Shubman Gill Record: ଶୁବମନଙ୍କ ଗିଲଙ୍କ ଆଗରେ ବିରାଟ-ରୋହିତ ଫେଲ୍, ଗୋଟିଏ ଝଟକାରେ ଭାଙ୍ଗିଦେଲେ ଅନେକ ବଡ ରେକର୍ଡ!
Advertisement

Shubman Gill Record: ଶୁବମନଙ୍କ ଗିଲଙ୍କ ଆଗରେ ବିରାଟ-ରୋହିତ ଫେଲ୍, ଗୋଟିଏ ଝଟକାରେ ଭାଙ୍ଗିଦେଲେ ଅନେକ ବଡ ରେକର୍ଡ!

Shubman Gill Record: ଟିମ୍ ଇଣ୍ଡିଆର ତାରକା ଓପନର୍ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଏକ ଚମତ୍କାର ଶତକ ମାରିଛନ୍ତି । ଏହି ଇନିଂସରେ ସେ ୬୩ଟି ବଲ୍ ଖେଳି ୧୨୬ ରନ୍ ସ୍କୋର କରିଥିଲେ । ଏହା ସହିତ ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଏକ ବଡ଼ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଶୁବମନଙ୍କ ଗିଲ୍

Shubman Gill Record T20I centuries: ଭାରତୀୟ କ୍ରିକେଟ୍ ଦଳର (Team India) ଷ୍ଟାର ଓପନର୍ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ (Shubman Gill) ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଶତକ (Shubman Gill Century) ହାସଲ କରି ଏକ ହଇଚଇ ସୃଷ୍ଟି କରିଛନ୍ତି । ଟି-୨୦ କ୍ରିକେଟରେ ଶୁବମନଙ୍କ ଏହା ପ୍ରଥମ ଶତକ ଥିଲା । ସେ ମାତ୍ର ୫୪ ବଲ୍ ଖେଳି ନିଜ ଶତକ ହାସଲ କରିଥିଲେ । ନିଜ ଇନିଂସରେ ସେ ୬୩ ବଲରେ ସମ୍ମୁଖୀନ ହୋଇ ଅପରାଜିତ ୧୨୬ ରନ୍ ସ୍କୋର କରିଥିଲେ । ଏହି ସମୟ ମଧ୍ୟରେ ସେ ୧୨ ଟି ଚୌକା ଓ ୭ଟି ଛକା ମାରିଥିଲେ । ଏହା ସହ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲିଙ୍କ (Virat Kohli) ପରି କ୍ରିକେଟ୍ ମହାରଥୀଙ୍କୁ ପଛରେ ପକାଇ ଦେଇଛନ୍ତି ।

ବାସ୍ତବରେ, ଶୁବମାନ ଗିଲ ମଧ୍ୟ ସେହି ବ୍ୟାଟ୍ସମ୍ୟାନ୍ ହୋଇ ପାରିଛନ୍ତି, ଯିଏ ଭାରତ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠୁ ବଡ ଇନିଂସ ଖେଳିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା, ଯିଏ ଗତ ବର୍ଷ ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ୬୧ ବଲରେ ୧୨୨ ରନ ସଂଗ୍ରହ କରି ଏକ ରେକର୍ଡ କରିଥିଲେ । ଏହି ଇନିଂସରେ ବିରାଟ ମଧ୍ୟ ୧୨ ଟି ଚୌକା ଓ ୬ଟି ଛକା ମାରିଥିଲେ । ଏଥି ସହିତ ରୋହିତ ଶର୍ମା ଏହି ମାମଲାରେ ତୃତୀୟ ସ୍ଥାନରେ ରହିଛନ୍ତି, ଯିଏ ୨୦୧୭ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ୪୩ଟି ବଲରେ ୧୧୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ।

ଏହା ସହ ଶୁବମାନ ଗିଲ ଭାରତର ସପ୍ତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି, ଯିଏ ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ଏକ ଶତକ ହାସଲ କରିଛନ୍ତି । ଶୁବମନଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ ଓ କେ.ଏଲ୍ ରାହୁଲ ମଧ୍ୟ ଶତକ ହାସଲ କରିଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କର ନାମରେ ସର୍ବାଧିକ ଶତକ ରହିଛି । ଏହି ଉଭୟ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆ ପାଇଁ ତିନୋଟି ଲେଖାଏଁ ଶତକ ହାସଲ କରିଛନ୍ତି ।

ଟି-୨୦ ଇଣ୍ଟରନ୍ୟାସନାଲରେ ନିଜର ପ୍ରଥମ ଶତକ ସହିତ ଶୁବମନ ଗିଲ ମଧ୍ୟ ଏକ ସ୍ୱତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-୨୦ ରେ ଶତକ ହାସଲ କରିଥିବା ଭାରତର କିଛି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଶୁବମନ ମଧ୍ୟ ଅନ୍ୟତମ । ଶୁବମନଙ୍କ ପୂର୍ବରୁ କେବଳ ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା ଓ କେ.ଏଲ୍ ରାହୁଲ ଭାରତ ପାଇଁ ତିନୋଟି ଫର୍ମାଟରେ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ।