Sunil Gavaskar: ଇଶାନ କିଶନଙ୍କ ଏହି କାର୍ଯ୍ୟ ଉପରେ ରାଗି ଲାଲ ହେଲେ ଗାଭାସ୍କର, କ୍ଲାସ୍ ଲଗାଇ କହିଲେ-ଏହା କ୍ରିକେଟ୍ ନୁହେଁ...
Advertisement

Sunil Gavaskar: ଇଶାନ କିଶନଙ୍କ ଏହି କାର୍ଯ୍ୟ ଉପରେ ରାଗି ଲାଲ ହେଲେ ଗାଭାସ୍କର, କ୍ଲାସ୍ ଲଗାଇ କହିଲେ-ଏହା କ୍ରିକେଟ୍ ନୁହେଁ...

IND vs NZ 1st ODI: ଯେଉଁଠି ଶୁଭମାନ ଗିଲ ୨୦୮ ରନର ଏକ ଦମଦାର୍ ଇନିଂସ ଖେଳିଛନ୍ତି । ଅନ୍ୟପଟେ ମହମ୍ମଦ ସିରାଜ ୪ଟି ୱିକେଟ୍ ନେଇଛନ୍ତି । ସେପଟେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶନ ଏପରି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଭାରତର ପୂର୍ବତନ ଅଧିନାୟକ ତଥା ମହାନ ଖେଳାଳି ସୁନୀଲ ଗାଭାସ୍କର ଅତ୍ୟନ୍ତ କ୍ରୋଧିତ ହୋଇଯାଇଛନ୍ତି । 

Sunil Gavaskar: ଇଶାନ କିଶନଙ୍କ ଏହି କାର୍ଯ୍ୟ ଉପରେ ରାଗି ଲାଲ ହେଲେ ଗାଭାସ୍କର, କ୍ଲାସ୍ ଲଗାଇ କହିଲେ-ଏହା କ୍ରିକେଟ୍ ନୁହେଁ...

Sunil Gavaskar On Ishan Kishan: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ (India vs New Zealand 1st ODI Match) ରେ ଭାରତୀୟ ଦଳ (Indian Cricket Team) ୧୨ ରନରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଶୁଭମାନ ଗିଲ (Subhman Gill) ଓ ମହମ୍ମଦ ସିରାଜ (Mohammad Siraj) ଟିମ୍ ଇଣ୍ଡିଆ (Team India) ପାଇଁ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ଯେଉଁଠି ଶୁଭମାନ ଗିଲ ୨୦୮ ରନର ଏକ ଦମଦାର୍ ଇନିଂସ ଖେଳିଛନ୍ତି । ଅନ୍ୟପଟେ ମହମ୍ମଦ ସିରାଜ ୪ଟି ୱିକେଟ୍ ନେଇଛନ୍ତି । ସେପଟେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶନ (Ishan Kishan) ଏପରି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଭାରତର ପୂର୍ବତନ ଅଧିନାୟକ ତଥା ମହାନ ଖେଳାଳି ସୁନୀଲ ଗାଭାସ୍କର (Sunil Gavaskar) ଅତ୍ୟନ୍ତ କ୍ରୋଧିତ ହୋଇଯାଇଛନ୍ତି । 

କୁଲଦୀପ ଯାଦବ (Kuldeep Yadav) ଭାରତୀୟ ଇନିଂସର ୧୬ ତମ ଓଭରରେ ବୋଲିଂ କରୁଥିଲେ । ଏହି ଓଭରରେ ଯେତେବେଳେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମ (Tom Latham) ବ୍ୟାଟିଂ କରୁଥିଲେ, ସେତେବେଳେ ଇଶାନ କିଶନ (Ishan Kishan) ୱିକେଟର ଅତି ନିକଟବର୍ତ୍ତୀ କିପିଂ କରିବାର ତାଙ୍କ ଶୈଳୀ ଆପଣାଇ ଥିଲେ । ଯେତେବେଳେ ଟମ୍ ଲାଥାମ୍ ତାଙ୍କର ପ୍ରଥମ ବଲ୍ ଖେଳିଥିଲେ, ସେତେବେଳେ ଇଶାନ କିଶନ ୱିକିଟର ବେଲ୍ ଖସାଇଦେଇ ଥିଲେ, କିନ୍ତୁ କୁଲଦୀପ ଯାଦବ କରିଥିବା ବଲ ଇଶାନ କିଶନଙ୍କ ହାତରେ ନଥିଲା । ଏହା ପରେ ବି ଇଶାନ କିଶନ ଆଉଟ ପାଇଁ ଅପିଲ କରିଥିଲେ ।

