Ind Vs Zimbabwe: ଜିମ୍ବାୱେରେ ଶୁଭମାନ ଭାଙ୍ଗିଲେ ସଚିନଙ୍କ ରେକର୍ଡ, ବିରାଟ-ଯୁବରାଜଙ୍କ ଅନନ୍ୟ ତାଲିକାରେ ବି ସାମିଲ
Advertisement

Ind Vs Zimbabwe: ଜିମ୍ବାୱେରେ ଶୁଭମାନ ଭାଙ୍ଗିଲେ ସଚିନଙ୍କ ରେକର୍ଡ, ବିରାଟ-ଯୁବରାଜଙ୍କ ଅନନ୍ୟ ତାଲିକାରେ ବି ସାମିଲ

ହାରାରେରେ ଜିମ୍ବାୱେ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଓପନର ଶୁଭମାନ ଗିଲ ସର୍ବାଧିକ ୧୩୦ ରନ କରିଛନ୍ତି। ଏହା ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତର ସର୍ବାଧିକ ସ୍କୋର। ଶୁଭମାନ ମାତ୍ର ୯୭ ବଲରେ ଏହି ବଡ ସ୍କୋର ହାସଲ କରିଛନ୍ତି। ଏଥିରେ ୧୫ଟି ଚୌକା ଓ ଗୋଟିଏ ଛକା ରହିଛି। 

Ind Vs Zimbabwe: ଜିମ୍ବାୱେରେ ଶୁଭମାନ ଭାଙ୍ଗିଲେ ସଚିନଙ୍କ ରେକର୍ଡ, ବିରାଟ-ଯୁବରାଜଙ୍କ ଅନନ୍ୟ ତାଲିକାରେ ବି ସାମିଲ

Ind Vs Zimbabwe: ସୋମବାର ଭାରତ ଓ ଜିମ୍ବାୱେ ମଧ୍ୟରେ ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯାଇଛି। ପ୍ରଥମେ ବ୍ୟଟିଂ କରି ଭାରତ ଘରୋଇ ଟିମ କୁ ୨୯୦ର ଟାର୍ଗେଟ ଦେଇଛି। ମ୍ୟାଚର ପ୍ରଥମ ଇନଂସରେ ଟିମ୍ ଇଣ୍ଡିଆର ୨୨ ବର୍ଷିୟ ଓପନର ଶୁଭମାନ ଗିଲ ଏକ ନୂଆ ରେକର୍ଡ କରିଛନ୍ତି। ସେ ଜିମ୍ୱାୱେରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରକେର୍ଡ ଭାଙ୍ଗି ଦେଇଛନ୍ତି। ଏହା ସହ ମିଡେନ୍ ସେଞ୍ଚୁରୀ କରି ଶୁଭମାନ ବିରାଟ କୋହଲି ଓ ଯୁବରାଜ ସିଂହଙ୍କ ଅନନ୍ୟ ତାଲିକାରେ ସାମିଲ ହୋଇଛନ୍ତି।

ହାରାରେରେ ଜିମ୍ବାୱେ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଓପନର ଶୁଭମାନ ଗିଲ ସର୍ବାଧିକ ୧୩୦ ରନ କରିଛନ୍ତି। ଏହା ତାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତର ସର୍ବାଧିକ ସ୍କୋର। ଶୁଭମାନ ମାତ୍ର ୯୭ ବଲରେ ଏହି ବଡ ସ୍କୋର ହାସଲ କରିଛନ୍ତି। ଏଥିରେ ୧୫ଟି ଚୌକା ଓ ଗୋଟିଏ ଛକା ରହିଛି। ଜିମ୍ବାୱେରେ ଘରୋଇ ଦଳ ବପକ୍ଷରେ ଭାରତ ପାଇଁ ସଚିନ ତେନ୍ଦୁଲକର ସର୍ବାଧିକ ରନ କରିଥିଲେ। ସେ ୧୯୯୮ ମସିହାରେ ବୁଲାୱାୟୋରେ ଖେଳାଯାଇଥିବା ଦିନିକିଆରେ ୧୩୦ଟି ବଲରେ ୧୨୭ ରନ କରିଥିଲେ। କିନ୍ତୁ ସୋମବାର ଶୁଭମାନ ୧୩୦ ରନ କରି ସଚିନଙ୍କ ୨୩ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Also Read: India Vs Zimbabwe: ଦୀପକ ଚହରଙ୍କୁ ଛୁଇଁ ଧନ୍ୟ ହୋଇଗଲେ ଜିମ୍ବାୱେ ବୋଲରଙ୍କ ପରିବାର

