Shubman Gill: ଶୁବମନ ଗିଲଙ୍କ ଧମାକା, ଭାଙ୍ଗିଲେ ବିରାଟ କୋହଲିଙ୍କ ବଡ଼ ରେକର୍ଡ
Advertisement

Shubman Gill: ଶୁବମନ ଗିଲଙ୍କ ଧମାକା, ଭାଙ୍ଗିଲେ ବିରାଟ କୋହଲିଙ୍କ ବଡ଼ ରେକର୍ଡ

Shubman Gill breaks Virat Kohli Record: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁବମାନ ଗିଲ ନିଜ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି । ଏହା ସହ ସେ ବିରାଟ କୋହଲି, ଭିଭିଆନ୍ ରିଚାର୍ଡସ, କେଭିନ୍ ପିଟରସେନଙ୍କ ପରି ଭେଟେରାନମାନଙ୍କୁ ପଛରେ ପକାଇ ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Shubman Gill Century: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଶୁବମାନ ଗିଲ (Shubman Gill) ନିଜ ODI କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି । ଏହାର ପୂର୍ବ ମ୍ୟାଚରେ ମଧ୍ୟ ଗିଲ ଶ୍ରୀଲଙ୍କା ବିପକ୍ଷରେ ୧୧୬ ରନର ଇନିଂସ ଖେଳିଥିଲେ । ଏହି ଶତକୀୟ ଇନିଂସ ସହ ଗିଲ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି । ଭାରତ ତରଫରୁ ଦିନିକିଆରେ ୧୦୦୦ ରନ୍ ସ୍କୋର କରିବାରେ ଗିଲ୍ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି । ଏହା କରି ଗିଲ ବିରାଟ କୋହଲିଙ୍କ (Virat Kohli) ରେକର୍ଡ ଭାଙ୍ଗିଛନ୍ତି । କୋହଲି ନିଜର ୨୪ ତମ ମ୍ୟାଚ୍ ଏହି କାରନାମା କରିଥିବା ବେଳେ ଗିଲ୍ ଏହି ସଫଳତା ୧୯ ତମ ମ୍ୟାଚରେ ହାସଲ କରିଛନ୍ତି । କୋହଲି ନିଜ କ୍ୟାରିୟରର ୨୪ ତମ ଦିନିକିଆରେ ୧୦୦୦ ରନ୍ ପୂରଣ କରିଥିଲେ । କହିରଖୁଛୁ ଯେ ଦିନିକିଆରେ ଦ୍ରୁତତମ ୧୦୦୦ ରନ୍ କରିବାର ରେକର୍ଡ ପାକିସ୍ତାନର ଫଖର ଜମାନ ନାମରେ ଅଛି ।

ଫକର ଜମାନ ୧୮ ଟି ଦିନିକିଆରେ ନିଜ କ୍ୟାରିୟରରେ ୧୦୦୦ ରନ୍ ପୂରା କରିଥିଲେ । ଇମାମ-ଉଲ-ହକ ଦ୍ୱିତୀୟ ନମ୍ବରରେ ଅଛନ୍ତି, ଯିଏ ନିଜ କ୍ୟାରିୟରରେ ୧୯ ଟି ଦିନିକିଆରେ ଏହି ପ୍ରଦର୍ଶନ କରିଥିଲେ । ୧୯ ତମ ଦିନିକିଆରେ କ୍ୟାରିୟର ୧୦୦୦ ରନ୍ ପୂରଣ କରି ଗିଲ ଇମାମଙ୍କ ରେକର୍ଡ ସହ ସମାନ ହୋଇଛନ୍ତି । ଏଥି ସହିତ ଗିଲ ଭିଭିଆନ୍ ରିଚାର୍ଡସ, କେଭିନ୍ ପିଟରସେନଙ୍କ ପରି ଭେଟେରାନମାନଙ୍କୁ ପଛରେ ପକାଇଛନ୍ତି । କହିରଖୁଛୁ ଯେ ଶୁବମାନ ନିଜ ଦିନିକିଆ କ୍ୟାରିୟରର ତୃତୀୟ ଶତକ ମାତ୍ର ୮୭ଟି ବଲରେ ମାରିଥିଲେ ।

fallback

 

ମ୍ୟାଚ୍ ବିଷୟରେ କଥାବାର୍ତ୍ତା କଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶନିବାର ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ଦଳରେ ଭାରତ ତିନୋଟି ପରିବର୍ତ୍ତନ କରିଛି । ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର ଓ ଇଶାନ କିଶନଙ୍କୁ ସ୍ଥାନ ଦିଆଯାଇଛି ।

ୱାନ ଡେ ଆନ୍ତର୍ଜାତୀୟ କ୍ରିକେଟରେ ଶୁଭମାନ ଗିଲଙ୍କ ଏହା ହେଉଛି କ୍ରମାଗତ ଦ୍ୱିତୀୟ ଶତକ । ଏହାପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ତଥା ଶେଷ ଦିନିକିଆରେ ଏକ ଶତକ ହାସଲ କରିଥିଲେ । ଅଧିନାୟକ ରୋହିତ ଶର୍ମାଙ୍କ ସହ ପ୍ରଥମ ୱିକେଟ୍ ପାଇଁ ଗିଲ୍ ୬୦ ରନ୍ ଭାଗିଦାରୀ କରିଥିଲେ । ସୁର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଗିଲ ଚତୁର୍ଥ ୱିକେଟ୍ ପାଇଁ ୬୫ ରନ୍ ଯୋଡିଥିଲେ । ଏହି ମ୍ୟାଚ୍ ପୂର୍ବରୁ ଶୁବମାନ ଗିଲଙ୍କୁ ୧୦୦୦ ରନ୍ କରିବାକୁ ୧୦୬ ରନ୍ ଆବଶ୍ୟକ ଥିଲା ।

ଏହା ବି ପଢନ୍ତୁ: Hockey World Cup 2023: ହକି ବିଶ୍ୱକପ୍ ବେଳେ ଟିକେଟ କଳବଜାରୀ କରି ୫ ଗିରଫ