Steve Smith On IND vs AUS 2nd ODI: ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ ମଜାକ ଉଡ଼ାଇଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଜାଣନ୍ତୁ କ'ଣ କହିଲେ
Advertisement

Steve Smith On IND vs AUS 2nd ODI: ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ ମଜାକ ଉଡ଼ାଇଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଜାଣନ୍ତୁ କ'ଣ କହିଲେ

India vs Australia 2nd ODI: ଗତକାଲି ବିଶାଖାପାଟନମରେ ଦ୍ୱିତୀୟ ଦିନିକିଆ ଖେଳାଯାଇଛି । ଭାରତୀୟ ଦଳ ଏହି ମ୍ୟାଚ୍କୁ ଲଜ୍ଜାଜନକ ଭାବେ ୧୦ ୱିକେଟରେ ହାରିଛି । ଯାହାର ଆଶା କେହି କରିନଥିଲେ । କାରଣ ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଭ୍ରମଣକାରୀ ଦଳକୁ ୫ ୱିକେଟରେ ପରାସ୍ତ କରି ସିରିଜର ଆରମ୍ଭ କରିଥିଲା । ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ କଙ୍ଗାରୁ ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ବୟାନ ଦେଇ ଭାରତୀୟ ଦଳର ମଜାକ ଉଡ଼ାଇଛନ୍ତି ।

Steve Smith On IND vs AUS 2nd ODI: ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ ମଜାକ ଉଡ଼ାଇଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ଜାଣନ୍ତୁ କ'ଣ କହିଲେ

Steve Smith On India vs Australia 2nd ODI: ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍ ସିରିଜ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ରୋମାଞ୍ଚକର ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (India vs Australia ODI Series) ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ (IND vs AUS 2nd ODI Match) ମାର୍ଚ୍ଚ ୧୯ ଅର୍ଥାତ ଗତକାଲି (ରବିବାର ଦିନ) ବିଶାଖାପାଟନମରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍କୁ ୧୦ ୱିକେଟରେ ହାରିଛି । ଯାହାର ଆଶା କେହି କରିନଥିଲେ । କାରଣ ପ୍ରଥମ ମ୍ୟାଚ୍‌ (IND vs AUS 1st ODI) ରେ ଭାରତୀୟ ଦଳ (Indian Cricket Team) ଭ୍ରମଣକାରୀ ଦଳକୁ ୫ ୱିକେଟରେ ପରାସ୍ତ କରି ସିରିଜର ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆ ଏହାର ପ୍ରତିଶୋଧ ନେଇ ଭାରତକୁ ପରାସ୍ତ କରିଛି । ଏହି ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ରହିଛି ।

ସେପଟେ ଦ୍ୱିତୀୟ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ ପରେ କଙ୍ଗାରୁ ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥ୍ (Steve Smith) ବୟାନ ଦେଇ ରୋହିତ ଶର୍ମା ଆଣ୍ଡ କମ୍ପାନୀ (Rohit Sharma & Co.) ର ମଜାକ ଉଡ଼ାଇଛନ୍ତି । ଏହାସହ କହିଛନ୍ତି ଯେ, କୌଣସି ଦିନିକିଆ ମ୍ୟାଚ୍ ଏତେ ଶୀଘ୍ର ଶେଷ ହୁଏ ନାହିଁ । ଏହା ବ୍ୟତୀତ ଦ୍ୱିତୀୟ ଦିନିକିଆ ପରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ (Australia Captain) ଷ୍ଟିଭ ସ୍ମିଥ (Steve Smith) ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି ।

ବାସ୍ତବରେ, ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ୧୧ ଓଭରରେ ମ୍ୟାଚର ଫଳାଫଳ ଆସିବା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ । ମ୍ୟାଚ୍ ପରେ ସ୍ମିଥ୍ (Steve Smith) କହିଛନ୍ତି ଯେ, "ଫଳାଫଳ ବହୁତ ଶୀଘ୍ର ଆସିଲା । ପୂରା ମ୍ୟାଚ୍ ୩୭ ଓଭରର ଥିଲା । ଆପଣ ପ୍ରାୟତଃ ଏହା ଦେଖନ୍ତି ନାହିଁ । ମୁଁ ଭାବୁଛି ଆମର ବୋଲରମାନେ ଉତ୍କୃଷ୍ଟ ଥିଲେ । ମିଚେଲ ଷ୍ଟାର୍କ (Mitchell Starc) ନୂତନ ବଲ ଉପରେ ଚାପ ପକାଇଲେ ଓ ସେ ଆମର ବୋଲିଂ ଗ୍ରୁପରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ପାଇଲେ ।"

