IPL 2023 ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ହେଲା ସର୍ଜରୀ, WTC ଫାଇନାଲରୁ ହେଲେ ବାହାର
Advertisement

IPL 2023 ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ହେଲା ସର୍ଜରୀ, WTC ଫାଇନାଲରୁ ହେଲେ ବାହାର

WTC Final: IPL 2023 ଶେଷ ହେବା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଆନଶିପର ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଇଂଲଣ୍ଡର ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ଜୁନ ୭ରୁ ୧୧ ପର୍ଯ୍ୟନ୍ତ ଖେଳାଯିବାର ଅଛି । ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଦଳର ଜଣେ ମ୍ୟାଚ୍ ୱିନର ଖେଳାଳି ଆହତ କାରଣରୁ ଏହି ମ୍ୟାଚ୍ ଖେଳିପାରିବେ ନାହିଁ । 

IPL 2023 ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ହେଲା ସର୍ଜରୀ, WTC ଫାଇନାଲରୁ ହେଲେ ବାହାର

WTC Final, Indian Cricket Team: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL 2023) ମଧ୍ୟରେ ଟିମ୍ ଇଣ୍ଡିଆ (Team India) ର ଜଣେ ଖେଳାଳିଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଆଘାତ ଯୋଗୁଁ ଏହି ଖେଳାଳିଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିଛି । ଏହି ଖେଳାଳି ଆହତ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩ (WTC Final 2023) ର ଫାଇନାଲ ମ୍ୟାଚରୁ ବାହାର ହୋଇଯାଇଛନ୍ତି । ଏହି ଖେଳାଳି ଟିମ୍ ଇଣ୍ଡିଆ (Team India) ର ସବୁଠାରୁ ବଡ଼ ମ୍ୟାଚ୍ ୱିନରଙ୍କ ମଧ୍ୟରୁ ଅନ୍ୟତମ । ଟିମ୍ ଇଣ୍ଡିଆ (Team India) ର ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କ ବ୍ରିଟେନରେ ସଫଳ ବ୍ୟାକ୍ ସର୍ଜରୀ ହୋଇଛି । 

ଶ୍ରେୟସ୍ ଆୟର (Shreyas Iyer) ଦୀର୍ଘ ସମୟ ଧରି ପିଠିରେ ଆଘାତ ସହ ସଂଘର୍ଷ କରୁଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରେୟସ୍ ଆୟର (Shreyas Iyer) ଙ୍କ ମଙ୍ଗଳବାର ଲଣ୍ଡନରେ ଏକ ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଆଘାତ ଯୋଗୁଁ ଶ୍ରେୟସ୍ ଆୟର (Shreyas Iyer) ଆଇପିଏଲ୍ ୨୦୨୩ (IPL 2023) ର ଅଂଶ ହୋଇପାରି ନଥିଲେ । ଆଇପିଏଲ୍ ୨୦୨୩ (IPL 2023) ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ (India vs Australia Test Series) ଖେଳାଯାଇଥିଲା । ଅହମ୍ମଦାବାଦ ଟେଷ୍ଟ ସମୟରେ ପଡ଼ିଆରେ ପ୍ରାୟ ଦୁଇ ଦିନ ବିତାଇବା ପରେ ଶ୍ରେୟସ୍ ଆୟର (Shreyas Iyer) ତାଙ୍କ ତଳ ପିଠିରେ ଫୁଲିଥିବାର ଅଭିଯୋଗ କରିଥିଲେ । 

fallback

ଯାହା ପରେ ଶ୍ରେୟସ ଆୟର (Shreyas Iyer) ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ନଥିଲେ । ଟେଷ୍ଟ ମ୍ୟାଚ୍ ଶେଷ ହେବା ପୂର୍ବରୁ ମଧ୍ୟ ଶ୍ରେୟସ୍ ଆୟର (Shreyas Iyer) ଅହମ୍ମଦାବାଦ ଛାଡିଥିଲେ । ବର୍ତ୍ତମାନ ଜୁନରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ ଶ୍ରେୟସ ଆୟର (Shreyas Iyer) ଙ୍କୁ ଦୂରେଇ ରହିବାକୁ ପଡିବ । ଶ୍ରେୟସ ଆୟର (Shreyas Iyer) ପ୍ରାୟ ତିନି ମାସ ଧରି କ୍ରିକେଟ୍ ଠାରୁ ଦୂରରେ ରହିବେ ।

ଅଧିକ ପଢ଼ନ୍ତୁ-ବୁଧଙ୍କ ରାଶିରେ ଗୋଚର କରିବେ ଶୁକ୍ର ଗ୍ରହ, ଏହି ୩ଟି ରାଶି ଉପରେ ବର୍ଷିବ ବିପୁଳ ଧନ!

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ସରକାର କଲେ ବଡ଼ ଘୋଷଣା, ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ-କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି; ବର୍ତ୍ତମାନ ବଢ଼ିବ ପେନସନ ଓ ଦରମା, କର୍ମଚାରୀଙ୍କ ଲାଗିଲା ଲଟେରୀ!

ଏଠାରେ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ପାଇଁ ଶ୍ରେୟସ୍ ଆୟର (Shreyas Iyer) ମୋଟ ୧୦ଟି ଟେଷ୍ଟ, ୪୨ଟି ODI ଏବଂ ୪୯ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଶ୍ରେୟସ୍ ଆୟର (Shreyas Iyer) ଟେଷ୍ଟରେ ୬୬୬ ରନ୍, ODIରେ ୧୬୩୧ ରନ୍ ଏବଂ ଟି-20ରେ ୧୦୪୩ ରନ୍ ସଂଗ୍ରହ କରିଛନ୍ତି । ଶ୍ରେୟସ ଆୟର (Shreyas Iyer) ବର୍ତ୍ତମାନ ଟିମ୍ ଇଣ୍ଡିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି ।