Sourav Ganguly On Rishabh Pant: ଋଷଭ ପନ୍ତଙ୍କ ପଡ଼ିଆକୁ ଫେରିବାକୁ ନେଇ ଆସିଲା ବଡ଼ ଖରାପ ଖବର! କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଝଟକା
Advertisement

Sourav Ganguly On Rishabh Pant: ଋଷଭ ପନ୍ତଙ୍କ ପଡ଼ିଆକୁ ଫେରିବାକୁ ନେଇ ଆସିଲା ବଡ଼ ଖରାପ ଖବର! କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଝଟକା

Sourav Ganguly On Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ୨୦୨୩ରେ ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳିବ । ସେପଟେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର କ୍ରିକେଟ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲିଙ୍କ ପାଇଁ ସବୁଠାରୁ କଠିନ ଚ୍ୟାଲେଞ୍ଜ ହେଉଛି ଋଷଭ ପନ୍ତଙ୍କ ପାଇଁ ସ୍ଥାନ ପୂରଣ କରିବା, ଯିଏକି ନିକଟ ଅତୀତରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ...

Sourav Ganguly On Rishabh Pant: ଋଷଭ ପନ୍ତଙ୍କ ପଡ଼ିଆକୁ ଫେରିବାକୁ ନେଇ ଆସିଲା ବଡ଼ ଖରାପ ଖବର! କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଝଟକା

Sourav Ganguly On Rishabh Pant: ଏକ କାର ଦୁର୍ଘଟଣାରେ ଭାରତୀୟ ଦଳର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଥିଲେ । ଏହି କାରଣରୁ  ଋଷଭ ପନ୍ତ ଟିମ୍ ଇଣ୍ଡିଆ (Team India) ରୁ ବାଦ୍ ପଡ଼ିବା ସହ ଆଇପିଏଲରେ ଖେଳିବା (IPL 2023) କୁ ସମର୍ଥ ହେବେ ନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଆଇପିଏଲ୍ ୨୦୨୩ରେ ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳିବ । ସେପଟେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବଡ଼ ଅପଡେଟ୍ (Rishabh Pant Health Update) ଦେଇଛନ୍ତି ।

ଆଇପିଏଲ  (IPL) ରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ର କ୍ରିକେଟ୍ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ପାଇଁ ସବୁଠାରୁ କଠିନ ଚ୍ୟାଲେଞ୍ଜ ହେଉଛି ଋଷଭ ପନ୍ତଙ୍କ ପାଇଁ ସ୍ଥାନ ପୂରଣ କରିବା, ଯିଏକି ନିକଟ ଅତୀତରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ମୁଁ ତାଙ୍କ ସହ ଅନେକ ଥର କଥା ହୋଇଛି । ଆଘାତ ଓ ଅସ୍ତ୍ରୋପଚାର ପରେ ସେ ନିଶ୍ଚିତ ଭାବରେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି । ମୁଁ ତାଙ୍କୁ ସୁସ୍ଥ ହେବାର କାମନା କରୁଛି । ଗୋଟିଏ ଦୁଇ ବର୍ଷ କିମ୍ବା କିଛି ବର୍ଷ ମଧ୍ୟରେ, ବୋଧହୁଏ ସେ ପୁଣି ଭାରତ ପାଇଁ ଖେଳିବେ ।" ସୌରଭ ଗାଙ୍ଗୁଲିଙ୍କ ବକ୍ତବ୍ୟରୁ ଜଣାପଡିଛି ଯେ ଋଷଭ ପନ୍ତ (Rishabh Pant) ୨ ବର୍ଷ ପାଇଁ ଦଳକୁ ଫେରିପାରିବେ ନାହିଁ । ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ବ୍ୟତୀତ ସେ ଆଗାମୀ ବର୍ଷ ଟି-20 ବିଶ୍ୱକପ ୨୦୨୪ ମଧ୍ୟ ନ ଖେଳି ପାରନ୍ତି ।

