Suryakumar Yadav: ସୂର୍ଯ୍ୟକୁମାର ଯାଦବ ନିଜ ଗୋଡ଼ରେ ମାରିଲେ କୁରାଢ଼ୀ, BCCI ଖୁବ୍ ଶୀଘ୍ର ନେବ କଠୋର ନିଷ୍ପତ୍ତି!
Advertisement

Suryakumar Yadav: ସୂର୍ଯ୍ୟକୁମାର ଯାଦବ ନିଜ ଗୋଡ଼ରେ ମାରିଲେ କୁରାଢ଼ୀ, BCCI ଖୁବ୍ ଶୀଘ୍ର ନେବ କଠୋର ନିଷ୍ପତ୍ତି!

Suryakumar Yadav: ସୂର୍ଯ୍ୟକୁମାର ଯାଦବ ଏବେ ମଧ୍ୟ ଏକଦିବସୀୟ ମ୍ୟାଚରେ ଭଲ ଇନିଂସକୁ ଅପେକ୍ଷା କରିଛନ୍ତି । ବର୍ଷ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ସୂର୍ଯ୍ୟକୁମାର ଯାଦବଙ୍କୁ ଖେଳିବାକୁ ସୁଯୋଗ ନ ଦିଆଯିବା ନେଇ ନିରନ୍ତର ପ୍ରଶ୍ନ ଉଠିଥିଲା । ଯେତେବେଳେ ସୂର୍ଯ୍ୟକୁମାର ଯାଦବ ଶେଷ ମ୍ୟାଚ୍‌ରେ ସୁଯୋଗ ପାଇଲେ, ସେ ଏହାର ଫାଇଦା ଉଠାଇ ପାରିନଥିଲେ ।

Suryakumar Yadav: ସୂର୍ଯ୍ୟକୁମାର ଯାଦବ ନିଜ ଗୋଡ଼ରେ ମାରିଲେ କୁରାଢ଼ୀ, BCCI ଖୁବ୍ ଶୀଘ୍ର ନେବ କଠୋର ନିଷ୍ପତ୍ତି!

IND vs NZ 1st ODI, Suryakumar Yadav: ଭାରତୀୟ କ୍ରିକେଟ୍ ଦଳର ତୁଫାନୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏକ ବର୍ଷ ଧରି ଟି-20 କ୍ରିକେଟରେ ଭଲ ପ୍ରଦର୍ଶନ କରୁଛନ୍ତି । ସୂର୍ଯ୍ୟକୁମାର ଯାଦବ (Suryakumar Yadav) ବର୍ତ୍ତମାନ ଟି-20 କ୍ରିକେଟରେ ନମ୍ୱର ବ୍ୟାଟ୍ସମ୍ୟାନ୍ ଅଛନ୍ତି । କିନ୍ତୁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏବେ ମଧ୍ୟ ଏକଦିବସୀୟ ମ୍ୟାଚରେ ଭଲ ଇନିଂସକୁ ଅପେକ୍ଷା କରିଛନ୍ତି । ବର୍ଷ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Sri Lanka ODI Series) ର ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କୁ ଖେଳିବାକୁ ସୁଯୋଗ ନ ଦିଆଯିବା ନେଇ ନିରନ୍ତର ପ୍ରଶ୍ନ ଉଠିଥିଲା । ଯେତେବେଳେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଶେଷ ମ୍ୟାଚ୍‌ରେ ସୁଯୋଗ ପାଇଲେ, ସେ ଏହାର ଫାଇଦା ଉଠାଇ ପାରିନଥିଲେ ।

ଟିମ୍ ଇଣ୍ଡିଆ (Team India) ମିଷ୍ଟର ୩୬୦ ଡିଗ୍ରୀ ସୂର୍ଯ୍ୟକୁମାର ଯାଦବ ଟି-20 ପରେ ଦିନିକିଆରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା । ଶ୍ରୀଲଙ୍କା ବିପକ୍ଷ ODI ରେ ଖେଳିବାର ସୁଯୋଗ ନ ପାଇବା ପରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ବିଷୟରେ ସବୁ ଦିଗରୁ ସ୍ୱର ଉତ୍ତୋଳନ କରାଯାଇଥିଲା । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଭେଟେରାନ କ୍ରିକେଟରମାନେ ମଧ୍ୟ ତାଙ୍କୁ ଏହି ଫର୍ମାଟରେ ଖେଳାଇବାକୁ ଓକିଲାତି କରିଥିଲେ । ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ODI ଫର୍ମାଟ ଖାସ୍ ରହି ନାହିଁ । ବର୍ତ୍ତମାନ ମଧ୍ୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆ (India vs New Zealand 1st ODI) ରେ ସୂର୍ଯ୍ୟକୁମାର ଯାଦବ ସୁଯୋଗର ଲାଭ ଉଠାଇବାକୁ ସକ୍ଷମ ହୋଇପାରି ନାହାଁନ୍ତି ।