ଏହା ବ୍ୟତୀତ ଷ୍ଟିଭ୍ ସ୍ମିଥ୍ (Steve Smith) ନିଜ ବୟାନରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, "ପିଚ୍ କିପରି ଖେଳିବ ସେ ବିଷୟରେ ତାଙ୍କର ସମ୍ପୂର୍ଣ୍ଣ ଧାରଣା ନଥିଲା ।  ମୁଁ ଜାଣି ନଥିଲି ଏହା କିପରି ୱିକେଟ୍ ହେବ ଓ ଏହା କେତେ ସୁଇଙ୍ଗ୍ ହେବ ।" ସେପଟେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଭେଟେରାନ୍ ବୋଲର ମିଚେଲ ଷ୍ଟାର୍କଙ୍କୁ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୫ ୱିକେଟ୍ ନେବା ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଭଳି ପରିସ୍ଥିତିରେ, ପୁରସ୍କାର ଜିତିବା ପରେ ସେ କହିଛନ୍ତି ଯେ, ସେ ଏକ ଭଲ ଫର୍ମରେ ଚାଲୁଛନ୍ତି ଓ ଏହା ଆହୁରି ଆଗକୁ ବଢ଼ିବାକୁ ଚାହୁଁଛି । ମୁଁ ଭାବୁଛି ଗତ କିଛି ସପ୍ତାହ ଧରି ମୋର ଫର୍ମ ବହୁତ ଭଲ ଚାଲିଛି । ମୁଁ ଆଶା କରୁଛି ଏହା ଜାରି ରହିବ ।

ଅଧିକ ପଢ଼ନ୍ତୁ-ପୁଅ ନୁହେଁ ଝିଅ କଲା ଦୁଷ୍କର୍ମ! ୧୯ ବର୍ଷୀୟ ଯୁବତୀ ନାବାଳକକୁ ଗୁଜୁରାଟ ନେଇ କଲା ଏହି ଘୁଣ୍ୟ କାମ, କୋର୍ଟ ଦେଲା ୧୦ ବର୍ଷର ଜେଲ ଦଣ୍ଡ

ଅଧିକ ପଢ଼ନ୍ତୁ-ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ବଡ଼ ପରାଜୟର ଏହି ୩ ଖେଳାଳି ହେଉଛନ୍ତି ଦୋଷୀ!

ଅଧିକ ପଢ଼ନ୍ତୁ-କେବଳ ୪୮ ଘଣ୍ଟାର ଅପେକ୍ଷା! ତା’ପରେ ଗଜକେଶରୀ ଯୋଗ ଏହି 3 ରାଶି ଉପରେ କରିବ ଟଙ୍କା ବର୍ଷା!

ସୂଚନାଯୋଗ୍ୟ, ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଭଳି ପରିସ୍ଥିତିରେ ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୧୭ ରନରେ ଅଲଆଉଟ ଆଉଟ୍ ହୋଇଯାଇଥିଲା । ଉଲ୍ଲେଖନୀୟ କଥା ହେଉଛି, ୧୧୮ ରନ୍‌ର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ଦଳର ଓପନର୍ ଟ୍ରାଭିସ୍ ହେଡ୍ ଓ ମିଚେଲ ମାର୍ଶ ୧୧ ଓଭରରେ ଲକ୍ଷ୍ୟ ହାସଲ କରିଥିଲେ । ଉଭୟଙ୍କ ତୁଫାନୀ ବ୍ୟାଟିଂର କାଟ୍ ପାଇଁ ଭାରତୀୟ ବୋଲରଙ୍କ ପାଖରେ କୌଣସି ଅସ୍ତ୍ର ନଥିଲା । କେବଳ ଏତିକି ନୁହେଁ ଉଭୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ନିଜ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାସହ ଅଷ୍ଟ୍ରେଲିଆ ୧୦ ୱିକେଟ୍ ଓ ୨୩୪ ବଲ ଶେଷ ରହିଥିବା ସମୟରେ ମ୍ୟାଚ ଜିତିଥିଲା ।