Suresh Raina: ବର୍ତ୍ତମାନ ସୁରେଶ ରାଇନା ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ଏଥର ଏହାର କାରଣ ଆଇପିଏଲ ନୁହେଁ ବରଂ ସୁରେଶ ରାଇନା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ ଦେଇଥିବା ବୟାନ । ଏହା ସମସ୍ତଙ୍କୁ ଜଣା ଯେ, ସୁରେଶ ରାଇନା ଏମଏସ ଧୋନିଙ୍କୁ ତାଙ୍କର ସର୍ବୋତ୍ତମ ବନ୍ଧୁ ଓ ବଡ଼ ଭାଇ ଭାବରେ ମନେ କରନ୍ତି ।
Trending Photos
Suresh Raina: ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ର ପୂର୍ବତନ ଖେଳାଳି ସୁରେଶ ରାଇନା (Suresh Raina) ଅବସର ପରେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଆଇପିଏଲ୍ ((IPL) କୁ ମଝିରେ ଛାଡି ଯିବା ପାଇଁ ତ କେତେବେଳେ ଆଇପିଏଲ୍ ନିଲାମରେ କୌଣସି ଫ୍ରାଞ୍ଚାଇଜି କିଣି ନଥିବାରୁ ସୁରେଶ ରାଇନା ଚର୍ଚ୍ଚାରେ ରହିଆସିଛନ୍ତି । ବର୍ତ୍ତମାନ ସୁରେଶ ରାଇନା (Suresh Raina) ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ଏଥର ଏହାର କାରଣ ଆଇପିଏଲ ନୁହେଁ ବରଂ ସୁରେଶ ରାଇନା (Suresh Raina) ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ବିଷୟରେ ଦେଇଥିବା ବୟାନ ।
ଏହା ସମସ୍ତଙ୍କୁ ଜଣା ଯେ, ସୁରେଶ ରାଇନା (Suresh Raina) ଏମଏସ ଧୋନି (MS Dhoni) ଙ୍କୁ ତାଙ୍କର ସର୍ବୋତ୍ତମ ବନ୍ଧୁ ଓ ବଡ଼ ଭାଇ ଭାବରେ ମନେ କରନ୍ତି । ତେବେ ସୁରେଶ ରାଇନା ତାଙ୍କ ବିଷୟରେ କେଉଁ ବୟାନ ଦେଇଛନ୍ତି, ଯାହା ପରେ ତାଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠିଛି । ଏମଏସ ଧୋନିଙ୍କ ସହ ସୁରେଶ ରାଇନାଙ୍କ ଘନିଷ୍ଠତା କାହାଠାରୁ ଲୁକ୍କାୟିତ ନୁହେଁ ଓ ସେ ପ୍ରାୟତଃ ଧୋନିଙ୍କୁ ପ୍ରଶଂସା କରନ୍ତି । କିନ୍ତୁ ଏଥର ଏମଏସ ଧୋନିଙ୍କ ପ୍ରଶଂସା ତାଙ୍କୁ ମହଙ୍ଗା ପଡ଼ିପାରେ ।
ବାସ୍ତବରେ, ଏକ ସାକ୍ଷାତକାର ସମୟରେ ଧୋନି (MS Dhoni)ଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୁରେଶ ରାଇନା (Suresh Raina) କହିଛନ୍ତି ଯେ, "ମୋ ଓ ଧୋନିଙ୍କ ମଧ୍ୟରେ ଅନେକ ସମାନତା ଅଛି । ସେ ରାଞ୍ଚି ପରି ଏକ ଛୋଟ ସହରରୁ ଆସନ୍ତି ଯେତେବେଳେ କି ମୁଁ ଗାଜିଆବାଦରୁ ଆସିଛି । ଆମେ ଦୁହେଁ ପ୍ରାୟ ସମସ୍ତ କ୍ୟାରିଅର୍ ଏକାଠି ବିତାଇଥିଲୁ, ଆଇପିଏଲରେ ମଧ୍ୟ ସାଥ୍ ଖେଳିଥିଲୁ, ତେଣୁ ଧୋନିଙ୍କ ସହ ମୋର ଏକ ବିଶେଷ ସମ୍ପର୍କ ଅଛି । ମୁଁ ଭାବୁଛି ପ୍ରଥମେ ଧୋନି ଓ ପରେ ଦେଶ ପାଇଁ ଖେଳିଛି ।"
ଅଧିକ ପଢ଼ନ୍ତୁ:-ଟଡ ମର୍ଫିଙ୍କୁ ମିଳିଲା ୭ ୱିକେଟ୍, ଟିମ୍ ଇଣ୍ଡିଆ ୪୦୦ ରନରେ ଅଲଆଉଟ୍; ଶତକରୁ ବଞ୍ଚିତ ହେଲେ ଅକ୍ସର ପଟେଲ
ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର; ପାଇବେ ଅଧିକ ପେନସନ, ମାର୍ଚ୍ଚ ୩ ପୂର୍ବରୁ କରନ୍ତୁ ଆବେଦନ
ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଧ୍ୟରେ ବଦଳିବ ଗ୍ରାଉଣ୍ଡ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍, ଏହା ହେଉଛି କାରଣ
Suresh Raina said, "I played for MS Dhoni then I played for the country. That's the connection with him". (On Sports Tak).
— Mufaddal Vohra (@mufaddal_vohra) February 5, 2023
ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ, ଏଭଳି ବୟାନ ଦେବା ପରେ ସୁରେଶ ରାଇନା (Suresh Raina) ଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡୁଛି । କାରଣ ସୁରେଶ ରାଇନା (Suresh Raina) ଜଣେ ବ୍ୟକ୍ତିଙ୍କୁ ଦେଶ ଉପରେ ରଖିଛନ୍ତି । କେହି କାହା ପାଇଁ ଖାସ୍ ହେଲେ ମଧ୍ୟ ସେ ଦେଶଠାରୁ ଉର୍ଦ୍ଧ୍ୱରେ ରହିପାରିବେ ନାହିଁ । ଯେତେବେଳେ ସୁରେଶ ରାଇନା (Suresh Raina) କ୍ରିକେଟ୍ ଖେଳୁଥିଲେ, ସେତେବେଳେ ତାଙ୍କ ଜର୍ସିରେ ଭାରତର ଲୋଗୋ ରହିଥିଲା । ସେ ଭାରତ ପାଇଁ ଖେଳିଥିବାରୁ ଦେଶ ଦୁନିଆରେ ପରିଚିତ ହେଲେ, ନା କି ଧୋନିଙ୍କ ପାଇଁ ଓ ତାଙ୍କ ବନ୍ଧୁତା । ତାଙ୍କ ବୟାନ ପରେ ସୁରେଶ ରାଇନାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ କରାଯାଉଛି ।