ଚଳିତ ବର୍ଷ ଭାରତରେ ଆଇସିସି ODI ବିଶ୍ୱକପ ୨୦୨୩ (ODI World Cup 2023) ଅନୁଷ୍ଠିତ ହେବାର ଅଛି । ସୂର୍ଯ୍ୟକୁମାର ଯାଦବଙ୍କ ଭଲ ଇନିଂସ ଟିମ୍ ଇଣ୍ଡିଆରେ ତାଙ୍କ ସ୍ଥାନ ପକ୍କା କରିବ । ଶ୍ରୀଲଙ୍କା ବିପକ୍ଷ ତୃତୀୟ ODI ରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ମାତ୍ର ୪ ରନର ଇନିଂସ ଖେଳିଥିଲେ । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ODI ରେ ୩୧ ରନର ଇନିଂସ ଖେଳିଛନ୍ତି । ଆଘାତ ଯୋଗୁଁ ଶ୍ରେୟସ୍ ଆୟର ସିରିଜରୁ ଦୂରେଇ ରହିଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି । ସୂର୍ଯ୍ୟକୁମାର ଯାଦବଙ୍କ ପାଖରେ ବିଶ୍ୱକପ ପାଇଁ ଖେଳିବାର ଅବସର ରହିଛି । ଏଥିପାଇଁ ତାଙ୍କ ରନ୍ ସ୍କୋର କରିବାର ଅଛି । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏହା ନକରି ସେ ନିଜ ପାଦରେ କୁରାଢ଼ୀ ମାରିବା କାର୍ଯ୍ୟ କରୁଛନ୍ତି । ସୂର୍ଯ୍ୟକୁମାର ଯାଦବ ଯଦି ରନ୍ ସ୍କୋର ନ କରନ୍ତି, ତେବେ ଟିମ୍ ଇଣ୍ଡିଆରେ ପ୍ରତିଯୋଗୀଙ୍କ କମି ନାହିଁ । 

ଅଧିକ ପଢ଼ନ୍ତୁ:-ରାକ୍ଷୀ ସାୱନ୍ତଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ମିସକ୍ୟାରେଜ ଯୋଗୁଁ ଭାଙ୍ଗିଲା ମା' ହେବାର ଆଶା

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ମ୍ୟାଚ୍ ହେବ ବାତିଲ ନା ବଦଳିବ ଭେନ୍ୟୁ? ହାଇକୋର୍ଟରେ ପହଞ୍ଚିଥିଲା ବିବାଦ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ସତ୍ତ୍ୱେ ଖୁସି ନୁହଁନ୍ତି ଅଧିନାୟକ Rohit Sharma, ଏହି କଥାକୁ ନେଇ ରାଗିପାଚି ଲାଲ ହେଲେ ହିଟମ୍ୟାନ୍

 

ଚଳିତ ବର୍ଷ ଭାରତରେ ODI ବିଶ୍ୱକପ୍ ୨୦୨୩ ଖେଳାଯିବ, ତେଣୁ ଟିମ୍ ଇଣ୍ଡିଆ ବର୍ତ୍ତମାନ ପ୍ରତ୍ୟେକ ସିରିଜ୍ ସହିତ ଦଳର ଖେଳାଳିଙ୍କ ନାମ ସ୍ଥିର କରୁଛି । ସୂର୍ଯ୍ୟକୁମାର ଯାଦବ ହୁଏତ ଟି-20 ରେ ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଏପର୍ଯ୍ୟନ୍ତ ODI ରେ ଇମ୍ପ୍ରେସ କରିପାରି ନାହାଁନ୍ତି । ଯଦି ସେ ଏହିପରି ଖେଳିବା ଜାରି ରଖନ୍ତି, ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ତାଙ୍କୁ ନେଇ କଠୋର ନିଷ୍ପତ୍ତି ନେଇପାରେ ।