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଯୁବ ବ୍ୟାଟର ଶୁଭମାନ ଗିଲ ଅପରାଜିତ ୯୮ ରନ କରିଥିଲେ। ଏହା ତାଙ୍କର ସର୍ବାଧିକ ସ୍କୋର ଥିଲା। କିନ୍ତୁ ଜିମ୍ବାୱେ ବିପକ୍ଷରେ ସେ ତିନି ଅଙ୍କ ଛୁଇଁଛନ୍ତି। ତେବେ ଯୁବାବସ୍ଥାରେ ଅନ୍ତର୍ଜାତୀୟ ଦିନିକିଆରେ ଶତକ କରିବାରେ ଶୁଭମାନ ତୃତୀୟ ଭାରତୀୟ କ୍ରିକେଟର। ରୋହିତ ଶର୍ମା ଜିମ୍ବାୱେ ବିପକ୍ଷ ସିରିଜରେ ନାହାନ୍ତି, ତଥାପି ଶୁଭମାନ ତାଙ୍କୁ ପଛରେ ପକାଇ ଯୁବରାଜ ସିଂହ ଓ ବିରାଟ କୋହଲିଙ୍କ ଟିମରେ ସାମିଲ ହୋଇଛନ୍ତି। 

ଅଷ୍ଟ୍ରେଲିଆ ବିପକ୍ଷରେ ଯୁବରାଜ ମାତ୍ର ୨୨ ବର୍ଷ ୪୧ ଦିନ ବୟସରେ ଶତକ ମାରିଥିଲେ। କୋହଲି ଏହାକୁ ୨୨ ବର୍ଷ ୩୧୫ ଦିନରେ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲେ। ଏବେ ଜିମ୍ବାୱେ ବିପକ୍ଷରେ ଶୁଭମାନଙ୍କ ବୟସ ୨୨ ବର୍ଷ ୩୪୮ ଦିନ ହୋଇଛି। ରୋହିତ ଶର୍ମା ୨୩ ବର୍ଷ ୨୮ ଦିନ ବୟସରେ ଶତକ କରିଥିଲେ। ସେ ମଧ୍ୟ ଜିମ୍ବାୱେ ବିପକ୍ଷରେ ଏହି ସଫଳତା ପାଇଥିଲେ।

Also Read: Bigg Boss 16: ସଲମାନଙ୍କ ଫି'ରେ ହେବ ଦୁଇଟି 'RRR', ଜାଣନ୍ତୁ କେବେ ଆସିବ ସୋ'

ଶୁଭମାନଙ୍କ ଏହି ସଫଳତା ପାଇଁ ତାଙ୍କୁ ଯୁବରାଜ ସିଂ ଓ ଇର୍ଫାନ ଫଠାନ ଭଳି ପୂର୍ବତନ ଦିଗଜ ଭାରତୀୟ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ଭାରତ ଏହି ତିନି ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ପୂର୍ବରୁ ୨-୦ରେ ବିଜୟ ହୋଇଛି। ପ୍ରଥମ ଓ ଦ୍ୱିତୀୟ ମ୍ୟାଚକୁ ଭାରତ ଜିତିଛି। ଘରୋଇ ଗ୍ରାଉଣ୍ଡରେ ସମ୍ମାନ ବଞ୍ଚାଇବା ପାଇଁ ଜିମ୍ବାୱେ ଲଢେଇ ଜାରି ରଖିଛି। ୨୯୦ ରନକୁ ପିଛା କରୁଥିବା ଜିମ୍ୱାୱେ ୨୧ ଓଭର ବେଳକୁ ୩ ୱିକେଟ ହରାଇ ୯୫ ରନ କରିବାରେ ସଫଳ ହୋଇଥିଲା।