିଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରିଛି । ଏହି ଖେଳାଳି ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ।

ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଚୟନକର୍ତ୍ତାମାନେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ (Team India Vice Captain) ଭାବେ ସୁର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ୨୦୨୨ ମସିହାରେ ସୂର୍ଯ୍ୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ ବିସିସିଆଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛି । ସେ କ୍ରିଜକୁ ଆସିବା ମାତ୍ରେ ଜୋରଦାର୍ ବ୍ୟାଟିଂ କରିବାରେ ପାରଙ୍ଗମ । ସୂର୍ଯ୍ୟକୁମାର ଯାଦବ ଯେକୌଣସି ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରିବାର କ୍ଷମତା ରଖିଥାଏ । ଦଳରେ ପୂର୍ବରୁ ସଞ୍ଜୁ ସାମସନଙ୍କ ରୂପରେ ଅଭିଜ୍ଞ ଖେଳାଳି ଥିଲେ । ତଥାପି ଚୟନକର୍ତ୍ତାମାନେ ଉପ-ଅଧିନାୟକଙ୍କ ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଇଛନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତର ଏବି ଡି ଭିଲିୟର୍ସ କୁହାଯାଏ । ସେ ମଇଦାନର ସବୁ ପାର୍ଶ୍ୱରେ ଷ୍ଟ୍ରୋକ ମାରି ପାରନ୍ତି । ତାଙ୍କର ଖତରନାକ୍ ଷ୍ଟ୍ରୋକ୍ ଦେଖି ବିରାଟ କୋହଲି କହିଥିଲେ ଯେ, ସେ ଭିଡିଓ ଗେମ୍ ଭଳି କ୍ରିକେଟ୍ ଖେଳନ୍ତି । ସୂର୍ଯ୍ୟକୁମାର ଯାଦବ ବହୁତ ଭଲ ଫର୍ମରେ ଚାଲୁଛନ୍ତି । ୨୦୨୨ ମସିହାରେ ସେ ଟି-20 କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ୩୧ଟି ଟି-20 ମ୍ୟାଚରେ ୧୧୬୪ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ୨ଟି ଶତକ ସାମିଲ ରହିଛି ।

ଆଇସିସି ର଼୍ୟାଙ୍କିଙ୍ଗରେ ସୁର୍ଯ୍ୟକୁମାର ଯାଦବ ଏକ ନମ୍ବର ସ୍ଥାନ ପାଇଛନ୍ତି । ସେ ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ବିଶ୍ୱ କ୍ରିକେଟର ଅନେକ କିମ୍ବଦନ୍ତୀ ଖେଳାଳି ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି । ସେ ୩୧ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଓ ୩୨ ବର୍ଷ ବୟସରେ ସେ ଦଳର ଉପ-ଅଧିନାୟକ ହୋଇଛନ୍ତି । ଭାରତୀୟ ଦଳ ପାଇଁ 4୪୨ଟି ଟି-20 ମ୍ୟାଚରେ ୧୪୦୮ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ସେ ୧୬ଟି ODIରେ ୩୮୪ ରନ୍ ସ୍କୋର କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ହେଲା ଘୋଷଣା; ରୋହିତ-ରାହୁଲ ନୁହଁନ୍ତି, ଏହି ଖେଳାଳି ହେଲେ ଟି-20 ଦଳର ଅଧିନାୟକ

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଦେଉଛନ୍ତି ୧୦୦୦ ଟଙ୍କା ନଗଦ, ଜାରି ହେଲା ନୋଟିଫିକେସନ୍!

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପେକ୍ଷା ଭଲ ଅଧିନାୟକ ପ୍ରମାଣିତ ହୋଇପାରନ୍ତି ଏହି ୩ ଖେଳାଳି, ନମ୍ବର ୨ ସହ ପ୍ରତିଥର ହୋଇଥାଏ ଅନ୍ୟାୟ

 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।