IND vs SA: ପ୍ରଥମ ODI ପରେ ହଠାତ୍ ସିରିଜରୁ ଓହରିଗଲେ ଏହି ଷ୍ଟାର୍ ପ୍ଲେୟାର୍, ଜାଣନ୍ତୁ କ’ଣ ରହିଛି କାରଣ?
Advertisement
Article Detail0/zeeodisha/odisha2017136

IND vs SA: ପ୍ରଥମ ODI ପରେ ହଠାତ୍ ସିରିଜରୁ ଓହରିଗଲେ ଏହି ଷ୍ଟାର୍ ପ୍ଲେୟାର୍, ଜାଣନ୍ତୁ କ’ଣ ରହିଛି କାରଣ?

India vs South Africa ODI Series: ପ୍ରଥମ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରିଥିବା ଶ୍ରେୟସ୍ ଆୟର (Shreyas Iyer) ବର୍ତ୍ତମାନ ସମଗ୍ର ODI ସିରିଜରୁ ବାଦ ପଡିଛନ୍ତି ।

 

Shreyas Iyer suddenly out of the India vs South Africa ODI Series

India vs South Africa ODI Series: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବର୍ତ୍ତମାନ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଉଛି । ପ୍ରଥମ ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ସିରିଜରେ ୧-୦ ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍ ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ  (Shreyas Iyer) ବାଦ୍ ଦିଆଯାଇଛି । ପ୍ରଥମ ମ୍ୟାଚ୍‌ରେ ଶ୍ରେୟାସ ଆୟରଙ୍କ ବ୍ୟାଟରୁ ଏକ ଧୁଆଁଧାର ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ଏହା ସତ୍ତ୍ୱେ ତାଙ୍କୁ ବର୍ତ୍ତମାନ ପୂରା ଦିନିକିଆ ସିରିଜରୁ ବାହାର ହେବାକୁ ପଡିବ । ବର୍ତ୍ତମାନ ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ପ୍ରଥମ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରିଥିବା ଶ୍ରେୟସ୍ ଆୟର କିପରି ହଠାତ୍ ODI ସିରିଜରୁ କାହିଁକୁ ବାଦ ପଡିଛନ୍ତି? ତେବେ ଏହାର ମୁଖ୍ୟ କାରଣ ବର୍ତ୍ତମାନ ସାମ୍ନାକୁ ଆସିଛି ।

ଟେଷ୍ଟ ସିରିଜ୍ ପାଇଁ ODI ସିରିଜରୁ ନେଇଛନ୍ତି ବ୍ରେକ୍
ବର୍ତ୍ତମାନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ODI ସିରିଜ୍ ଖେଳାଯାଉଛି । ଏହା ପରେ ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଯାହାର ପ୍ରଥମ ମ୍ୟାଚ୍ ୨୬ ଡିସେମ୍ବରରୁ ଖେଳାଯିବ । କହିରଖୁଛୁ ଯେ, ODI ସହିତ ଶ୍ରେୟସ୍ ଆୟରଙ୍କୁ ଟେଷ୍ଟ ଦଳରେ ମଧ୍ୟ ସାମିଲ କରାଯାଇଛି ।

ଏପରି ପରିସ୍ଥିତିରେ, ଯଦି ଶ୍ରେୟସ୍ ପୁରା ODI ସିରିଜ୍ ଖେଳିଥାନ୍ତେ, ତେବେ ତାଙ୍କୁ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତ ହେବାକୁ ଅଧିକ ସମୟ ମିଳି ନଥାନ୍ତା । ଏହାକୁ ଦୃଷ୍ଟିରେ ରଖି ଶ୍ରେୟସ୍ ଆୟର ODI ସିରିଜରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ସେ ଟେଷ୍ଟ ସିରିଜ୍ ପାଇଁ ଟିକିଏ ଅଧିକ ସମୟ ପାଇପାରିବେ । ODI ବିଶ୍ୱକପ୍ ୨୦୨୩ ପରଠାରୁ ଶ୍ରେୟସ୍ ଆୟର କ୍ରମାଗତ ଭାବରେ ଖେଳି ଆସୁଛନ୍ତି ।

ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ସିରିଜ୍ ଗୁରୁତ୍ୱପୂର୍ଣ୍ଣ
ଟେଷ୍ଟ ସିରିଜରେ ଭାରତୀୟ ଦଳର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିଛି । ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ODI ବିଶ୍ୱକପ ପରଠାରୁ ରୋହିତ ଓ ବିରାଟ କ୍ରିକେଟ୍ ପଡ଼ିଆଠାରୁ ଦୂରରେ ଅଛନ୍ତି । ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତ ଖେଳାଳିଙ୍କ ପାଇଁ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏ ବି ଟେଷ୍ଟ ସିରିଜ୍ ଜିତିବାରେ ସକ୍ଷମ ହୋଇ ନାହିଁ । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ଟିମ୍ ଟେଷ୍ଟ ସିରିଜ ଜିତିବା ଏକ ଚ୍ୟାଲେଞ୍ଜ ହେବ ।