ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ
Advertisement
Article Detail0/zeeodisha/odisha1372759

ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ

Suryakumar Yadav Record: ଏକ ସମୟରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା  (Rohit Sharma) ଓ ବିରାଟ କୋହଲି (Virat Kohli) ଙ୍କ ୱିକେଟ୍ ହରାଇବା ପରେ ଅସୁବିଧାରେ ପଡ଼ିଥିବା ପରି ମନେ ହେଉଥିଲା, କିନ୍ତୁ ସୂର୍ଯ୍ୟକୁମାର ଯାଦବ ନିଜ ଦମଦାର ଇନିଂସ ଦମରେ ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଛନ୍ତି । ୨୦୨୧ରେ ପାକିସ୍ତାନର ଷ୍ଟାର୍ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ (Mohammad Rizwan) ଟି-20 କ୍ରିକେଟରେ ୪୨ ଛକା ମାରିଥିଲେ । 

ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ

ନୂଆଦିଲ୍ଲୀ: Suryakumar Yadav IND vs SA: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ ଆରମ୍ଭ ହୋଇସାରିଛି । ଏହି ସିରିଜର ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଭାରତୀୟ ଦଳ (Team India) ପାଇଁ ଅପରାଜିତ ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି । ତାଙ୍କର ଏହି ଅର୍ଦ୍ଧଶତକ ଇଂନିସ ନା କେବଳ ଟିମ୍ ଇଣ୍ଡିଆକୁ ଜିତାଇଛି, ବରଂ ଏହି ମ୍ୟାଚରେ ତାଙ୍କର ୩ଟି ଛକା ଦମରେ ସେ ନିଜ ନାମରେ ଡବଲ ବିଶ୍ୱ ରେକର୍ଡ କରିନେଇଛନ୍ତି । ପାକିସ୍ତାନର ଓପନର୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଯାଦବ ଏହି ବିଶ୍ୱ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ଏହାସହ ସେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-20 ମ୍ୟାଚକୁ ଧମାକାଦାର ଅନ୍ଦାଜରେ ଜିତି ନେଇଛି । ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ରହିଛି । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଜୋରଦାର ଖେଳ ପ୍ରଦର୍ଶନ କରିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ଼ ମ୍ୟାଚ୍ ବିଜେତା ଭାବରେ ଉଭା ହୋଇଛନ୍ତି । ତାଙ୍କ ଯୋଗୁଁ ଟିମ୍ ଇଣ୍ଡିଆ ବିଜୟ ହାସଲ କରିବାରେ ସଫଳ ହୋଇଛି । ସୂର୍ଯ୍ୟକୁମାର ଯାଦବ ମାତ୍ର ୩୩ ବଲରେ ୫୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୫ଟି ଚୌକା ଓ ୩ଟି ଲମ୍ବା ଛକା ସାମିଲ ଥିଲା । 

ଏକ ସମୟରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା  (Rohit Sharma) ଓ ବିରାଟ କୋହଲି (Virat Kohli) ଙ୍କ ୱିକେଟ୍ ହରାଇବା ପରେ ଅସୁବିଧାରେ ପଡ଼ିଥିବା ପରି ମନେ ହେଉଥିଲା, କିନ୍ତୁ ସୂର୍ଯ୍ୟକୁମାର ଯାଦବ ନିଜ ଦମଦାର ଇନିଂସ ଦମରେ ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଛନ୍ତି । ୨୦୨୧ରେ ପାକିସ୍ତାନର ଷ୍ଟାର୍ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ (Mohammad Rizwan) ଟି-20 କ୍ରିକେଟରେ ୪୨ ଛକା ମାରିଥିଲେ । ସେ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଥିଲେ । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ତାଙ୍କର ଏହି ରେକର୍ଡ ଭାଙ୍ଗିଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ୪୫ଟି ଛକା ମାରିଛନ୍ତି । ଏହିପରି ସୂର୍ଯ୍ୟକୁମାର ଯାଦବ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ସୃଷ୍ଟି କରିଛନ୍ତି ଓ ମହମ୍ମଦ ରିଜୱାନଙ୍କୁ ପଛରେ ଛାଡ଼ିନ୍ତି ।

ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ମିଳିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ

ଅଧିକ ପଢ଼ନ୍ତୁ:-ଅରୁଣାଚଳ ପ୍ରଦେଶରେ ଆମେରିକାର ଏହି ପ୍ଲାନରୁ ବଢ଼ିବ ଚୀନ ଓ ଭାରତ ମଧ୍ୟରେ ବିବାଦ!

ଅଧିକ ପଢ଼ନ୍ତୁ:-'ଏପରିକି ମୋଦିଜୀ ବି ଶେଷ କରିପାରିବେ ନାହିଁ ମୋର କ୍ୟାରିୟର', ଜାଣନ୍ତୁ ଏମିତି କାହିଁକି କହିଲେ ବିଜେପି ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ

 

ଭାରତୀୟ ଦଳ ପାଇଁ ସୂର୍ଯ୍ୟକୁମାର ଯାଦବ ଅନେକ ମ୍ୟାଚ୍ ଜିତିଛନ୍ତି । ସେ ଭାରତୀୟ ଦଳ ପାଇଁ ୧୩ଟି ODI ରେ ୩୪୦ ରନ୍ ଓ ୩୨ ଟି-20 ମ୍ୟାଚରେ ୯୭୬ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଛନ୍ତି । ସେ ଚତୁର୍ଥ ନମ୍ବରରେ ଭାରତୀୟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ଯେକୌଣସି ପିଚରେ ରନ କରିବାର କ୍ଷମତା ରଖନ୍ତି । ସୂର୍ଯ୍ୟକୁମାର ଯାଦବ ବହୁତ ଭଲ ଫର୍ମରେ ଚାଲୁଛନ୍ତି । ଭାରତ ପାଇଁ ଟି-20 ଅନ୍ତର୍ଜାତୀୟ ମ୍ୟାଚରେ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଶିଖର ଧୱନ (Shikhar Dhawan) ଙ୍କୁ ପଛକୁ ଛାଡିଛନ୍ତି । ଚଳିତ ବର୍ଷ ୨୧ ଇନିଂସରେ ସୂର୍ଯ୍ୟକୁମାର ଯାଦବ ୭୩୨ ରନ୍ ସଂଗ୍ରହ କରିଥିବାବେଳେ ଧୱନ ୨୦୧୮ରେ ୬୮୯ ରନ୍ ସଂଗ୍ରହ କରିଥିଲେ ।