ଯେତେବେଳେ କି ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥାମ (Tom Latham) କ୍ରିଜ୍ ଭିତରେ ଥିଲେ । ରିପ୍ଲଏ ଦେଖି ଏହା ସ୍ପଷ୍ଟ ଜଣା ପଡିଥିଲା ​​ଯେ, ଟମ୍ ଲାଥାମ୍ କ୍ରିଜ୍ ବାହାରେ ନଥିଲେ । ଏହା ପରେ ଇଶାନ କିଶାନ (Ishan Kishan) ହସୁଥିବାର ନଜରକୁ ଆସିଥଲେ । ଟମ୍ ଲାଥାମ୍ କ୍ରିଜ୍ ଭିତରେ ଥିଲେ । ଟମ୍ ଲାଥାମଙ୍କ ବିପକ୍ଷରେ ଇଶାନ କିଶନ ଦ୍ୱାରା କରାଯାଇଥିବା ଆଉଟର ଏହି ଅପିଲ୍ ପୂର୍ବତନ ଭେଟେରାନ ସୁନୀଲ ଗାଭାସ୍କର (Sunil Gavaskar) ଙ୍କୁ ପସନ୍ଦ ଆସି ନଥିଲା । ସୁନୀଲ ଗାଭାସ୍କର କହିଛନ୍ତି ଯେ, "ୱିକେଟ ବେଲ୍ ଖସାଇବା ଠିକ୍ ଥିଲା, କିନ୍ତୁ ତାଙ୍କୁ ଅପିଲ୍ କରିବାର ନଥିଲା । ସେ ଯାହା କରିଛନ୍ତି ତାହା କ୍ରିକେଟ୍ ନୁହେଁ ।"

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ନିଜ ଗୋଡ଼ରେ ମାରିଲେ କୁରାଢ଼ୀ, BCCI ଖୁବ୍ ଶୀଘ୍ର ନେବ କଠୋର ନିଷ୍ପତ୍ତି!

ଅଧିକ ପଢ଼ନ୍ତୁ:-ରାକ୍ଷୀ ସାୱନ୍ତଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ମିସକ୍ୟାରେଜ ଯୋଗୁଁ ଭାଙ୍ଗିଲା ମା' ହେବାର ଆଶା

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ମ୍ୟାଚ୍ ହେବ ବାତିଲ ନା ବଦଳିବ ଭେନ୍ୟୁ? ହାଇକୋର୍ଟରେ ପହଞ୍ଚିଥିଲା ବିବାଦ

ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ୧୨ ରନରେ ଜିତିଛି । ବ୍ୟାଟ୍ସମ୍ୟାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ଟିମ୍ ଇଣ୍ଡିଆ କିୱି ଦଳକୁ ଜିତିବା ପାଇଁ ୩୫୦ ରନର ଟାର୍ଗେଟ୍ ଦେଇଥିଲା । ଭାରତ ପାଇଁ ଶୁଭମାନ ଗିଲ ୨୦୮ ରନ୍ ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ ରୋହିତ ଶର୍ମା ୩୪ ରନର ଇନିଂସ ଖେଳିଥିଲେ । ଏଥି ସହ ମହମ୍ମଦ ସିରାଜ ବୋଲିଂରେ ୪ଟି ୱିକେଟ୍ ନେଇଛନ୍ତି । ଏଥିସହିତ କୁଲଦୀପ ଯାଦବଙ୍କ ଖାତାକୁ ୨ ୱିକେଟ୍ ଯାଇଛି ।