ଦିଲ୍ଲୀ ଦଳ ଏପର୍ଯ୍ୟନ୍ତ ଋଷଭ ପନ୍ତଙ୍କ ସ୍ଥାନ ଘୋଷଣା କରିନାହାଁନ୍ତି । ଯୁବ ଅଭିଷେକ ପୋରେଲ ଓ ଭେଟେରାନ ଶେଲଡନ ଜ୍ୟାକସନଙ୍କ ମଧ୍ୟରେ କିଏ ଭଲ ତାହା ଗାଙ୍ଗୁଲି ଏପର୍ଯ୍ୟନ୍ତ ସ୍ଥିର କରିପାରିନାହାଁନ୍ତି । ଏହି ସିଜନରେ ଅକ୍ସର ପଟେଲ ଉପ-ଅଧିନାୟକ ଥିବାବେଳେ ଡେଭିଡ ୱାର୍ନର ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି । ସୌରଭ ଗାଙ୍ଗୁଲିଙ୍କ ନିର୍ଦ୍ଦେଶରେ କୋଲକାତାରେ ୩ ODI ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ପୃଥ୍ୱୀ ଶ', ଇଶାନ୍ତ ଶର୍ମା, ଚେତନ ସାକାରିଆ, ମନୀଷ ପାଣ୍ଡେ ଏବଂ ଅନ୍ୟାନ୍ୟ ଘରୋଇ ଖେଳାଳି ଅଂଶଗ୍ରହଣ କରିଥିଲେ । ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆଇପିଏଲ ଆଉ ଏକ ମାସ ବାକି ଅଛି । ସେଶନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ଯେତେ କ୍ରିକେଟ ସେମାନେ ଖେଳନ୍ତି, ତାହାକୁ ବିଚାର କରି ସମସ୍ତ ଖେଳାଳିଙ୍କୁ ଏକାଠି କରିବା କଷ୍ଟକର । ଚାରି କିମ୍ବା ପାଞ୍ଚ ଖେଳାଳି ଇରାନି ଟ୍ରଫି ଖେଳୁଛନ୍ତି । ସରଫରାଜଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ତାଙ୍କ ଆଙ୍ଗୁଠିରେ ଫ୍ରେକ୍ଚର ନାହିଁ । ସେ ଆଇପିଏଲ ପାଇଁ ଭଲ ହୋଇଯିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ:-ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା

ଅଧିକ ପଢ଼ନ୍ତୁ:-ସରକାରଙ୍କ ବଡ଼ ଉପହାର; ଏହି ଲୋକମାନଙ୍କୁ ମିଳିବ ବର୍ଦ୍ଧିତ ପେନସନର ଲାଭ, ମେ ୩ ସୁଦ୍ଧା କରନ୍ତୁ ଆବେଦନ

ଅଧିକ ପଢ଼ନ୍ତୁ:-ଭାରତର ଏହି କ୍ରିକେଟରଙ୍କ ୩ ବର୍ଷ ପରେ ହଠାତ୍ ଖୋଲିଲା ଭାଗ୍ୟ, ସିଧାସଳଖ ହେଲେ ଦଳର ଅଧିନାୟକ

 

ସୂଚନାଯୋଗ୍ୟ, ଗତ ବର୍ଷ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟ ଦଳର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ହୋଇଥିଲେ । ଏହା ପରେ ତାଙ୍କୁ ପ୍ରଥମେ ଦେହରାଡୁନ ଓ ପରେ ମୁମ୍ବାଇ ଚିକିତ୍ସା କରାଯାଇଥିଲା । ବିଗତ ଦିନରେ ସେ ବାଡ଼ି ସାହାଯ୍ୟରେ ବୁଲୁଥିବା ଏକ ଫଟୋ ସାମ୍ନାକୁ ଆସିଥିଲା । ସେ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି ଓ ଭାରତୀୟ ଦଳକୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ନାହିଁ ।